ଶୁଦ୍ଧତାକୁ ସୁନିଶ୍ଚିତ କରେ ହଲ୍‌ମାର୍କ: ସୌରଭ ରାୟ

କଟକ ସହରରେ ୧୨ ଦଶନ୍ଧି ଧରି ସୁନା ଗହଣା ବ୍ୟବସାୟରେ ବେଶ୍‌ ସୁନାମ ଅର୍ଜିଛି ରାଧାଗୋବିନ୍ଦ ରାୟ ଆଣ୍ଡ୍‌ କୋ ଜୁଏଲର୍ସ (ଆର୍‌ଜିଆର୍‌)। ଏହାକୁ ସୁନା ଗହଣାର ପ୍ରଥମ ଷ୍ଟୋର ବୋଲି ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଥାଏ। ବଜାରରେ ସୁନା ମୂଲ୍ୟ ବୃଦ୍ଧି ଓ ଗହଣା ବ୍ୟବସାୟରେ କି ପ୍ରଭାବ ରହିଛି ସେନେଇ ଆର୍‌ଜିଆର ଗ୍ରୁପ୍‌ର ମ୍ୟାନେଜିଂ ପାର୍ଟନର ସୌରଭ ରାୟ ଧରିତ୍ରୀକୁ ସାକ୍ଷାତ୍‌କାର ଦେଇ କହିଛନ୍ତି।

ପ୍ରାଥମିକ ଜୀବନରେ ଆପଣ କିପରି ଏହି ବ୍ୟବସାୟକୁ ଆପଣାଇଲେ?
ମୋ ଜେଜେବାପାଙ୍କ ବାପା ରାଧାଗୋବିନ୍ଦ ରାୟଙ୍କଠାରୁ ଆମର ଏହି ସୁନା ବ୍ୟବସାୟ ଆରମ୍ଭ। ଏହି କ୍ରମରେ ପୁନଶ୍ଚ ବାପା ଏହାକୁ ଚଳାଇଆସୁଥାନ୍ତି। କଟକର ବାଦାମବାଡ଼ିରେ ୯୦ ଦଶକରେ ଆମର ଆଉ ଏକ ଗହଣା ଶୋ’ରୁମ୍‌ ଖୋଲିଲା। ଏହାର ପରିଚାଳନା ବାପାଙ୍କ ପକ୍ଷେ ଅସୁବିଧା ହେତୁ ମୁଁ ଚାର୍ଟାର୍ଡ ଆକାଉଣ୍ଟାନ୍ସି ଛାଡ଼ି ବ୍ୟବସାୟରେ ଯୋଗଦେବାକୁ ବାଧ୍ୟହେଲି।
ସୁନାଗହଣା ବ୍ୟବସାୟ ଚଳାଇବାକୁ କିପରି ସମର୍ଥ୍ୟ ହେଲେ?
ରାଧାଗୋବିନ୍ଦ ରାୟ ଗହଣା ଦୋକାନର ସ୍ବତନ୍ତ୍ରତା ରହିଛି। ପ୍ରଥମତଃ ଧାତୁର ବିଶ୍ୱସନୀୟ ଗୁଣବତ୍ତା ଓ ଅନ୍ୟଟି ଲୋଭନୀୟ କାରିଗରି। ଆମର କେତେକ ସ୍ବତନ୍ତ୍ର ଡିଜାଇନ୍‌ ନିଜସ୍ବ ୱାର୍କଶପ୍‌ରେ ତିଆରି ହୋଇଥାଏ। ଏହାଛଡ଼ା ଗ୍ରାହକଙ୍କ ପସନ୍ଦର ଯେକୌଣସି ଡିଜାଇନ୍‌ର ସାମ୍ପୁଲ ଦେଖାଇଲେ ଆମେ ଯୋଗାଇପାରୁଛୁ।
ବ୍ୟବସାୟର ଯାତ୍ରା କିପରି ରହିଛି ?
୧୯୦୧ରେ କଟକର ନିମଚୌଡିଠାରେ ରାଧାଗୋବିନ୍ଦ ରାୟ ସୁନାଗହଣା ଅଳଙ୍କାରର ଆରମ୍ଭ। ଏହା ପ୍ରଥମ ଗହଣା ଶୋ’ରୁମ୍‌ ଭାବେ ପରିଚିତ। ଦ୍ୱିତୀୟ ଶୋ’ରୁମ୍‌ ବାଦାମବାଡ଼ିରେ ପ୍ରତିଷ୍ଠା କରାଗଲା। ଏହାର ଶତବାର୍ଷିକରେ ରାଧାଗୋବିନ୍ଦ ରାୟ ଗ୍ରାଣ୍ଡସନ୍‌ ଭାବେ ଆଉ ଏକ ଶୋ’ରୁମ୍‌ ପ୍ରତିଷ୍ଠା କରାଗଲା, ଯେଉଁଠି ସୁନା ଗହଣା ସହ ହୀରା ଗହଣା ମଧ୍ୟ ଉପଲବ୍ଧ। କଟକର ଆରାଧ୍ୟ ମା’ କଟକଚଣ୍ଡୀଙ୍କର ସୁନା ବେଶରେ ଲାଗି ହେଉଥିବା ଅଳଙ୍କାର ଆମ ପ୍ରତିଷ୍ଠାନ ଦ୍ୱାରା ନିର୍ମିତ।
ସୁନା ବ୍ୟବସାୟରେ କି ଆହ୍ବାନ ରହିଛି?
ସୁନା ଗହଣା ପରି ସୂକ୍ଷ୍ମ ଓ ମୂଲ୍ୟବାନ ଅଳଙ୍କାରର ରକ୍ଷଣାବେକ୍ଷଣ ଦାୟିତ୍ୱ ଥାଏ। ପ୍ରତିଦିନ ସବୁ ଗହଣାକୁ ତନଖି କରାଯାଏ। ସ୍ବଳ୍ପ ସମୟ ମଧ୍ୟରେ ଡିଜାଇନ୍‌ର ପରିବର୍ତ୍ତନ ଘଟିଲେ ଏହାକୁ ପୁନର୍ବାର ରୂପାନ୍ତରିତ କରିବାରେ ଗଢ଼ା ମଜୁରି ଖର୍ଚ୍ଚ ହୋଇଥାଏ। ଶୋ’ରୁମ୍‌କୁ ୨୪ ଘଣ୍ଟା କ୍ୟାମେରା ଓ ସୁରକ୍ଷାକର୍ମୀ ନିଯୁକ୍ତ କରାଯାଇଥାଏ। ବଜାରକୁ ପ୍ରତିଯୋଗିତା ପାଇଁ ବିଭିନ୍ନ ଗହଣାର ଗଢ଼ା ମଜୁରି ରିହାତି ଓ ବହୁ କମ୍ପାନୀ ଷ୍ଟୋର ଆସିଥିବାରୁ ବିନିଯୋଗର ପରିମାଣ ମଧ୍ୟ ବହୁ ଅଧିକ ହୋଇଯାଇଛି।
ସରକାରଙ୍କ ବ୍ୟବସାୟ ନୀତି କେତେ ସୁହାଉଛି ?
ପ୍ରଚଳିତ ସରକାରୀ ନୀତି ଅନୁସାରେ ଆମେ ବ୍ୟବସାୟ କରୁଛୁ। ବ୍ୟବସାୟରେ ସ୍ବଚ୍ଛତା ଆସିଯାଇଛି। ହଲ୍‌ ମାର୍କ ଯୋଗୁଁ ଗ୍ରାହକ ଏବଂ ଆମ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇଛି।
କେଉଁ ଗହଣାର ଚାହିଦା ଅଧିକ?
ଆମ ସଂସ୍କୃତି ଚଳଣିରେ ଅଳଙ୍କାରର ପ୍ରାଧାନ୍ୟ ରହିଛି। ଗ୍ରାହକମାନେ ହାଲୁକା ଓଜନର ସୁନ୍ଦର ଦେଖାଯାଉଥିବା ଗହଣା କିଣିବାକୁ ପସନ୍ଦ କରୁଛନ୍ତି। ଯୁବପିଢ଼ି ଫ୍ୟାନ୍ସି ଡିଜାଇନ ଓ ହୀରା ଗହଣା ପ୍ରତି ଆଗ୍ରହ ଦେଖାଉଛନ୍ତି। ବାହାଘର, ଉସତ୍ବ ଆଦି ପାଇଁ କିଛି ଆଣ୍ଟିକ୍‌ ଓ ଟ୍ରାଡିଶନାଲ ଗହଣାର ମଧ୍ୟ ଚାହିଦା ରହିଛି।
ବରାଦ ମୁତାବକ ଗହଣାଗୁଡ଼ିକ ତିଆରି କରିବା ପାଇଁ କି ବ୍ୟବସ୍ଥା ରହିଛି?
କଟକରେ ଆମର ନିଜସ୍ବ ସ୍ବତନ୍ତ୍ର ତାଲିମପ୍ରାପ୍ତ କାରିଗର ଅଛନ୍ତି। ଏହା ବ୍ୟତୀତ ବହୁ ସମୟରେ ଆଧୁନିକ ଡିଜାଇନ୍‌ ପାଇଁ ବମ୍ବେ, କୋଲକାତା ଓ ଗୁଜରାଟରୁ ଗହଣା ମଗାଇଥାଉ। ଦେଶର ବିଭିନ୍ନ ପ୍ରାନ୍ତର ଡଜାଇନ୍‌ ଆମ ପାଖରେ ଉପଲବ୍ଧ। ଏହାଛଡ଼ା ମୁଦି, ତାରକସୀ, କାର୍ଭିଂ ଓ ଷ୍ଟୋନ୍‌ ସେଟିଂର କୁଶଳୀ କାରିଗର ଆମ ପାଖରେ ରହିଛନ୍ତି।
ଜନସାଧାରଣ ଗହଣା କିଣିଲାବେଳେ କେଉଁ ଦିଗ ପ୍ରତି ସଚେତନ ହେବା ଉଚିତ ?
ବର୍ତ୍ତମାନ ସମସ୍ତ ଗହଣା ହଲ୍‌ମାର୍କ ହୋଇଛି। ଏହା ଶୁଦ୍ଧତାକୁ ସୁନିଶ୍ଚିତ କରିଥାଏ। କିନ୍ତୁ ହଲ୍‌ମାର୍କ ସହିତ ଶୁଦ୍ଧତାର ମାର୍କକୁ ମଧ୍ୟ ତନଖି କରିବାର ଆବଶ୍ୟକତା ରହିଛି। ଏହାଛଡ଼ା ହୀରା ଗହଣା କିଣିବା ବେଳେ ହୀରାର ମାନ ଏବଂ ପ୍ରମାଣପତ୍ର ଉପରେ ଧ୍ୟାନଦେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri