ଅଧା କାମ କରି ଛାଡ଼ିଦେଲେ

ଭଦ୍ରକ ଅଫିସ, ୨୩ା୫ (ସ୍ବ.ପ୍ର.): ଭଦ୍ରକ ବ୍ଲକର ସାତଭଉଣି-ଚୁଡ଼ାକୁଟି ରାସ୍ତା କାମ ଅଧାପନ୍ତରିଆ ହୋଇ ରହିଛି। ଫଳରେ ଏହି ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତାରୁ ମେଟାଲଗୁଡ଼ିକ ବାହାରିଯାଇଛି। ଦୁଇଚକିଆ କିମ୍ବା ଚାରିଚକିଆ ଯାନ ଯାତାୟାତ ବେଳେ ଚକ ମେଟାଲ ଉପରେ ଚଢ଼ିଲା ସମୟରେ ମେଟାଲ ଛିଟିକି ପାଖରେ ଛିଡ଼ା ହୋଇଥିବା ମଣିଷ ଲହୁଲୁହାଣ ହେଉଛନ୍ତି। ପ୍ରକାଶ ଯେ, ଉକ୍ତ ରାସ୍ତା କାର୍ଯ୍ୟର ଟେଣ୍ଡର ନେଇଥିବା ଠିକାଦାର ୨୦୨୧-୨୨ରୁ କାମ ଆରମ୍ଭ କରିଥିଲେ। ଏପର୍ଯ୍ୟନ୍ତ ପଚାଶ ଭାଗ କାର୍ଯ୍ୟ ସରିଛି। ଯେଉଁ କାର୍ଯ୍ୟ କରାଯାଇଛି, ତାହାକୁ ମଧ୍ୟ ଅଧିକାରୀ ଯାଞ୍ଚ କିମ୍ବା ତଦାରଖ କରୁ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ଗତବର୍ଷ କଂକ୍ରିଟ ରାସ୍ତା ଠିକ୍‌ ଭାବେ କରାଯାଇ ନାହିଁ। ବଳଭଦ୍ରପୁରଠାରୁ ଆରମ୍ଭ କରାଯାଇଥିବା ମେଟାଲ କାର୍ଯ୍ୟ ଦୁଇମାସରୁ ଅଧିକ ଦିନ ହେବାରୁ ଅନୁମୋଦିତ ମେଟାଲ ସୋଲିଙ୍ଗ ସ୍ତର ଏବେ ଆଉ ମାପକୁ ଆସିବ ନାହଁି। ବିଳମ୍ବ ହେଲେ ମୂଳ ରାସ୍ତାର ଉପର ଅଂଶ ଦେଖାଯିବ। ବର୍ତ୍ତମାନ ମେଟାଲଗୁଡ଼ିକ ବାହାରିଯାଇ ଯିବାଆସିବାରେ ଅସୁବିଧା ସୃଷ୍ଟି କରୁଛି। ରାସ୍ତାର ଦୁରାବସ୍ଥା ନେଇ ଗ୍ରାମର ଜଗନ୍ନାଥ ରାୟ, ସାମାଜିକ କର୍ମୀ ନିତ୍ୟାନନ୍ଦ ବେହେରା, ସନାତନ ବେହେରା ଓ ମହେଶ୍ୱର ଲେଙ୍କା ଅସନ୍ତୋଷ ପ୍ରକାଶ କରିବା ସହ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହ କାର୍ଯ୍ୟ ନିର୍ବାହୀ ଅଧିକାରୀ ଛତିଲାଲ ମାରାଣ୍ଡି କହିଛନ୍ତି, ୨୦୨୧ ଡିସେମ୍ବର ୧୭ରେ ଉକ୍ତ ରାସ୍ତା କାମ ଆରମ୍ଭ ହୋଇଥିଲା ବେଳେ ୨୦୨୨ ନଭେମ୍ବର ୧୬ରେ ଶେଷ ହେବା କଥା। ରାସ୍ତା କାମ ସମ୍ପୂର୍ଣ୍ଣ କରାଯାଇ ନ ଥିବାରୁ ଠିକାଦାରଙ୍କୁ ତାଗିଦା ସହ ଏ ବାବଦରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ତେବେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri