ଅଧା ସଫେଇ କରି ଛାଡ଼ିଦେଲେ

ନୟାଗଡ଼,୨୩।୬(ଲୋକନାଥ ମିଶ୍ର): ନର୍ଦ୍ଦମା ଜଳରେ ସୃଷ୍ଟି ହେବାକୁ ଥିବା ବନ୍ୟାର ଭୟ ନୟାଗଡ଼ ମ୍ୟୁନିସିପାଲିଟିର ୧ନଂ. ୱାର୍ଡରୁ ହଟୁନି। କଲଭର୍ଟ ଓ ଡ୍ରେନ ନିର୍ମାଣରେ ତ୍ରୁଟି କାରଣରୁ ଏଠାରେ ବର୍ଷାଋତୁରେ କୃତ୍ରିମ ବନ୍ୟା ହୋଇ ଆସୁଛି। ଜିଲା ସଦର ମହକୁମାର ସହର ପୁଣି ମ୍ୟୁନିସିପାଲିଟିରେ ଏହି ୱାର୍ଡ ରହିଛି। ତେବେ ବନ୍ୟା ସମସ୍ୟାର ସ୍ଥାୟୀ ସମାଧାନ ମ୍ୟୁନିସିପାଲିଟି ଅଥବା ପ୍ରଶାସନ କରୁ ନ ଥିବାର ଅଭିଯୋଗ ହୋଇ ଆସୁଛି। ଚଳିତମାସ ୨୨ରୁ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇ ଯାଇଥିବାରୁ ନୟାଗଡ ଭାଜପା ଜିଲା କାର୍ଯ୍ୟାଳୟ ସମ୍ମୁଖରେ ଡ୍ରେନ ଅଧା ସଫେଇ କରି ଛାଡି ଦେବା ପୁଣି ବନ୍ୟାର ଭୟକୁ ମନେ ପକାଇ ଦେଇଛି।
ପାହାଡିଆ ଅଞ୍ଚଳ ନୟାଗଡ଼। ଏଠାରେ ପାହାଡ଼ର ବର୍ଷା ଜଳ ଗଁା ଓ ସହର ମଧ୍ୟ ଦେଇ ବିଭିନ୍ନ ଅଞ୍ଚଳରେ ଯାଉଛି। ଜିଲା ସଦର ମହକୁମାରେ ମଧ୍ୟ ଏହି ସମସ୍ୟା ଦେଖା ଦେଇଛି। ପାହାଡର ଜଳ କିଛି ଡ୍ରେନରେ ଓ ଆଉ କିଛି ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ ଦେଇ ପ୍ରବାହିତ ହେଉଛି। ୫୭ ନଂ. ଜାତୀୟ ରାଜପଥର ବ୍ରଜେନ୍ଦ୍ର ହାଇସ୍କୁଲ ପାର୍ଶ୍ୱରୁ ଆସିଥିବା ଡ୍ରେନ ଭାଜପା ଜିଲା କାର୍ଯ୍ୟାଳୟ ସମ୍ମୁଖରେ ବନ୍ଦ କରାଯାଇଛି। ଏଠାରେ ଥିବା କଲଭର୍ଟ ଦେଇ ବ୍ରଜେନ୍ଦ୍ର ହାଇସ୍କୁଲ ପାର୍ଶ୍ୱର ନର୍ଦ୍ଦମା ଜଳ ଭାଜପା ଜିଲା କାର୍ଯ୍ୟାଳୟ ନିକଟକୁ ଲାଗିଥିବା ଡ୍ରେନ ଦେଇ ଯିବାର ବ୍ୟବସ୍ଥା ହୋଇଛି। ଏଠାରେ କଲଭର୍ଟରେ ନର୍ଦ୍ଦମା ଜଳ ଚୋକ୍‌ ହୋଇ ଜାତୀୟ ରାଜପଥ ଉପରକୁ ବିଭିନ୍ନ ସମୟରେ ଉଠୁଛି। ବର୍ଷାର ପ୍ରକୋପ ବଢ଼ିଲେ ନର୍ଦ୍ଦମା ଜଳ ଘର ଭିତରେ ପଶି ପ୍ରାଚୀର, ଘର ଭାଙ୍ଗି ବାହାରକୁ ବାହାରୁଛି। ଗତ ୨୦୨୧ ସେପ୍ଟମ୍ବର ୨୭ ତାରିଖ ରାତିରେ ପରିବାର ଲୋକେ ଶୋଇଥିବାବେଳେ ଘରେ ପାଣି ପଶି ଘରକୁ ଭାଙ୍ଗିଥିଲା। ଭାଜପା ଜିଲା କାର୍ଯ୍ୟାଳୟ ସମ୍ମୁଖ ରାଜପଥ ଡ୍ରେନର ଜଳ, ସିନ୍ଦୁରିଆ ଓ ପାଟଚଣ୍ଡୀ ମନ୍ଦିର ସାହିର ଡ୍ରେନେଜ ଜଳ ଭାଜପା କାର୍ଯ୍ୟାଳୟର କଲଭର୍ଟ ନିକଟକୁ ଆସି ରାସ୍ତା ଉପରେ ୩ରୁ ୬ଫୁଟର ପାଣି ଜମା ହୋଇ ରହିଥିଲା। ପରେ ଭାଜପା ଜିଲା କାର୍ଯ୍ୟାଳୟର ପଛ ପାଖରେ ଥିବା ପୋଖରୀର ପ୍ରାଚୀର ପ୍ରାୟ ୨୦ ହାତ ଭାଙ୍ଗି ପୋଖରୀ ଜଳ ବନ୍ୟା ପରିସ୍ଥିତିକୁ ବଢ଼ାଇଥିଲା। ଏହି ନଦ୍ଦର୍ମା ଜଳ ୧ନଂ ୱାର୍ଡର ସଫି କୁଦିନ ଅହମ୍ମଦ, ମହମ୍ମଦ ସମସୁଦିନ, ଚିତ୍ତ ରଞ୍ଜନ ତ୍ରିପାଠୀ, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଜ୍ୟୋତି ରଞ୍ଜନ ସାହୁ,ସରିଫ ଉଦ୍ଦିନ ଖଁାଙ୍କ ଘର ସମେତ ନୟାଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଛ ପାଖ ସାହି ଦେଇ ପାଣି ଜମି ରହିଲା। ପାହାନ୍ତିଆ ସମୟରେ ଚିତ୍ତ ରଞ୍ଜନ ତ୍ରିପାଠୀଙ୍କ ପ୍ରାୟ ୨୦ ହାତର ପ୍ରାଚୀର ଭାଙ୍ଗିବା ପରେ ଜଳସ୍ତର ହ୍ରାସ ପାଇଲା। ଏନେଇ ପବିତ୍ର ଦଳେଇ, ସୁଶାନ୍ତ ପ୍ରଧାନ, ଅବଦୁଲ ରେହମନ ଖାନ୍‌ କୁହନ୍ତି ଘରେ ପୂର୍ବରୁ ନର୍ଦ୍ଦମା ଜଳ ପଶୁଥିଲା। ହେଲେ ୨୦୨୧ ସେପ୍ଟେମ୍ବର ରାତିର ନଦ୍ଦର୍ମା ଜଳ ପଶିବା ପରି କେବେ ପଶି ନ ଥିଲା। ଘରେ ଶୋଇବା ସମୟରେ ବର୍ଷା ହେବା ଜଣାପଡି ନ ଥିଲା।ପୁଣି ନର୍ଦ୍ଦମା ଜଳ ଘରେ ପଶିବା ଜାଣି ହୋଇ ନ ଥିଲା। ଏଭଳି ସମୟରେ ଘରର ବହୁ ଆସବାବପତ୍ର ଓ ଖାଦ୍ୟ ପଦାର୍ଥ ନଷ୍ଟ ହୋଇ ଯାଇଥିଲା। ଏବେ ମୌସୁମୀ ବର୍ଷା ଆରମ୍ଭ ହୋଇ ଯାଇଥିବାବେଳେ ମୁଖ୍ୟ ଡ୍ରେନକୁ ଜିଲା ଭାଜପା କାର୍ଯ୍ୟାଳୟ ସମ୍ମୁଖରେ ଅଧା ସଫେଇ କରି ଛାଡି ଦେଇଛନ୍ତି। ଏଣୁ ପୁଣି ବନ୍ୟାର ଭୟ ପୁଣି ଘାରିଛି। ହେଲେ ଏହାର ସାମଧାନ କରାଯାଉନି କହି କ୍ଷୋଭ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri