Posted inଖେଳ

ହନୁମାନ ହେଲେ ଅଫିସିଆଲ ମାସ୍କଟ୍‌

ବ୍ୟାଙ୍କକ୍‌, ୧୨ା୭ (ପି.ଟି.): ଭାରତୀୟ ଭଗବାନ ତଥା ଶକ୍ତି ଓ ସାହସର ପ୍ରତୀକ ପ୍ରଭୁ ହନୁମାନଙ୍କୁ ଏସିଆନ୍‌ ଆଥଲେଟିକ୍ସ ଚାମ୍ପିୟନଶିପର ମାସ୍କଟ ଘୋଷଣା କରାଯାଇଛି। ବୁଧବାର ଠାରୁ ଆରମ୍ଭ ହୋଉଥିବା ଏହି ଚାମ୍ପିୟନଶିପ୍‌ର ୫୦ ବର୍ଷ ପୂର୍ତ୍ତି ଅବସରରେ ଏସିଆନ୍‌ ଆଥଲେଟିକ୍ସ ଆସୋସିଏଶନ୍‌ ପକ୍ଷରୁ ହନୁମାନଙ୍କୁ ପ୍ରଭୁ ଶ୍ରୀରାମଙ୍କ ସେବାର ପ୍ରତୀକ ଭାବରେ ଦର୍ଶାଇ ମାସ୍କଟ ଘୋଷଣା କରାଯାଇଛି। ହନୁମାନଙ୍କ ଶକ୍ତି ଓ ସାମର୍ଥ୍ୟ କାରଣରୁ ତାଙ୍କୁ ଶ୍ରେଷ୍ଠ ଆଥଲେଟ ଓ ଦଳଗତ ଖେଳାଳି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ ବୋଲି ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ କରାଯାଇଛି।
ସୋସିଆଲ ମିଡିଆରେ ବିବାଦ
ଭାରତୀୟଙ୍କ ଆରାଧ୍ୟ ଦେବତା ହନୁମାନଙ୍କୁ ମାସ୍କଟ ଘୋଷଣା କରାଯିବାକୁ ନେଇ ଏହାକୁ ପ୍ରଶଂସା କରାଯାଇଥିବା ବେଳେ ଅନେକ ସୋସିଆଲ ମିଡିଆ ୟୁଜର ଏହାକୁ ନିନ୍ଦା କରିଛନ୍ତି। ଏକ କ୍ରୀଡା ଇଭେଣ୍ଟରେ କାହିଁକି ଏକ ନିର୍ଦ୍ଦିଷ୍ଟ ଧର୍ମର ଦେବତାଙ୍କୁ ମାସ୍କଟ କରାଯାଇଛି ବୋଲି ମଧ୍ୟ ଅନେକ ବ୍ୟବହାରକାରୀ ପ୍ରଶ୍ନ ଉଠାଇଛନ୍ତି।
ତେବେ କିଛି ଗଣମାଧ୍ୟମର ରିପୋର୍ଟ ଅନୁସାରେ ମାସ୍କଟ ଭାବରେ ସ୍ଥାନ ପାଇଥିବା ହନୁମାନ ଭାରତୀୟ ହନୁମାନ ନୁହନ୍ତି ବରଂ ଏହା ଥାଇ ହନୁମାନ। ଭାରତରେ ରାମାୟଣ ଭଳି ଥାଇଲାଣ୍ଡରେ ମଧ୍ୟ ରାମାକିଏନ୍‌ ପ୍ରସିଦ୍ଧ। ସେଠାରେ ମଧ୍ୟ ଭାରତୀୟ ସଂସ୍କୃତି ପରି ଶ୍ରୀରାମ ଓ ହନୁମାନଙ୍କୁ ପୂଜା କରାଯାଏ। ରାମାକିଏନ୍‌ ଅନୁସାରେ ଥାଇ ହନୁମାନ ମାର୍ଶାଲ ଆଟର୍‌ସରେ ପାରଙ୍ଗମ ଓ ସିପକ୍‌ ଟାକ୍ର ଖେଳନ୍ତି। ତେବେ କୌଣସି କ୍ରୀଡା ଇଭେଣ୍ଟରେ ଦେବାଦେବୀଙ୍କ ବ୍ୟବହାର ପ୍ରଥମ ଥର ପାଇଁ ହୋଇ ନାହିଁ। ପୂର୍ବରୁ ୨୦୦୯ରେ ଅନୁଷ୍ଠିତ ଏସିଆନ୍‌ ମାର୍ଶାଲ ଆଟର୍‌ସ ଗେମ୍ସରେ ଥାଇ ହନୁମାନ ନୋଇଙ୍କୁ ମାସ୍କଟ କରାଯାଇଥିଲା। ୨୦୧୭ରେ ୟୁଥ ଭାରୋତ୍ତୋଳନ ଓ ୨୦୧୮ ବଧିର ଗେମ୍ସରେ ମଧ୍ୟ ଥାଇ ହନୁମାନଙ୍କୁ ମାସ୍କଟ କରାଯାଇଥିଲା। ଏହା ବ୍ୟତିତ ମାଲେସିଆରେ ୧୯୯୭ରେ ଆୟୋଜିତ ସାଉଥ୍‌ଇଷ୍ଟ ଏସିଆନ୍‌ ଗେମ୍ସରେ ହନୁମାନ ମାସ୍କଟ ରହିଥିଲେ।
ଭାରତୀୟ ଆଥ୍‌ଲେଟିକ୍‌ ମହାସଂଘ ପକ୍ଷରୁ ଏସିଆନ୍‌ ଆଥ୍‌ଲେଟିକ୍‌ ଚାମ୍ପିୟନଶିପ୍‌ ପାଇଁ ୫୪ ଜଣିଆ ଦଳ ଘୋଷଣା କରାଯାଇଛି। ତାଜିନ୍ଦର ପାଲ ସିଂ ତୁର୍‌ଙ୍କ ନେତୃତ୍ୱରେ ଭାରତ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri