ଅର୍ଦ୍ଧାଧିକ ଚାଷଜମି ଜଳସେଚନରୁ ବଞ୍ଚିତ

କେନ୍ଦ୍ରାପଡ଼ା,୮ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ଶୁକ୍ରବାରଠାରୁ ୧୧୮ ସ୍ଥାନରେ ସରକାରୀ ଧାନମଣ୍ଡି ଖୋଲିବ। ବଳକା ଧାନ ବିକ୍ରି ପାଇଁ ପଞ୍ଜୀକୃତ ଚାଷୀଙ୍କୁ ଟୋକନ୍‌ ଦିଆଯାଇଛି। ତେବେ ଚଳିତବର୍ଷ ପୂର୍ବବର୍ଷ ତୁଳନାରେ ଖରିଫ ଧାନ ସଂଗ୍ରହ କମ୍‌ ରହିବ ବୋଲି ପ୍ରାଥମିକ ଆକଳନ କରାଯାଉଛି। ଏହାର କାରଣ କ୍ଷେତ ପାଇଁ ଜଳ ପରିଚାଳନା। ଅର୍ଦ୍ଧାଧିକ ଚାଷ ଜମି ଜଳସେଚନରୁ ବଞ୍ଚତ୍ତ, ପାଣି ପଞ୍ଚାୟତ ଗଠନ ଓ ପରିଚାଳନାଗତ ତ୍ରୁଟି ପାଇଁ ଚାଷ ଏବେ ଲାଭଜନକ ହେଉ ନାହିଁ। କୃଷକଙ୍କ ପ୍ରକୃତ ସମସ୍ୟାକୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି।
ଏ ସମ୍ପର୍କରେ କଂସାର ଗ୍ରାମର ଚାଷୀ ନିରଞ୍ଜନ ପରିଡା, କୃଷକ ନେତା ଗୟାଧର ଧଳ କହିଛନ୍ତି, ନିର୍ବାଚନ ସମୟ ଆସିଲେ ରାଜନେତାଙ୍କର ଚାଷୀଙ୍କ ସମସ୍ୟାଗୁଡ଼ିକ ମନେପଡ଼େ। ଇସ୍ତାହାର ପତ୍ରରେ ଚାଷୀ ଓ ଚାଷ ସମସ୍ୟାକୁ ଗୁରୁତ୍ୱ ଦିଆଯାଏ। ନିର୍ବାଚନ ପ୍ରକ୍ରିୟା ଶେଷ ପରେ ଏହି ଇସ୍ତାହାରର ଗୁରୁତ୍ୱ ରହେ ନାହିଁ। ଜିଲାର ୩୬,୦୩୮ ହେକ୍ଟର ଉଚ୍ଚ ଜମିକୁ ଜଳସେଚନ ବ୍ୟବସ୍ଥା ନାହିଁ। ସେହିପରି ୭୦,୩୩୩ ହେକ୍ଟର ଜମିରେ ଜଳ ନିଷ୍କାସନ ଏକ ସମସ୍ୟା ହୋଇଛି। ଚାଷୋପଯୋଗୀ ୭୫,୮୧୮ ହେକ୍ଟର ମଧ୍ୟମ ଜମି ମଧ୍ୟରୁ ୬୫,୦୩୨ ହେକ୍ଟର ଜମି ଜଳସେଚିତ ହେଉଥିବା ଦର୍ଶାଯାଉଥିଲେ ମଧ୍ୟ ବାସ୍ତବିକ ତଥ୍ୟ ଏହାଠାରୁ ଭିନ୍ନ। ଜିଲାର ୯ ବ୍ଲକ ମଧ୍ୟରୁ ଆଳି, ରାଜନଗର ଓ ରାଜକନିକାରେ ଆଦୌ କେନାଲ ନାହିଁ। ପ୍ରତି ବ୍ଲକର ଅତିକମ୍‌ରେ ୩୫ ପ୍ରତିଶତ କ୍ଷେତକୁ ଜଳ ଯୋଗାଣ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିବାର ଦୀର୍ଘଦିନ ବିତିଥିଲେ ମଧ୍ୟ ଏହା ଏହି ବ୍ଲକଗୁଡ଼ିକରେ କାର୍ଯ୍ୟକାରୀ ହୋଇନାହିଁ। ଫଳରେ ଯୁବବର୍ଗ ଚାଷ ଛାଡ଼ି କର୍ମନିଯୁକ୍ତି ପାଇଁ ବିଦେଶମୁହଁା ହେଉଛନ୍ତି। ସୂଚନା ଅଧିକାର କର୍ମୀ ପ୍ରମୋଦ କୁମାର ସ୍ବାଇଁ କହିଛନ୍ତି, ଏ ନେଇ କୃଷି ବିଭାଗ ପକ୍ଷରୁ ଏକ ତଥ୍ୟ ମିଳିଛି। ତଥ୍ୟ ଅନୁଯାୟୀ, ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୨୮,୦୭୦ ହେକ୍ଟର ଚାଷଜମି ଥିବା ବେଳେ ମାତ୍ର ୬,୮୨୩ ହେକ୍ଟର ଜମିକୁ ଜଳସେଚନର ବ୍ୟବସ୍ଥା ରହିଛି। ଅର୍ଥାତ ୨୪.୩୧ ପ୍ରତିଶତ ଜମି ଜଳସେଚିତ। ସେହିପରି ରାଜନଗରର ମୋଟ ୨୫,୮୯୫ ହେକ୍ଟର ଜମିରୁ ମାତ୍ର ୧୯.୧୬ ପ୍ରତିଶତ ଜମି ଜଳସେଚିତ। ରାଜକନିକା ବ୍ଲକ ଅଞ୍ଚଳରେ ୩୩.୬୨ ପ୍ରତିଶତ କ୍ଷେତକୁ ଉଠା ଜଳସେଚନ ଓ ଅନ୍ୟ ଉତ୍ସରୁ ଜଳ ମିଳୁଛି। ଜିଲାରେ ୧,୧୧୪ଟି ଲିଫ୍ଟ ଇରିଗେଶନ ଓ ୩,୦୬୩ଟି ସୋଲୋ ଟିଉବୱେଲ ମାଧ୍ୟମରେ ମୋଟ ୩୦,୬୮୧ ହେକ୍ଟରକୁ ଜଳସେଚନ ହେଉଥିବା ଏହି ତଥ୍ୟରେ ଉଲ୍ଲେଖ ଥିବା ବେଳେ ଅନ୍ୟ ଉତ୍ସରୁ ମାତ୍ର ୧୦,୬୨୪ ହେକ୍ଟର ପାଣି ମିଳୁଥିବା ଦର୍ଶାଯାଇଛି। ତେବେ ତୃଣମୂଳରେ ଏହାର ତନଖି କଲେ ଏହି ତଥ୍ୟ ଅବାସ୍ତବ ବୋଲି ସେ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ବାନାମ୍ବର ସାହୁ କହିଛନ୍ତି, ଉଠା ଜଳସେଚନ ବିଭାଗ ପକ୍ଷରୁ ଗଠନ ହୋଇଥିବା ପାଣି ପଞ୍ଚାୟତ ଏବେ ପ୍ରହସନ ପାଲଟିଛି। କେତେଗୋଟି ପାଣି ପଞ୍ଚାୟତରେ ସଭ୍ୟାସଭ୍ୟଙ୍କ ଅଜାଣତରେ କର୍ମକର୍ତ୍ତାମାନେ ସରକାରୀ ଅନୁଦାନକୁ ଠିକାଦାରି ଆଳରେ ହଡ଼ପ କରୁଛନ୍ତି। ସେହିପରି ଜଳସମ୍ପଦ ବିଭାଗ ପକ୍ଷରୁ ଜଳ ପରିଚାଳନାକୁ ଗୁରୁତ୍ୱ ଦିଆଯାଉନାହିଁ। ଗୋବରୀ, ଜମ୍ବୁ, କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ କେନାଲ ଆଦିରେ ବିଲାତି ଦଳ ଭର୍ତ୍ତି ଯୋଗୁ ଶେଷ ମୁଣ୍ଡରେ ପାଣି ପହଞ୍ଚତ୍ ପାରୁନାହିଁ। ପ୍ରତିବର୍ଷ ବନ୍ୟା ସମୟରେ ଉପାନ୍ତ ଅଞ୍ଚଳର ୫୫ ପଞ୍ଚାୟତରେ ଚାଷ ନଷ୍ଟ ହେଉଛି। ଜଳ ନିଷ୍କାସନ ଓ ଜଳସେଚନ ପାଇଁ ଆବଶ୍ୟକ ପାଣିର ଅଭାବ ଚାଷୀଙ୍କୁ ଚାଷରୁ ନିବୃତ୍ତ କରୁଛି। ବିଭିନ୍ନ ନଦୀ ଓ ନାଳରେ ବ୍ୟାରେଜ ଓ କ୍ରିକ୍‌ ବନ୍ଧ ଦ୍ୱାରା ମଧୁର ଜଳ ଅଟକାଇ କ୍ଷେତକୁ ଜଳସେଚନ ହୋଇପାରନ୍ତା। ଏ ସମ୍ପର୍କରେ ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ଜିଲାରେ ଜଳ ପରିଚାଳନାକୁ ଗୁରୁତ୍ୱ ଦିଆଯାଉଛି। କେନାଲର ଉନ୍ନତୀକରଣ ସହ କ୍ରିକ୍‌ ବନ୍ଧ ନିର୍ମାଣ କରାଯାଉଛି। ଆଗକୁ ନଦୀରେ ବ୍ୟାରେଜ ଓ ଅଧିକ କ୍ରିକ୍‌ ବନ୍ଧ ନିର୍ମାଣ ପାଇଁ ଯୋଜନା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri