ଅଧା କାମ କରି ଛାଡ଼ିଦେଲେ

ଭଦ୍ରକ ଅଫିସ, ୨୩ା୫ (ସ୍ବ.ପ୍ର.): ଭଦ୍ରକ ବ୍ଲକର ସାତଭଉଣି-ଚୁଡ଼ାକୁଟି ରାସ୍ତା କାମ ଅଧାପନ୍ତରିଆ ହୋଇ ରହିଛି। ଫଳରେ ଏହି ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତାରୁ ମେଟାଲଗୁଡ଼ିକ ବାହାରିଯାଇଛି। ଦୁଇଚକିଆ କିମ୍ବା ଚାରିଚକିଆ ଯାନ ଯାତାୟାତ ବେଳେ ଚକ ମେଟାଲ ଉପରେ ଚଢ଼ିଲା ସମୟରେ ମେଟାଲ ଛିଟିକି ପାଖରେ ଛିଡ଼ା ହୋଇଥିବା ମଣିଷ ଲହୁଲୁହାଣ ହେଉଛନ୍ତି। ପ୍ରକାଶ ଯେ, ଉକ୍ତ ରାସ୍ତା କାର୍ଯ୍ୟର ଟେଣ୍ଡର ନେଇଥିବା ଠିକାଦାର ୨୦୨୧-୨୨ରୁ କାମ ଆରମ୍ଭ କରିଥିଲେ। ଏପର୍ଯ୍ୟନ୍ତ ପଚାଶ ଭାଗ କାର୍ଯ୍ୟ ସରିଛି। ଯେଉଁ କାର୍ଯ୍ୟ କରାଯାଇଛି, ତାହାକୁ ମଧ୍ୟ ଅଧିକାରୀ ଯାଞ୍ଚ କିମ୍ବା ତଦାରଖ କରୁ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ଗତବର୍ଷ କଂକ୍ରିଟ ରାସ୍ତା ଠିକ୍‌ ଭାବେ କରାଯାଇ ନାହିଁ। ବଳଭଦ୍ରପୁରଠାରୁ ଆରମ୍ଭ କରାଯାଇଥିବା ମେଟାଲ କାର୍ଯ୍ୟ ଦୁଇମାସରୁ ଅଧିକ ଦିନ ହେବାରୁ ଅନୁମୋଦିତ ମେଟାଲ ସୋଲିଙ୍ଗ ସ୍ତର ଏବେ ଆଉ ମାପକୁ ଆସିବ ନାହଁି। ବିଳମ୍ବ ହେଲେ ମୂଳ ରାସ୍ତାର ଉପର ଅଂଶ ଦେଖାଯିବ। ବର୍ତ୍ତମାନ ମେଟାଲଗୁଡ଼ିକ ବାହାରିଯାଇ ଯିବାଆସିବାରେ ଅସୁବିଧା ସୃଷ୍ଟି କରୁଛି। ରାସ୍ତାର ଦୁରାବସ୍ଥା ନେଇ ଗ୍ରାମର ଜଗନ୍ନାଥ ରାୟ, ସାମାଜିକ କର୍ମୀ ନିତ୍ୟାନନ୍ଦ ବେହେରା, ସନାତନ ବେହେରା ଓ ମହେଶ୍ୱର ଲେଙ୍କା ଅସନ୍ତୋଷ ପ୍ରକାଶ କରିବା ସହ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହ କାର୍ଯ୍ୟ ନିର୍ବାହୀ ଅଧିକାରୀ ଛତିଲାଲ ମାରାଣ୍ଡି କହିଛନ୍ତି, ୨୦୨୧ ଡିସେମ୍ବର ୧୭ରେ ଉକ୍ତ ରାସ୍ତା କାମ ଆରମ୍ଭ ହୋଇଥିଲା ବେଳେ ୨୦୨୨ ନଭେମ୍ବର ୧୬ରେ ଶେଷ ହେବା କଥା। ରାସ୍ତା କାମ ସମ୍ପୂର୍ଣ୍ଣ କରାଯାଇ ନ ଥିବାରୁ ଠିକାଦାରଙ୍କୁ ତାଗିଦା ସହ ଏ ବାବଦରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ତେବେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri