ବାଘ ନଖ, ଦାନ୍ତ ସହ ବାଘ ତେଲ ଜବତ, ଜଣେ ଗିରଫ

ମାଲକାନଗିରି,୫ା୧ (ଦୁର୍ଯ୍ୟୋଧନ ପାତ୍ର): ବାଘ ନଖ, ବାଘ ଦାନ୍ତ ଓ ବାଘ ତେଲ ଚୋରାଚାଲାଣ ବେଳେ ମାଲକାନଗିରି ଜିଲା ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଶୁକ୍ରବାର ଏହାକୁ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ମାଥିଲି ବନାଞ୍ଚଳ ଅଞ୍ଚଳର ରବି ଶବର। ତାଙ୍କୁ ଗିରଫ କରି ତାଙ୍କ ନିକଟରୁ ୧୮ଟି ବାଘ ନଖ, ୬ଟି ବାଘ ଦାନ୍ତ ଏବଂ ୫୦୦ ମିଲିଲିଟର ବାଘ ତେଲ କର୍ମଚାରୀମାନେ ଜବତ କରିଛନ୍ତି। ଏ ସମ୍ପର୍କରେ ରବିଙ୍କୁ ପଚରାଉଚରା କରାଯାଉଛି। ଏନେଇ ସେ କହିଛନ୍ତି, ବିହାରରୁ ତାଙ୍କର କିଛି ବ୍ୟକ୍ତି ଆସି ମାଥିଲି ବ୍ଲକ ସାଲିମି ପଞ୍ଚାୟତର ବିଭିନ୍ନ ଗ୍ରାମରେ ବସବାସ କରୁଛନ୍ତି। ରାତିରେ ସେମାନେ ଗ୍ରାମଗୁଡିକରୁ ମହୁ ସଂଗ୍ରହ କରିବା ବାହାନାରେ ବାଘ ଶିକାର କରି ଅନ୍ୟତ୍ର ଚାଲାଣ କରୁଥିବା ପଚରାଉଚରା ବେଳେ ରବି କହିଛନ୍ତି। ଏ ଦିଗରେ ଏକ ର଼୍ୟାକେଟ୍‌ କାର୍ଯ୍ୟ କରୁଥିବା ବନ ବିଭାଗ କର୍ମଚାରୀମାନେ ସନ୍ଦେହ କରୁଛନ୍ତି। ଏଥିସହ ନବରଙ୍ଗପୁର ଜିଲାରେ ମଧ୍ୟ କେତେ ଜଣ ରହି ତାଙ୍କର ଆଧାର ନମ୍ବର ବଦଳାଇ ଏପରି କାର୍ଯ୍ୟ କରୁଥିବା ରବି ପଚରାଉଚରା ବେଳେ ସ୍ବୀକାର କରିଛନ୍ତି। ରବିଙ୍କୁ ଗିରଫ କରି ଶୁକ୍ରବାର ମାଥିଲି ଜେଏମ୍‌ଏଫସି କୋର୍ଟଚାଲାଣ କରାଯାଇଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଥିବା ମାଥିଲି ବନାଞ୍ଚଳ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

ଟ୍ରମ୍ପଙ୍କ ଓ୍ବାର ବ୍ରେକ ଘୋଷଣା ପରେ ଆସିଲା ଇରାନର ବୟାନ, ଜାଣନ୍ତୁ ଯୁଦ୍ଧ ବନ୍ଦ ହେଲା କି ନାହିଁ

ତେହରାନ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ପ୍ରମୁଖ ବିବୃତ୍ତି ଜାରି କରି ଘୋଷଣା କରିଛନ୍ତି ଯେ ଆମେରିକା ଆଗାମୀ ପାଞ୍ଚ ଦିନ ପାଇଁ…

ଡବଲ ମର୍ଡର : ସ୍ତ୍ରୀ ସହ ପ୍ରେମିକଙ୍କୁ ଗୁଳି କରିଦେଲେ ସ୍ବାମୀ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଥରିଉଠିବ ଛାତି

ଗାଜିଆବାଦ,୨୪।୩: ଗାଜିଆବାଦର ଟ୍ରୋନିକା ସିଟି ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଡବଲ ମର୍ଡର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ପ୍ରେମିକଙ୍କୁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri