
ନୂଆଦିଲ୍ଲୀ,୧୯।୨: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ବୁଧବାର ସାରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯିବ। ଏହି ବୈଠକ ଦଳର ଦିଲ୍ଲୀ ୟୁନିଟର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ଏବଂ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରତି ମୁହୂର୍ତ୍ତରେ ଏହାକୁ ନେଇ ଏକ ନୂଆ ଅପଡେଟ ବାହାରକୁ ଆସୁଛି। ଜେପି ନଡ୍ଡା ଏବଂ ଅମିତ ଶାହା ମଧ୍ୟ ଅଧ ଘଣ୍ଟା ଆଲୋଚନା କରିଥିଲେ। ସୂଚନାଯୋଗ୍ୟ, ୫ ଫେବୃଆରୀରେ ଅନୁଷ୍ଠିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ)କୁ ପରାସ୍ତ କରି ଭାଜପା ୨୭ ବର୍ଷ ପରେ କ୍ଷମତାକୁ ଆସିଛି। ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଭାଜପା ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି ସମୟରେ, ଭାଜପାର ନିମନ୍ତ୍ରଣ ପତ୍ର ମଧ୍ୟ ସାମ୍ନାକୁ ଆସିଛି। ଏହି ନିମନ୍ତ୍ରଣ ପତ୍ର ଅନୁଯାୟୀ, ଶପଥ ଗ୍ରହଣ ଉତ୍ସବ ମଧ୍ୟାହ୍ନ ୧୨ଟାରେ ଆରମ୍ଭ ହେବ। ଗୁରୁବାର ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ବୁଧବାର ମଧ୍ୟ ଏକ ବ୍ୟସ୍ତବହୁଳ ଦିନ ହେବ। ଦୀର୍ଘ ସମୟ ଅପେକ୍ଷା ପରେ, ଆଜି ଭାଜପାରେ ଏକାଧିକ ବୈଠକ ଚାଲିଛି। ସା ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ବୋଲି କୁହାଯାଉଛି।
ମୁଖ୍ୟମନ୍ତ୍ରୀ ଦୌଡ଼ରେ ଯେଉଁମାନେ ଆଗରେ ଅଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ଆଶିଷ ସୁଦ।
ସେ ଜନକପୁରୀର ବିଧାୟକ। ଜମ୍ମୁ ଓ କଶ୍ମୀରର ସହ-ପ୍ରଭାରୀ ଦିଲ୍ଲୀରେ ଭାଜପାର ପଞ୍ଜାବୀ ଚେହେରା, ସ୍ବଚ୍ଛ ଭାବମୂର୍ତ୍ତି ରହିଛି, ସେ ଶୀର୍ଷ ନେତୃତ୍ୱର ନିକଟତର।
ରେଖା ଗୁପ୍ତା
ଯଦି ଭାଜପା ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ କରେ, ତେବେ ରେଖା ଗୁପ୍ତା ସେହି ଚେହେରା ହୋଇପାରିବେ ବୋଲି କୁହାଯାଉଛି।
ଅଜୟ ମହାୱର
ଅଜୟ ମହାୱର ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି। ସେ ଭାଜପାରୁ ଦୁଇଥର ବିଧାୟକ ହୋଇଛନ୍ତି। ଦିଲ୍ଲୀରେ ଭାଜପାର ୮ଟି ଆସନ ଥିବା ସମୟରେ ମଧ୍ୟ ସେ ଜିତିଥିଲେ। ପୂର୍ବାଞ୍ଚଳ ସଂଯୋଗ ଏଠି କାମ କରିପାରେ।