Posted inଫୁରସତ

ଘରେ ରଖାଯାଏ ଅଧାଜଳା ମୃତ ଶରୀର

କଥାରେ ଅଛି ଯେ ଦେଶ ଯାଇ ସେ ଫଳ ଖାଇ। ଅର୍ଥାତ୍‌ ଭିନ୍ନ ଭିନ୍ନ ସ୍ଥାନର ଭିନ୍ନ ଭିନ୍ନ ଜୀବନଶୈଳୀକୁ ନେଇ ଲୋକମାନେ ଜୀବନଧାରଣ କରି ଥାଆନ୍ତି। ହେଲେ ସାଧାରଣ ମଣିଷଙ୍କ ଜୀବନ ଯାପନ ଶୈଳୀଠାରୁ ଆଦିବାସୀମାନଙ୍କ ଜୀବନ ଶୈଳୀ ଟିକେ ଅଲଗା। ଆଧୁନିକ ସମାଜରେ ମନୁଷ୍ୟ ଚନ୍ଦ୍ର ପୃଷ୍ଠକୁ ଯାତ୍ରା କରୁଥିବା ସମୟରେ ଏମାନେ କିନ୍ତୁ ସେମାନଙ୍କ ପୂର୍ବ ପରମ୍ପରାକୁ ନେଇ ବଞ୍ଚିବାକୁ ପସନ୍ଦ କରିଥାଆନ୍ତି। ଏମିତିକି ପୂର୍ବଜମାନେ ତିଆରି କରି ଯାଇଥିବା ରୀତିନୀତିକୁ ମଧ୍ୟ ଏମାନେ ଆଜିବି ଅକ୍ଷରେ ଅକ୍ଷରେ ପାଳନ କରିଥାଆନ୍ତି। ଭିନ୍ନ ଭିନ୍ନ ଜନଜାତିର ନିୟମ ଅଲଗା ଅଲଗା ହୋଇଥାଏ। ଏମିତି ଏକ ଜନଜାତି ଅଛନ୍ତି ଯେଉଁମାନଙ୍କର ମୃତଦେହ ସଂସ୍କାର କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। ଏଠାରେ ଲୋକେ ମୃତ ବ୍ୟକ୍ତିର ଶରୀରକୁ ସମାଧି ଦିଅନ୍ତି ନାହିଁ। ଏଠାରେ ମୃତ ଶରୀରକୁ ପୋଡା ଯାଇଥାଏ। ହେଲେ ଏହା ସମ୍ପୂର୍ଣ୍ଣ ପୋଡିବା ପୂର୍ବରୁ ଅଧାଜଳା ଶରୀରକୁ ନିଆଁରୁ ବାହାର କରି ପରିଜନମାନେ ଘରକୁ ନେଇ ଆସନ୍ତି। ଏହାକୁ ମମି କରି ଘରେ ସାଇତି ରଖନ୍ତି। ପପୁଆ ନିଉ ଗିନିରେ ରହୁଥିବା ଦାନି ନାମକ ଏକ ଜନଜାତି ସେମାନଙ୍କ ପରିଜନଙ୍କ ମୃତ୍ୟୁ ହେଲେ ମୃତ ଶରୀରକୁ ଅଧା ପୋଡା କରି ଘରକୁ ଆଣି ମମି ପରି ବର୍ଷ ବର୍ଷ ଧରି ସାଇତି ରଖନ୍ତି। ତେବେ ପରିବାରର ଉକ୍ତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏପରି କରାଯାଏ ବୋଲି କୁହାଯାଏ। ଏପରି ନୀତିନିୟମରେ ପରିବର୍ତ୍ତନ ଆଣିବାକୁ ସେଠାକାର ସରକାର ଚେଷ୍ଟା ଚଳାଇଛନ୍ତି। ତେବେ ବର୍ତ୍ତମାନ କେତେ ଅଞ୍ଚଳରେ ଏପରି ଜନଜାତି ଆଉ ମୃତ ଶରୀରକୁ ଅଧା ପୋଡା କରି ଘରକୁ ଆଣୁ ନାହାନ୍ତି। ହେଲେ ପୂର୍ବରୁ ଘରେ ସାଇତା ହୋଇ ରହିଥିବା ମୃତ ଶରୀରକୁ ଦେଖିବାକୁ ଦୂରଦୂରାନ୍ତରରୁ ଅନେକ ଲୋକ ଏଠାକୁ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ

ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଜଣ…

ନବପଞ୍ଚମ ଯୋଗରେ ଆରମ୍ଭ ହେବ ସେପ୍ଟେମ୍ବର: ମେଷ-ମକର ସମେତ ୪ ରାଶିଙ୍କ ପାଇଁ ଏମିତି ରହିବ ପୂରା ମାସ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଓ ଶନିଙ୍କ ନବପଞ୍ଚମ ଯୋଗ ୨୦୨୬ରେ ୪ଟି ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ମାସ ଆରମ୍ଭରେ ଏହି ଯୋଗ ଗଠନ…

ଚିନି ଦରରେ ନିଆଁ: କେନ୍ଦ୍ର ସରକାର ସ୍ପଷ୍ଟ କଲେ ଦରବୃଦ୍ଧିର କାରଣ, କମିଯିବ କି….

ନୂଆଦିଲ୍ଲୀ,୨୪ା୮: ଦେଶରେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବା ବେଳେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଚିନିର ଦର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଚିନି ମହଙ୍ଗା ହେବା…

ଅନ୍ୟଙ୍କ ରହସ୍ୟ ଜାଣିବାରେ ମାହିର, ନିଜ କଥା ରଖନ୍ତି ଗୁପ୍ତ; ଜାଣନ୍ତୁ ସେହି ୩ ରାଶି କିଏ…

ଆପଣଙ୍କ ଆଖପାଖରେ ଏମିତି କିଛି ଲୋକ ନିଶ୍ଚୟ ଥିବେ, ଯେଉଁମାନେ ଆପଣଙ୍କ ମନର କଥାଠାରୁ ଆରମ୍ଭ କରି ଗଭୀର ରହସ୍ୟ ପର୍ଯ୍ୟନ୍ତ ସହଜରେ ବୁଝିଯାଆନ୍ତି। କିନ୍ତୁ ନିଜ…

‘ରସୁଣ-ପିଆଜ ନପଡ଼ିଲେ ମାଛ ଆମିଷ ନୁହେଁ’, ମନ୍ତ୍ରୀଙ୍କ ଦାବିକୁ ନେଇ ତେଜିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪ା୮: ମାଛ ଆମିଷ ନା ନିରାମିଷ? ଏହି ପ୍ରଶ୍ନକୁ ନେଇ ଉତ୍ତରପ୍ରଦେଶରେ ଏବେ ରାଜନୈତିକ ବିବାଦ ଦେଖାଦେଇଛି । ମାଛକୁ ନିରାମିଷ ବୋଲି ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri