ଗ୍ରାହକଙ୍କ ଚାହିଦାରେ ହସ୍ତଶିଳ୍ପ ସାମଗ୍ରୀ

ଭୁବନେଶ୍ୱର,୨୩।୧୨: ଆଉ କିଛି ଦିନ ପରେ ଇଂରାଜୀ ନବ ବର୍ଷ ସାଙ୍ଗକୁ ଶୁଭ କାର୍ଯ୍ୟ (ଗୃହ ପ୍ରବେଶ)ର ଆଗମନ ଉପଲକ୍ଷେ ଗ୍ରାହକ ଘର ସାଜସଜ୍ଜା ପାଇଁ ଆକର୍ଷଣୀୟ ଓ ମନଲୋଭା କଳାକୃତିର ହାଣ୍ଡିକ୍ରାଫ୍ଟ ସାମଗ୍ରୀ କିଣିବାକୁ ଅଧିକ ପସନ୍ଦ କରୁଛନ୍ତି। ଏପରିକି ଭୁବନେଶ୍ୱରର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେଠାରେ ଆୟୋଜିତ ‘ହ୍ୟାଣ୍ଡଲୁମ୍‌ ଆଣ୍ଡ ହାଣ୍ଡିକ୍ରାଫ୍ଟ’ ଏକ୍ସପୋରେ ବିଭିନ୍ନ ରାଜ୍ୟର କାରିଗର ଓ କଳାକୃତିର ହ୍ୟାଣ୍ଡିକ୍ରାଫ୍ଟ ସାମଗ୍ରୀଗୁଡିକୁ କିଣିବାକୁ ଲୋକେ ଭିଡ ଜମାଉଛନ୍ତି। ବିଶେଷ କରି ମାଟି ହାଣ୍ଡି, କପ୍‌, ଗଡା, ଫୁଲଦାନି, ତଉଲା, ବାଉଲ ଏବଂ ପାଣି ପାତ୍ର ଭଳି ଅନେକ ପ୍ରକାରର ମାଟି ଓ ଚୂନ ପଥରର ବ୍ୟାପକ ସମ୍ଭାର ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଛି। ଗୋଟିଏ ପଟରେ ମନ ପସନ୍ଦର ହାଣ୍ଡିକ୍ରାଫ୍ଟ ସାମଗ୍ରୀ ସାଙ୍ଗକୁ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ କଳାକୃତିର ଉତ୍ପାଦ ସୁଲଭ ମୂଲ୍ୟରେ ମିଳୁଥିବାବେଳେ ଅପରପକ୍ଷରେ ଚାରିଆଡେ ଘରକରଣା ସାମଗ୍ରୀ ଖୋଜିବା ଅପେକ୍ଷା ଗୋଟିଏ ସ୍ଥାନର ଗ୍ରାହକ ମନ ପସନ୍ଦର ସାମଗ୍ରୀ ପାଇପାରୁଥିବାରୁ ହାଣ୍ଡିକ୍ରାଫ୍ଟ ସାମଗ୍ରୀର ଚାହିଦା ମେଳା ଆରମ୍ଭ ଆଜି ପର୍ଯ୍ୟନ୍ତ ବେଶ ଉତ୍ସାହଜନକ ରହିଛି ବୋଲି ପ୍ରଦର୍ଶନୀର ଆୟୋଜକ କାମଧେନୁ ଖଦି ଉଲ୍‌ ପାନିପଥ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, କାମଧେନୁ ଖଦି ଉଲ ପାନିପଥ ପକ୍ଷରୁ ଆୟୋଜିତ ଏହି ମାସିକିଆ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳାର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ୨୦୨୪ ନଭେମ୍ବର ୨୪ ରୁ ଡିସେମ୍ବର ୨୫ପର୍ଯ୍ୟନ୍ତ ଏହି ମେଳା ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ପ୍ରତିଦିନ ସକାଳ ୧୧ ଘଟିକାରୁ ରାତି ୯ ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଓ ସବୁ ବର୍ଗର ଗ୍ରାହକଙ୍କ ପାଇଁ ଖୋଲା ରହିଛି। ସେହିଭଳି ଏହି ମେଳାରେ ୧୭ ରାଜ୍ୟର ବୁଣାକାର ସଂଘ, ବ୍ୟବସାୟୀ ଓ ସରକାରୀ ସ୍ବୀକୃତିପ୍ରାପ୍ତ ପ୍ରତିଷ୍ଠାନର ଆକର୍ଷଣୀୟ ଷ୍ଟଲ ସାଙ୍ଗକୁ ପ୍ରସିଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଓ ପୋଷାକର ସମ୍ଭାର ଉପଲବ୍ଧ ରହିଛି। ଅପରପକ୍ଷରେ ଏହି ମେଳା ୩୦ଦିନରେ ପହଞ୍ଚତ୍ଛି। ଏହି ପ୍ରଦର୍ଶନୀରେ ୧୭ ରାଜ୍ୟର ବ୍ୟବସାୟୀ ମୋଟ ୯୦ଟି ଷ୍ଟଲ ଜରିଆରେ ସେମାନଙ୍କର ପୋଷାକ ଓ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଉଭୟ ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଇକେଲ କ୍ଲାର୍କଙ୍କ ବଡ଼ ଭବିଷ୍ୟବାଣୀ, ଟି-୨୦ ବିଶ୍ୱକପ୍ ଫାଇନାଲରେ ଏହି ଖେଳାଳି ହେବେ ପ୍ଲେୟର ଅଫ….

ନୂଆଦିଲ୍ଲୀ,୮।୩:  ପୂର୍ବତନ ଅଷ୍ଟ୍ରେଲିୟ ଅଧିନାୟକ ମାଇକେଲ କ୍ଲାର୍କ ୨୦୨୬ ଟି- ୨୦ ବିଶ୍ୱକପ୍ ପାଇଁ ଏକ ଭବିଷ୍ୟବାଣୀ କରିଛନ୍ତି । କ୍ଲାର୍କ ସେହି ଖେଳାଳିଙ୍କ ବିଷୟରେ କହିଥିଲେ ଯିଏ…

ଅନ୍ତର୍ଜାତୀୟ ମହିଳା ଦିବସରେ ଯାତାୟାତ ପାଇଁ ସଂଘର୍ଷ କରୁଛନ୍ତି ମହିଳା

ଦାରିଙ୍ଗବାଡ଼ି,୮ା୩(ଅରୁଣ ସାହୁ): ଆଜି ବିଶ୍ୱ ପାଳୁଛି ମହିଳା ଦିବସ। ଏହି କ୍ରମରେ ଦାରିଙ୍ଗବାଡ଼ିଠାରେ ଏହି ଦିନରେ ଏକାଧିକ ସ୍ଥାନରେ ଏହି ଦିବସ ବଡ଼ ଧୂମ୍‌ଧାମରେ ପାଳନ କରାଯାଉଛି।…

କଇଁଚିରେ ଶାଶୁଙ୍କ ନାକ କାଟି ଦେଲେ ଜ୍ବାଇଁ, କଟା ନାକ ଧରି ଫେରାର….

ଜୟପୁର,୮।୩: ରାଜସ୍ଥାନର ଜାଲୋର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପାରିବାରିକ ବିବାଦକୁ ନେଇ ଜଣେ ବ୍ୟକ୍ତି ତାଙ୍କ ଶାଶୁଙ୍କୁ ଆକ୍ରମଣ କରିଛନ୍ତି ।…

JDUରେ ସାମିଲ ହେଲେ ନିଶାନ୍ତ, କହିଲେ ମୋ ବାପାଙ୍କ ଉପରେ ମୁଁ ଗର୍ବ କରେ

ପାଟନା,୮।୩: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ଜନତା ଦଳ ୟୁନାଇଟେଡ (ଜେଡିୟୁ)ରେ ଯୋଗ ଦେଇଛନ୍ତି। ବୈଠକ ସମୟରେ ସେ ଦଳୀୟ କର୍ମୀମାନଙ୍କୁ ସ୍ବାଗତ କରିଥିଲେ।…

‘ସମାଜ ଗଠନରେ ନାରୀମାନଙ୍କ ଭୂମିକା ଅତୁଳନୀୟ’

ଥୁଆମୂଳ ରାମପୁର,୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ…

ବଡ଼ ଘୋଷଣା କଲେ ମହମ୍ମଦ ମୋକିମ୍‌, ଏହି ଦିନ ଲଞ୍ଚ କରିବେ ନୂଆ ଦଳ

ଭୁବନେଶ୍ବର,୮ା୩: ଏପ୍ରିଲ୍‌ ୮ରେ ମହମ୍ମଦ ମୋକିମ୍‌ ନୂଆ ଦଳ ଲଞ୍ଚ୍‌ କରିବେ । ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’ ରହିବ ବୋଲି ଘୋଷଣା କରିଛନ୍ତି…

‘ନାରୀ ଶିକ୍ଷିତ ହେଲେ ଆର୍ଥିକ କ୍ଷେତ୍ରରେ ପ୍ରଗତି ହୋଇପାରିବ’

ଭଞ୍ଜନଗର,୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଏବଂ ଘୁମୁସର ଗବେଷଣା ପ୍ରତିଷ୍ଠାନ(ଜିଜିପି) ପକ୍ଷରୁ…

ଫାଇନାଲ ମ୍ୟାଚରେ ହେବ ବର୍ଷା! ଜାଣନ୍ତୁ କେମିତି ରହିଛି ପାଗ

ନୂଆଦିଲ୍ଲୀ,୮।୩: ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଟିମ ଇଣ୍ଡିଆ ୨୦୨୬ ଟି୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିଛି। ଭାରତ ରବିବାର, ୮ ମାର୍ଚ୍ଚରେ ଅହମଦାବାଦର ନରେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri