ଅଧାରୁ ପାଠ ଛାଡୁଛନ୍ତି ଛାତ୍ରୀଛାତ୍ର

ଫୁଲବାଣୀ ଅଫିସ,୮ା୫: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ଉଚ୍ଚ ବିଦ୍ୟାଳୟ ନାହିଁ। ବଣ ପାହାଡ଼ ଘେରା ଏହି ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ ନ ଥିବାରୁ ଛାତ୍ରୀଛାତ୍ରମାନେ ପାଠ ଛାଡିବାକୁ ବାଧ୍ୟ ହେଉଛନ୍ତି। ଏ ଦିଗରେ ଜିଲା ପ୍ରଶାସନ ଆଦୌ ଆନ୍ତରିକାତା ଦେଖାଉନାହିଁ। ଉଚ୍ଚ ବିଦ୍ୟାଳୟ ଶିକ୍ଷାରୁ ବଞ୍ଚତ୍ତ ହେଉଥିବା ପିଲାମାନେ ବାଧ୍ୟହୋଇ ମୂଲ ଲାଗିବା ସହ ବାହାର ରାଜ୍ୟକୁ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି।
ଫିରିଙ୍ଗିଆ ବ୍ଲକର ସୁମରବନ୍ଧ ପଞ୍ଚାୟତ ପୂର୍ବରୁ ସାଡିଙ୍ଗିଆ ପଞ୍ଚାୟତରେ ଥିଲା। ବିଗତ ପଞ୍ଚାୟତ ନିର୍ବାଚନ ବେଳେ ସୁମରବନ୍ଧକୁ ପଞ୍ଚାୟତ କରାଯାଇଥିଲା। ଏହି ଅଞ୍ଚଳ ମାଓବାଦୀ ଅଧ୍ୟୁଷିତ ଭାବେ ଜଣାଶୁଣା। କିନ୍ତ୍‌ୁ ପ୍ରଶାସନ ଏଠାର ଛାତ୍ରୀଛାତ୍ରୀଙ୍କ ଶିକ୍ଷାର ଉନ୍ନତି ପାଇଁ କିଛି ପଦକ୍ଷେପ ନେଉ ନାହାନ୍ତି। ସମର୍ଥିତ ସୁତ୍ର ଅନୁସାରେ ଶିକ୍ଷା ବିଭାଗର ଅଧିକାରୀଙ୍କ ଗୋଡ ଏହି ଅଞ୍ଚଳରେ ପଡେ ନାହିଁ। ଯାହା ଫଳରେ ଏହି ଅଞ୍ଚଳର ପିଲାମାନେ କିପରି ଭଲ ପାଠ ପଢ଼ି ଉନ୍ନତି କରିବେ ସେଥିଲାଗି କେହି ଦୃଷ୍ଟି ଦିଅନ୍ତିି ନାହିଁ। କିଛି ଉଚ୍ଚାଭିଳାସୀ ପିଲା କୌଣସି ପ୍ରତିବନ୍ଧକକୁ ଖାତିର ନ କରି ନିଜ ପଞ୍ଚାୟତରୁ ୧୫ କିମି ଦୂର ସାଡିଙ୍ଗିଆରେ ଥିବା ଉଚ୍ଚ ବିଦ୍ୟାଳୟକୁ ଯାଇ ଅଧ୍ୟୟନ କରୁଛନ୍ତି। କିନ୍ତୁ ସବୁ ବେଳେ ବିଦ୍ୟାଳୟ ଯିବା ଏମାନଙ୍କ ପକ୍ଷେ ସମ୍ଭବ ହୁଏ ନାହିଁ।
ସୁମରବନ୍ଧ ପଞ୍ଚାୟତଠାରୁ ସାଡିଙ୍ଗିଆ ପଞ୍ଚାୟତର ଦୂରତା ୧୫ କିମିରୁ ଊର୍ଦ୍ଧ୍ୱ ହେବ। ଯାତାୟତ ପାଇଁ ସେଭଳି ଭଲ ରାସ୍ତା ନାହିଁ। ବଣ ପାହାଡ ଘେରା ତଥା ଘାଟି ଅଞ୍ଚଳ ହୋଇଥିବାରୁ ପିଲାମାନେ ଏତେଦୂର ଯାଇ ପାଠ ପଢ଼ିବା ସମ୍ଭବପର ନୁହେଁ। ଫଳରେ ବହୁ ଛାତ୍ରୀଛାତ୍ର ଅଧାରୁ ପାଠ ଛାଡି ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ପିଲା ବାହାରକୁ ଦାଦାନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି। ଶିକ୍ଷାର ଆବଶ୍ୟକତା ପାଇଁ ସୁମରବନ୍ଧରେ ଏକ ଉଚ୍ଚ ବିଦ୍ୟାଳୟର ନିହାତି ଆବାଶ୍ୟକତା ଅଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ସୁମରବନ୍ଧ ପଞ୍ଚାୟତରେ ମୋଟ ୧୧ଟି ୱାର୍ଡ ରହିଛି। ଜନ ସଂଖ୍ୟା ୧୦୦୦ରୁ ଊର୍ଦ୍ଧ୍ୱ ହେବ। ଏହି ପଞ୍ଚାୟତରେ ୫ଟି ବିଦ୍ୟାଳୟ ଏବଂ ୬ଟି ଅଙ୍ଗନୱାଡି ରହିଛି। ହେଲେ ଗୋଟିଏ ବି ଉଚ୍ଚ ବିଦ୍ୟାଳୟ ନାହିଁ। ୨୦୧୭ ପୂର୍ବରୁ ସୁମରବନ୍ଧ ସାଡିଙ୍ଗିଆ ପଂଚାୟତରେ ଥିଲା। ୨୦୧୭ରୁ ସୁମରବନ୍ଧକୁ ନୂତନ ପଞ୍ଚାୟତ ଘୋଷଣା କରାଗଲା। ପଞ୍ଚାୟତ ସିନା ହେଲା, ହେଲେ ଶିକ୍ଷାର ଅଗ୍ରଗତିକୁ ଦୃଷ୍ଟି ଦିଆଗଲା ନାହିଁ। ତେଣୁ ସରକାର ଏବଂ ଜିଲା ପ୍ରଶାସନ ଏସବୁ ଦିଗକୁ ଦୃଷ୍ଟିରେ ରଖି ଏକ ନୂତନ ଉଚ୍ଚ ବିଦ୍ୟାଳୟ ଖୋଲିବାକୁ ଗ୍ରାମର ସୁଶୀଳା କହଁର, ସଶ୍ମିତା କହଁର, ଶାନ୍ତି ଦିଗାଲ, ଶ୍ରଦ୍ଧାଞ୍ଜଳୀ ଦିଗାଲଙ୍କ ସମେତ ଅନ୍ୟମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri