ଅଧାରୁ ପାଠ ଛାଡୁଛନ୍ତି ଛାତ୍ରୀଛାତ୍ର

ଫୁଲବାଣୀ ଅଫିସ,୮ା୫: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ଉଚ୍ଚ ବିଦ୍ୟାଳୟ ନାହିଁ। ବଣ ପାହାଡ଼ ଘେରା ଏହି ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ ନ ଥିବାରୁ ଛାତ୍ରୀଛାତ୍ରମାନେ ପାଠ ଛାଡିବାକୁ ବାଧ୍ୟ ହେଉଛନ୍ତି। ଏ ଦିଗରେ ଜିଲା ପ୍ରଶାସନ ଆଦୌ ଆନ୍ତରିକାତା ଦେଖାଉନାହିଁ। ଉଚ୍ଚ ବିଦ୍ୟାଳୟ ଶିକ୍ଷାରୁ ବଞ୍ଚତ୍ତ ହେଉଥିବା ପିଲାମାନେ ବାଧ୍ୟହୋଇ ମୂଲ ଲାଗିବା ସହ ବାହାର ରାଜ୍ୟକୁ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି।
ଫିରିଙ୍ଗିଆ ବ୍ଲକର ସୁମରବନ୍ଧ ପଞ୍ଚାୟତ ପୂର୍ବରୁ ସାଡିଙ୍ଗିଆ ପଞ୍ଚାୟତରେ ଥିଲା। ବିଗତ ପଞ୍ଚାୟତ ନିର୍ବାଚନ ବେଳେ ସୁମରବନ୍ଧକୁ ପଞ୍ଚାୟତ କରାଯାଇଥିଲା। ଏହି ଅଞ୍ଚଳ ମାଓବାଦୀ ଅଧ୍ୟୁଷିତ ଭାବେ ଜଣାଶୁଣା। କିନ୍ତ୍‌ୁ ପ୍ରଶାସନ ଏଠାର ଛାତ୍ରୀଛାତ୍ରୀଙ୍କ ଶିକ୍ଷାର ଉନ୍ନତି ପାଇଁ କିଛି ପଦକ୍ଷେପ ନେଉ ନାହାନ୍ତି। ସମର୍ଥିତ ସୁତ୍ର ଅନୁସାରେ ଶିକ୍ଷା ବିଭାଗର ଅଧିକାରୀଙ୍କ ଗୋଡ ଏହି ଅଞ୍ଚଳରେ ପଡେ ନାହିଁ। ଯାହା ଫଳରେ ଏହି ଅଞ୍ଚଳର ପିଲାମାନେ କିପରି ଭଲ ପାଠ ପଢ଼ି ଉନ୍ନତି କରିବେ ସେଥିଲାଗି କେହି ଦୃଷ୍ଟି ଦିଅନ୍ତିି ନାହିଁ। କିଛି ଉଚ୍ଚାଭିଳାସୀ ପିଲା କୌଣସି ପ୍ରତିବନ୍ଧକକୁ ଖାତିର ନ କରି ନିଜ ପଞ୍ଚାୟତରୁ ୧୫ କିମି ଦୂର ସାଡିଙ୍ଗିଆରେ ଥିବା ଉଚ୍ଚ ବିଦ୍ୟାଳୟକୁ ଯାଇ ଅଧ୍ୟୟନ କରୁଛନ୍ତି। କିନ୍ତୁ ସବୁ ବେଳେ ବିଦ୍ୟାଳୟ ଯିବା ଏମାନଙ୍କ ପକ୍ଷେ ସମ୍ଭବ ହୁଏ ନାହିଁ।
ସୁମରବନ୍ଧ ପଞ୍ଚାୟତଠାରୁ ସାଡିଙ୍ଗିଆ ପଞ୍ଚାୟତର ଦୂରତା ୧୫ କିମିରୁ ଊର୍ଦ୍ଧ୍ୱ ହେବ। ଯାତାୟତ ପାଇଁ ସେଭଳି ଭଲ ରାସ୍ତା ନାହିଁ। ବଣ ପାହାଡ ଘେରା ତଥା ଘାଟି ଅଞ୍ଚଳ ହୋଇଥିବାରୁ ପିଲାମାନେ ଏତେଦୂର ଯାଇ ପାଠ ପଢ଼ିବା ସମ୍ଭବପର ନୁହେଁ। ଫଳରେ ବହୁ ଛାତ୍ରୀଛାତ୍ର ଅଧାରୁ ପାଠ ଛାଡି ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ପିଲା ବାହାରକୁ ଦାଦାନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି। ଶିକ୍ଷାର ଆବଶ୍ୟକତା ପାଇଁ ସୁମରବନ୍ଧରେ ଏକ ଉଚ୍ଚ ବିଦ୍ୟାଳୟର ନିହାତି ଆବାଶ୍ୟକତା ଅଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ସୁମରବନ୍ଧ ପଞ୍ଚାୟତରେ ମୋଟ ୧୧ଟି ୱାର୍ଡ ରହିଛି। ଜନ ସଂଖ୍ୟା ୧୦୦୦ରୁ ଊର୍ଦ୍ଧ୍ୱ ହେବ। ଏହି ପଞ୍ଚାୟତରେ ୫ଟି ବିଦ୍ୟାଳୟ ଏବଂ ୬ଟି ଅଙ୍ଗନୱାଡି ରହିଛି। ହେଲେ ଗୋଟିଏ ବି ଉଚ୍ଚ ବିଦ୍ୟାଳୟ ନାହିଁ। ୨୦୧୭ ପୂର୍ବରୁ ସୁମରବନ୍ଧ ସାଡିଙ୍ଗିଆ ପଂଚାୟତରେ ଥିଲା। ୨୦୧୭ରୁ ସୁମରବନ୍ଧକୁ ନୂତନ ପଞ୍ଚାୟତ ଘୋଷଣା କରାଗଲା। ପଞ୍ଚାୟତ ସିନା ହେଲା, ହେଲେ ଶିକ୍ଷାର ଅଗ୍ରଗତିକୁ ଦୃଷ୍ଟି ଦିଆଗଲା ନାହିଁ। ତେଣୁ ସରକାର ଏବଂ ଜିଲା ପ୍ରଶାସନ ଏସବୁ ଦିଗକୁ ଦୃଷ୍ଟିରେ ରଖି ଏକ ନୂତନ ଉଚ୍ଚ ବିଦ୍ୟାଳୟ ଖୋଲିବାକୁ ଗ୍ରାମର ସୁଶୀଳା କହଁର, ସଶ୍ମିତା କହଁର, ଶାନ୍ତି ଦିଗାଲ, ଶ୍ରଦ୍ଧାଞ୍ଜଳୀ ଦିଗାଲଙ୍କ ସମେତ ଅନ୍ୟମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri