Posted inଫୁରସତ

ଘରେ ରଖାଯାଏ ଅଧାଜଳା ମୃତ ଶରୀର

କଥାରେ ଅଛି ଯେ ଦେଶ ଯାଇ ସେ ଫଳ ଖାଇ। ଅର୍ଥାତ୍‌ ଭିନ୍ନ ଭିନ୍ନ ସ୍ଥାନର ଭିନ୍ନ ଭିନ୍ନ ଜୀବନଶୈଳୀକୁ ନେଇ ଲୋକମାନେ ଜୀବନଧାରଣ କରି ଥାଆନ୍ତି। ହେଲେ ସାଧାରଣ ମଣିଷଙ୍କ ଜୀବନ ଯାପନ ଶୈଳୀଠାରୁ ଆଦିବାସୀମାନଙ୍କ ଜୀବନ ଶୈଳୀ ଟିକେ ଅଲଗା। ଆଧୁନିକ ସମାଜରେ ମନୁଷ୍ୟ ଚନ୍ଦ୍ର ପୃଷ୍ଠକୁ ଯାତ୍ରା କରୁଥିବା ସମୟରେ ଏମାନେ କିନ୍ତୁ ସେମାନଙ୍କ ପୂର୍ବ ପରମ୍ପରାକୁ ନେଇ ବଞ୍ଚିବାକୁ ପସନ୍ଦ କରିଥାଆନ୍ତି। ଏମିତିକି ପୂର୍ବଜମାନେ ତିଆରି କରି ଯାଇଥିବା ରୀତିନୀତିକୁ ମଧ୍ୟ ଏମାନେ ଆଜିବି ଅକ୍ଷରେ ଅକ୍ଷରେ ପାଳନ କରିଥାଆନ୍ତି। ଭିନ୍ନ ଭିନ୍ନ ଜନଜାତିର ନିୟମ ଅଲଗା ଅଲଗା ହୋଇଥାଏ। ଏମିତି ଏକ ଜନଜାତି ଅଛନ୍ତି ଯେଉଁମାନଙ୍କର ମୃତଦେହ ସଂସ୍କାର କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। ଏଠାରେ ଲୋକେ ମୃତ ବ୍ୟକ୍ତିର ଶରୀରକୁ ସମାଧି ଦିଅନ୍ତି ନାହିଁ। ଏଠାରେ ମୃତ ଶରୀରକୁ ପୋଡା ଯାଇଥାଏ। ହେଲେ ଏହା ସମ୍ପୂର୍ଣ୍ଣ ପୋଡିବା ପୂର୍ବରୁ ଅଧାଜଳା ଶରୀରକୁ ନିଆଁରୁ ବାହାର କରି ପରିଜନମାନେ ଘରକୁ ନେଇ ଆସନ୍ତି। ଏହାକୁ ମମି କରି ଘରେ ସାଇତି ରଖନ୍ତି। ପପୁଆ ନିଉ ଗିନିରେ ରହୁଥିବା ଦାନି ନାମକ ଏକ ଜନଜାତି ସେମାନଙ୍କ ପରିଜନଙ୍କ ମୃତ୍ୟୁ ହେଲେ ମୃତ ଶରୀରକୁ ଅଧା ପୋଡା କରି ଘରକୁ ଆଣି ମମି ପରି ବର୍ଷ ବର୍ଷ ଧରି ସାଇତି ରଖନ୍ତି। ତେବେ ପରିବାରର ଉକ୍ତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏପରି କରାଯାଏ ବୋଲି କୁହାଯାଏ। ଏପରି ନୀତିନିୟମରେ ପରିବର୍ତ୍ତନ ଆଣିବାକୁ ସେଠାକାର ସରକାର ଚେଷ୍ଟା ଚଳାଇଛନ୍ତି। ତେବେ ବର୍ତ୍ତମାନ କେତେ ଅଞ୍ଚଳରେ ଏପରି ଜନଜାତି ଆଉ ମୃତ ଶରୀରକୁ ଅଧା ପୋଡା କରି ଘରକୁ ଆଣୁ ନାହାନ୍ତି। ହେଲେ ପୂର୍ବରୁ ଘରେ ସାଇତା ହୋଇ ରହିଥିବା ମୃତ ଶରୀରକୁ ଦେଖିବାକୁ ଦୂରଦୂରାନ୍ତରରୁ ଅନେକ ଲୋକ ଏଠାକୁ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କେଟିଂ କରୁଛି ବୁଲ୍‌ଡଗ୍‌

କିଛି ପେଟ୍‌ ଅଜବ ଟ୍ରିକ୍‌ସବୁ କରି ଭାଇରାଲ ହେଉଥିବା ସୋସିଆଲ ମିଡିଆରେ ଦେଖିଥିବେ। ସେମାନଙ୍କର ସେହି ଟ୍ରିକ୍‌ସବୁ ଦେଖି ଆଶ୍ଚର୍ଯ୍ୟ ଲାଗେ ଯେ, ଆମେ ମଣିଷ...

ମଶାଠୁ ରକ୍ଷା କରିବ କଙ୍କି ପେଣ୍ଡାଣ୍ଟ

ଏହି କଙ୍କିକୁ ଦେଖି ଇଛା ହେଉଛି କି ପିଲାଦିନେ ଯେମିତି ଲୁଚି ଲୁଚି ଧରୁଥିଲେ ସେମିତି ଧରିବାକୁ? ତେବେ ପ୍ରକୃତ କଥା ହେଉଛି ଏହା କଙ୍କି...

ମୁସଲିମ ଦେଶ ବାଂଲାଦେଶରେ ଦେହ ବେପାର ଉପରେ ନାହିଁ କୌଣସି ପ୍ରତିବନ୍ଧକ, ପ୍ରାୟ ୨ଲକ୍ଷ ମହିଳା କରୁଛନ୍ତି…

ଢାକା,୨୩।୩: ଦେହ ବେପାରକୁ ବିଶ୍ୱର ସବୁଠାରୁ ପୁରୁଣା ବୃତ୍ତି ବୋଲି କୁହାଯାଏ। ଏପରି ଏକ ବୃତ୍ତି ଯାହା କେବେ ଶେଷ ହୋଇପାରିବ ନାହିଁ। ଟଙ୍କା ପାଇଁ...

ଦରମାରେ ଗ୍ରାମଦେବୀଙ୍କ ପାଖେ ମାର୍ଜନା ହୋଇଥିଲା

କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କଣ୍ଡିରା ଗ୍ରାମପଞ୍ଚାୟତର ତୁଳସୀପୁର ଗ୍ରାମରେ ଥିବା ଏକ ସାଧାରଣ କୃଷକ ପରିବାରରେ ମୋ ଜନ୍ମ। ପିଲାଟିବେଳୁ ପାଠପଢ଼ାରେ ଖୁବ୍‌ ଭଲ...

ସ୍ମରଣ ଶକ୍ତି ବଢାଇବେ କିପରି…

ସୁସ୍ଥ ରହିବା ପାଇଁ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଖାଇବା ଜରୁରୀ। ଏହି ଖାଦ୍ୟ ବ୍ୟକ୍ତିଙ୍କୁ ନୀରୋଗ ରଖିବା ସହ ଉଭୟ ମାନସିକ ଓ ଶାରୀରିକ ସ୍ତରରେ...

ଚର୍ଚ୍ଚାରେ ଡାଏମଣ୍ଡ ପ୍ଲାନେଟ୍‌, ସୌରଜଗତର ଏହି ଗ୍ରହରେ ରହିଛି ହୀରାର ଭଣ୍ଡାର

ଯେତେବେଳେ ବିଶ୍ୱର ସବୁଠାରୁ ମହଙ୍ଗା ଜିନିଷ କଥା ଆସେ, ହୀରା ନାମ ନିଶ୍ଚିତ ଭାବରେ ନିଆଯାଇଥାଏ। ବିଶେଷକରି ମହିଳାମାନେ, ସୁନାରୂପା କିଣିଥିଲେ ବି ହୀରା ହାର...

ପାଣିପାଗ ବିଶେଷଜ୍ଞ କେମିତି କରନ୍ତି ପୂର୍ବାନୁମାନ? ବର୍ଷା-ଖରା-ଶୀତ ହେବା ନେଇ କେମିତି ଜଣାପଡେ

ଆମେ ପ୍ରାୟତଃ ଖବରରେ ପଢ଼ିଥାଉ ଯେ କୌଣସି ସ୍ଥାନରେ ପ୍ରବଳ ବର୍ଷା ହେବ କିମ୍ବା ଏହି ସ୍ଥାନରେ ତୁଷାରପାତ ହେବ କିମ୍ବା ଶୀତ ଲହରୀ ଆସିବ।...

ପାକିସ୍ତାନ ଉପରେ ପ୍ରଥମଥର କେବେ ଏୟାରଷ୍ଟ୍ରାଇକ୍‌ କରିଥିଲା ଭାରତ: ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ୧୯୪୭ ମସିହାରେ ଭାରତରୁ ଅଲଗା ହେବା ପରେ ପାକିସ୍ତାନ ଏକ ନୂତନ ଦେଶ ହୋଇଥିଲା। ସେବେଠାରୁ, ଉଭୟ ଦେଶ ପରସ୍ପରର ଶତ୍ରୁ ହୋଇ ରହିଛନ୍ତି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri