Posted inଜାତୀୟ

ମାତୋଶ୍ରୀରେ ହନୁମାନ ଚାଳିସା ପାଠ,ନବନୀତ-ରବି ଗିରଫ…

ମୁମ୍ବାଇ, ୨୩।୪ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀରେ ହନୁମାନ ଚାଳିସା ପାଠକୁ ନେଇ ବିବାଦ ଥମିବାର ନା ଧରୁନି। ଶିବସେନା କର୍ମକର୍ତ୍ତାଙ୍କ ଅଭିଯୋଗ କ୍ରମେଏମ୍‌ପି ନବନୀତ୍‌ ରାଣା ଏବଂ ତାଙ୍କ ସ୍ବାମୀ ବିଧାୟକ ରବି ରାଣାଙ୍କୁ ମୁମ୍ବାଇ ପୋଲିସ ଗିରଫ କରି ଥାନାକୁ ଉଠାଇ ନେଇଛି।

ଅନ୍ୟପକ୍ଷରେ ନବନୀତ୍‌ ରାଣା ଏହି ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ସହାୟତା ଲୋଡିଛନ୍ତି। ନବନୀତ୍‌ ଏବଂ ରବିଙ୍କୁ ରବିବାର ବାନ୍ଦ୍ରା କୋର୍ଟରେ ହାଜର କରାଯିବ।

ଏହାପୂର୍ବରୁ ଶନିବାର ଦିନ ପ୍ରବଳ ଉତ୍ତେଜନା ମଧ୍ୟରେ ରବି ରାଣା ଏବଂ ସାଂସଦ ନବନୀତ୍‌ ରାଣା ଉଦ୍ଧବ ଠାକରେଙ୍କ ଘର ମାତୋଶ୍ରୀ ବାହାରେ ହନୁମାନ ଚାଳିସା ପାଠ କରିବାର କାର୍ଯ୍ୟକ୍ରମ ପ୍ରତ୍ୟାହାର କରିଥିଲେ। ମହାରାଷ୍ଟ୍ରରେ ହନୁମାନ ଚାଳିସା ପାଠକୁ ନେଇ ଏକ ନାଟକୀୟ ସମାପ୍ତ ହୋଇଛି। ସକାଳ ନଅଟା ବେଳେ ରାଣା ଦମ୍ପତି ମାତୋଶ୍ରୀ ବାହାରେ ହନୁମାନ ଚଲିସା ପାଠ କରିବାକୁ କହିଥିଲେ।

ଏହି ଘୋଷଣା ସହିତ କ୍ରୋଧିତ ଶିବସେନା କାର୍ଯ୍ୟକର୍ତ୍ତାମାନେ ସକାଳେ ରାଣା ଦମ୍ପତିଙ୍କ ଅମରାବତୀ ଏବଂ ମୁମ୍ବାଇର ବାସଭବନରେ ପହଞ୍ଚି ହଙ୍ଗାମା କରିଥିଲେ। ଏହି ସମୟରେ ଶିବସେନା କର୍ମକର୍ତ୍ତାଙ୍କ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ଘଟିଥିଲା। ବ୍ୟାରିକେଡିଂ ଭାଙ୍ଗିଗଲା।

ଦୀର୍ଘ ସମୟ ଧରି ଶିବସେନା କର୍ମଚକର୍ତ୍ତାମାନେ ତାଙ୍କ ବାସଭବନ ବାହାରେ ଠିଆ ହୋଇଥିଲେ। ପରିଶେଷରେ ରାଣା ଦମ୍ପତିଙ୍କୁ ସେମାନଙ୍କ କାର୍ଯ୍ୟକ୍ରମ ପ୍ରତ୍ୟାହାର କରିବାକୁ ପଡିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଶିବସେନା କର୍ମକର୍ତ୍ତାମାନେ ସେମାନଙ୍କ ଭାବନାକୁ ଆଘାତ ଦେଇଥିବାର ଅଭିଯୋଗ ଆଣିଥିଲେ।

ଅଭିଯୋଗରେ କୁହାଯାଇଛି ଯେ ମାତୋଶ୍ରୀ ସେମାନଙ୍କ ପାଇଁ ଏକ ମନ୍ଦିର ସଦୃଶ। ତେଣୁ ଉଭୟ ମାତୋଶ୍ରୀରେ ହନୁମାନ ଚାଳିସା ପାଠ କରିବାକୁ ଘୋଷଣା କରିବା ଦ୍ୱାରା ଭାବନାକୁ ଆଘାତ କରାଯାଇଛି। ଧାରା ୧୫୩ (ଏ) ଅନୁଯାୟୀ ନବନୀତ୍‌ ରାଣା ଏବଂ ରବି ରାଣାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

ଏହା ପରେ ପୋଲିସ ମୁମ୍ବାଇରେ ଥିବା ସେମାନଙ୍କ ବାସଭବନରେ ପହଞ୍ଚି ଉଭୟଙ୍କୁ ଖାର ପୋଲିସ ଷ୍ଟେଶନକୁ ନେଇଥିଲା। ଉଭୟଙ୍କୁ ପଚରାଉଚରା କରିବା ପରେ ମୁମ୍ବାଇ ପୋଲିସ ନିଶ୍ଚିତ କରିଛି ଯେ ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ସେମାନଙ୍କୁ ଗିରଫ କରାଯାଇଛି। ଗଣମାଧ୍ୟମ ସହ ବାର୍ତ୍ତାଳାପ ସମୟରେ ନବନୀତ୍‌ ରାଣା କହିଛନ୍ତି ଯେ ସେ ଜଣେ ଏମ୍‌ପି ଏବଂ ତାଙ୍କ ସ୍ବାମୀ ଜଣେ ବିଧାୟକ। ଉଭୟ ଦେଶର ପ୍ରତିନିଧି। ଏଭଳି ପରିସ୍ଥିତିରେ ସେମାନଙ୍କ ସହ ମୁମ୍ବାଇ ପୋଲିସର ଆଚରଣ ନିନ୍ଦନୀୟ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏପ୍ରିଲ ୧ରୁ ନୂଆ ଆବେଦନ, ଏଥିରେ ସାମିଲ ହେବେ…

ଭୁବନେଶ୍ୱର,୨୮ା୩: ସୁଭଦ୍ରା ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri