ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼ ଓ ଜୁନାଗଡ଼ରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। କୁଆପଥର ମାଡ଼ ଯୋଗୁ ଧର୍ମଗଡ଼ – ଭବାନୀପାଟଣା – ଛତିଶଗଡ ଜାତୀୟ ରାଜପଥ ୧୩୦ ସିରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ସେହିପରି କୁଆପଥର ମାଡ଼ରେ ଆମ୍ବ ସହ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି। ଯାହାକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଚିନ୍ତାର କାରଣ ପାଲଟିଛି। ଏପଟେ ଝଡ଼ ତୋଫାନ ଯୋଗୁ ଦୀର୍ଘ ସମୟ ଧରି ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା।

