ହଷ୍ଟେଲରୁ ଇଞ୍ଜିନିୟରିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଜବତ

କୋରେଇ/ରଗଡ଼ି,୨୯ା୩(ଡି.ଏନ.ଏ.): ମନରେ ଭରି ରହିଥିଲା ଅମାପ ସ୍ବପ୍ନ। ଜଣେ ଭଲ ଇଞ୍ଜିନିୟର ହୋଇ ପରିବାରର ଆର୍ଥିକ ଅନଟନକୁ ଦୂର କରିବେ ବୋଲି ସେ ବହୁ ଆଶା ବାନ୍ଧିଥିଲେ ା ସେଥିପାଇଁ ସେ ମନପ୍ରାଣ ଦେଇ ଇଲେକ୍ଟ୍ରିକାଲ ଡିପ୍ଲୋମାରେ ଶିକ୍ଷା ଲାଭ କରୁଥିଲେ। ନାମିଦାମୀ କମ୍ପାନୀର ୪ କ୍ୟାମ୍ପସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଜଣେ ମେଧାବୀ ଛାତ୍ରୀ ଭାବେ ସେ ବେଶ ପରିଚିତ ହୋଇଥିଲେ। ହେଲେ ଚାକିରୀ କରିବା ପୂର୍ବରୁ ଯାଜପୁର ସରକାରୀ ପଲିଟେକ୍‌ନିକ କଲେଜ ବିରଜା ହଷ୍ଟେଲ ଛାତ୍ରୀ ରୋଜାଲିନ ପାତ୍ର(୧୮)ଙ୍କ ମୃତ୍ୟୁ ଘଟିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ା ମଙ୍ଗଳବାର ହଷ୍ଟେଲ ରୁମରୁ ରୋଜାଲିନଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ କରିଛି। ଏନେଇ କୋରେଇ ଥାନା ପୋଲିସ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୦୨, ୨୯୪, ୫୦୭, ୩୪ରେ ଏକ ଏକ ମାମଲା(ନଂ.୮୦/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଛି ା ସାଇଣ୍ଟିଫିକ ଟିମ୍‌ ସହିତ ପୋଲିସ ତଦନ୍ତ ଜାରି ରଖିଛି ବୋଲି ଏସ୍‌ଡିପିଓ ସୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ଯାଜପୁର ଜିଲା ଜେନାପୁର ଥାନା ଅଧୀନ ଷେଣ୍ଢପୁର ଗ୍ରାମର ଅମୂଲ୍ୟ ପାତ୍ରଙ୍କ ଝିଅ ରୋଜାଲିନ ମାଟ୍ରିକ ପରେ ଇଞ୍ଜିନିୟରିଂ ପଢ଼ିବା ପାଇଁ ରଗଡ଼ି ସରକାରୀ ପଲିଟେକ୍‌ନିକ୍‌ କଲେଜରେ ନାମ ଲେଖାଇଥିଲେ। ସେ ପ୍ରଥମ ବର୍ଷରୁ ଜଣେ ମେଧାବୀ ଛାତ୍ରୀ ଭାବେ ପରିଚିତ ଥିଲେ। ଏଥିପାଇଁ କେତେଜଣ ଛାତ୍ରୀଛାତ୍ର ତାଙ୍କୁ ଇର୍ଷା କରୁଥିଲେ ବୋଲି ପରିବାର ଲୋକେ କହିଛନ୍ତି। ପରିବାର ଲୋକେ ଅଭିଯୋଗରେ ଦର୍ଶାଇଛନ୍ତି, ସେହି କଲେଜର ଜଣେ ଛାତ୍ର ଓ ୨ ଛାତ୍ରୀ ରୋଜାଲିନଙ୍କୁ ସବୁବେଳେ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ହ୍ବାଟ୍‌ସଆପ୍‌ରେ ଏହି ୩ ଜଣ ରୋଜାଲିନଙ୍କୁ ଅଶ୍ଲୀଳ ମେସେଜ କରୁଥିଲେ। ଘଟଣା ଦିନ ରାତି ପ୍ରାୟ ୯ ଟା ସମୟରେ ରୋଜଲିନ ତାଙ୍କ ବାପାଙ୍କୁ ଫୋନ କରି ଏଇଠୁ ମୋତେ ନେଇଯାଅ ବୋଲି କହିଥିଲେ। ସେହି ଛାତ୍ରୀଛାତ୍ରମାନେ ରୋଜାଲିନଙ୍କୁ ମାରି ପଙ୍ଖାରେ ଝୁଲାଇ ଦେଇଛନ୍ତି ବୋଲି ବାପା ଅମୂଲ୍ୟ ପୋଲିସରେ ଲିଖିତ ଅଭିଯୋଗ କରିଛନ୍ତି ା ଅନ୍ୟପକ୍ଷେ ଏ ସଂକ୍ରାନ୍ତରେ ଛାତ୍ରୀ ଜଣକ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ କେବେ ଅଭିଯୋଗ କରି ନ ଥିବା କଲେଜର ଅଧ୍ୟକ୍ଷ ରାଜେନ୍ଦ୍ର ପୃଷ୍ଟି କହିଛନ୍ତି । ରୋଜାଲିନ୍‌ ୪ କ୍ୟାମ୍ପସ ପାଇଥିବା ବେଳେ ସେ ଜଣେ ମେଧାବୀ ଛାତ୍ରୀ ଥିଲେ ବୋଲି ଅଧ୍ୟକ୍ଷ ପୃଷ୍ଟି ସୂଚନା ଦେଇଛନ୍ତି । ରୋଜାଲିନ୍‌ଙ୍କ ରୁମ୍‌ ଭିତର ପଟୁ ବନ୍ଦ ଥିଲା ା ସକାଳୁ ତାଙ୍କୁ ଡାକିବାରୁ ସେ କବାଟ ଖୋଲି ନ ଥିଲେ । ସନ୍ଦେହ ହେବାରୁ କଲେଜ ଅଧ୍ୟକ୍ଷ କୋରେଇ ପୋଲିସକୁ ଖବର ଦେଇଥିଲେ । କୋରେଇ ପୋଲିସ ଓ କଲେଜ କର୍ତ୍ତୃପକ୍ଷଙ୍କ ଉପସ୍ଥିତରେ କବାଟ ଭଙ୍ଗାଯାଇଥିଲା ା ରୁମରେ ଥିବା ଫ୍ୟାନରେ ନିଜର ଚୁନିରେ ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା ା ଏହାପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ପରିବାର ଲୋକେ ହଷ୍ଟେଲରେ ପହଞ୍ଚତ୍ବା ପରେ ମୃତଦେହକୁ ତଳକୁ ଅଣାଯାଇଥିଲା ବୋଲି ଅଧ୍ୟକ୍ଷ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri