କଳିଙ୍ଗା ଘାଟିରେ କୁଆପଥର ବର୍ଷା, କିଛି ସମୟ ପାଇଁ ଠପ୍ ହେଲା ଯାତାୟତ

ଭଞ୍ଜନଗର,୧୫ା୩(ବାବୁଲା ପ୍ରଧାନ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ଅଞ୍ଚଳରେ ରବିବାର ଦିନବେଳା କୁଆପଥର ସହ ପ୍ରବଳ ବର୍ଷା ହୋଇଛି । ପ୍ରାୟ ୨ ରୁ ୩ ସେମି ବହଳରେ କୁଆ ପଥର ରାସ୍ତା ଉପରେ ବିଛେଇ ହୋଇ ପଡ଼ିଥିଲା। ଏହାର ପ୍ରଭାବରେ ଘାଟି ରାସ୍ତାରେ ଯାନବାହାନ ଚଳାଚଳ କିଛି ସମୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା ।

ଏଥିସହ ଭଞ୍ଜନଗର ଅଞ୍ଚଳରେ ମଧ୍ଯ ବର୍ଷା କିଛି ସମୟ ହୋଇଥିଲା। ଅପରପକ୍ଷେ କଳିଙ୍ଗା ଘାଟି ଉପରେ ଆଜି କୁଆ ପଥର ବର୍ଷାର ଏକାଧିକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭଞ୍ଜନଗର ଅଞ୍ଚଳରେ ମଧ୍ଯ ଝଡ ତୋଫାନ ସହ ବର୍ଷା ହୋଇଥିଲା।

କହିରଖୁଛୁ କି, ଉତ୍ତର-ପୂର୍ବ ଉତ୍ତରପ୍ରଦେଶର ମଧ୍ୟଭାଗରୁ ଛତିଶଗଡ଼ ଉତ୍ତରପ୍ରଦେଶର ମଧ୍ୟଭାଗରୁ ଛତିଶଗଡ଼ ଦେଇ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ପର୍ଯ୍ୟନ୍ତ ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଥିବା ଟ୍ରଫ୍‌ ଜାରି ରହିଛି। ଏହା ପ୍ରଭାବରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ମେଘୁଆ ରହିବା ସହିତ ବିଭିନ୍ନ ସ୍ଥାନରେ ପବନ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା । ଆଜି ଅନେକ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇଛି ।

 

Dharitri – Odisha’s No.1 Odia Daily

Share