ଏଚ୍‌-୧ବି

ଆମେରିକାର ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଜିତାଇବାରେ ଅନ୍ୟତମ ପ୍ରମୁଖ ବ୍ୟକ୍ତି ଭାବେ ଟେସ୍‌ଲା ଓ ସ୍ପେସ୍‌ଏକ୍ସ ସିଇଓ ତଥା ‘ଏକ୍ସ’ (ପୂର୍ବରୁ ଟୁଇଟର ଭାବେ ପରିଚିତ)ର ମାଲିକ ଏଲନ୍‌ ମସ୍କଙ୍କ ଭୂମିକା ସର୍ବାଗ୍ରେ ଥିବା ସମସ୍ତେ ଜାଣନ୍ତି। ଟ୍ରମ୍ପ କିଭଳି ଜିତାପଟ ନେବେ ସେଥିପାଇଁ ମସ୍କ ତାଙ୍କ ସୋସିଆଲ ମିଡିଆକୁ ବହୁଳ ଭାବେ ବ୍ୟବହାର କରିଥିଲେ। ହେଲେ ଏବେ ମସ୍କ ଓ ଟ୍ରମ୍ପଙ୍କ ସମର୍ଥକଙ୍କ ମଧ୍ୟରେ ସେହି ‘ଏକ୍ସ’ରେ ଆଉ ଗୋଟିଏ ପ୍ରସଙ୍ଗ ଆପ୍ରବାସନ ବା ଇମିଗ୍ରେଶନକୁ ନେଇ ବିତର୍କ ସର୍ବୋଚ୍ଚରେ ପହଞ୍ଚତ୍ଛି। ଏହାର ମୂଳ ବିନ୍ଦୁରେ ଅଛନ୍ତି ନିକଟରେ ଟ୍ରମ୍ପଙ୍କ ନବନିଯୁକ୍ତ ସରକାରୀ ଦକ୍ଷତା ବିଭାଗର ସହ-ଅଧ୍ୟକ୍ଷ ବିବେକ ରାମସ୍ବାମୀ। ତାଙ୍କ ନିଯୁକ୍ତିକୁ ନେଇ ମେକ୍‌ ଆମେରିକା ଗ୍ରେଟ୍‌ ଏଗେନ୍‌ (ମାଗା) ଅଭିଯାନରେ ଫାଟ ସୃଷ୍ଟି ହୋଇଛି। ପ୍ରବାସୀଙ୍କୁ ଆମେରିକାରେ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ଟ୍ରମ୍ପ ସମର୍ଥକମାନେ ତାହାକୁ ବିରୋଧ କରିଛନ୍ତି। ଭାରତୀୟ ପ୍ରବାସୀଙ୍କ ପୁଅ ରାମସ୍ବାମୀ କୁଶଳୀ ପ୍ରବାସୀଙ୍କ ପ୍ରତିଭା ସପକ୍ଷରେ କହି ଆସୁଥିବାରୁ ଟ୍ରମ୍ପ ସମର୍ଥକମାନେ ତାଙ୍କୁ ବିରୋଧ କରୁଛନ୍ତି। ଆମେରିକୀୟଙ୍କ ଆଶଙ୍କା ହେଉଛି ଯେ, ପ୍ରବାସୀମାନେ ସେମାନଙ୍କ ଚାକିରି ଛଡ଼ାଇ ନେଉଛନ୍ତି। ତେଣୁ ଏଚ୍‌-୧ବି ଭିଜା ଉପରେ କଟକଣା ରଖିବାକୁ ନୂଆ ଟ୍ରମ୍ପ ସରକାର ଉପରେ ଚାପ ରହିଛି। ଉଲ୍ଲେଖଯୋଗ୍ୟ ଯେ, ଆମେରିକୀୟ କମ୍ପାନୀଗୁଡ଼ିକ ସ୍ବତନ୍ତ୍ର କ୍ଷେତ୍ରରେ ବିଦେଶୀ ବିଶେଷଜ୍ଞମାନଙ୍କୁ ନିଯୁକ୍ତି ଦେବା ଲାଗି ଉପରୋକ୍ତ ଭିଜାଧାରୀଙ୍କୁ ଗ୍ରହଣ କରିଥାଆନ୍ତି। ବିଶେଷକରି ବୈଷୟିକ ତଥା ପ୍ରଯୁକ୍ତି କ୍ଷେତ୍ରରେ କାର୍ଯ୍ୟରତ କମ୍ପାନୀ ଦକ୍ଷ ବ୍ୟକ୍ତିଙ୍କୁ ନିଯୁକ୍ତି ଦେବାରେ ଏଚ୍‌-୧ବି ଭିଜାକୁ ଅନୁମତି ମିଳିଥାଏ। ଏହାର ସମର୍ଥନକାରୀଙ୍କ ଯୁକ୍ତି ହେଉଛି ଯେ, ଏହାଦ୍ୱାରା ଆମେରିକାକୁ ପ୍ରତିଭାସମ୍ପନ୍ନ ବ୍ୟକ୍ତିମାନେ ଆସିପାରିଥାଆନ୍ତି। ଏଠାରେ ମନେରଖିବାକୁ ହେବ ଯେ, ପୃଥିବୀର ପ୍ରତ୍ୟେକଟି ଦେଶରୁ ସବୁଠାରୁ ଅଧିକ ବୁଦ୍ଧିମାନ, କୁଶଳୀ ଏବଂ ଗବେଷଣାକାରୀ ଯୁବକମାନେ ଆମେରିକା ଯିବାକୁ ପସନ୍ଦ କରିଥାନ୍ତି। ଏହି ଉଚ୍ଚକୋଟୀର ଲୋକମାନେ ‘ଆମେରିକା ସ୍ବପ୍ନ’ ଦେଖିଥାନ୍ତି, ଯେଉଁଥିପାଇଁ ଅନ୍ୟ କୌଣସି ଦେଶ ଆମେରିକା ସହିତ ଭବିଷ୍ୟତରେ ମଧ୍ୟ ସମକକ୍ଷ ହୋଇପାରିବ ନାହିଁ। ଅନେକ ଲୋକ କୁହନ୍ତି ଯେ ଆସନ୍ତା କିଛି ଦଶନ୍ଧି ମଧ୍ୟରେ ଚାଇନାର ଶକ୍ତି ଯେଉଁମାତ୍ରାରେ ବୃଦ୍ଧି ପାଇବ ସେଥିରେ ଆମେରିକା ଦବିଯିବ। କିନ୍ତୁ ତାହା ସମ୍ଭବପର ଏଇଥିପାଇଁ ହେବନାହିଁ କାରଣ ବୁଦ୍ଧି ଓ ଗବେଷଣାରେ ଆମେରିକା ସବୁବେଳେ ଆଗରେ ରହିଆସିଛି ଓ ଆଗରେ ରହିବ। ଏହା ପଛରେ ଏକମାତ୍ର କାରଣ ହେଉଛି ପୃଥିବୀର ସବୁଠାରୁ ଭଲ ମସ୍ତିଷ୍କ ସବୁବେଳେ ଆମେରିକାକୁ ଆକର୍ଷିତ ହେବେ, ଚାଇନା କିମ୍ବା ରୁଷିଆ ଭଳି ଦେଶକୁ ନୁହେଁ।
ଅନ୍ୟପକ୍ଷରେ ଏଭଳି ଇମିଗ୍ରେଶନ ପଲିସି ଦ୍ୱାରା ଆମେରିକୀୟ ବ୍ୟକ୍ତିମାନେ ନିଯୁକ୍ତି ହରାଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି। ଏହି ସନ୍ଧିକ୍ଷଣରେ ଦକ୍ଷିଣ ଆଫ୍ରିକାରେ ଜନ୍ମିତ ଆମେରିକୀୟ ଉଦ୍ୟୋଗପତି ମସ୍କଙ୍କ ଯୁକ୍ତି ହେଲା କୌଣସି ଦେଶରେ ଅଭିନବତ୍ୱ ଓ ଅର୍ଥନୈତିକ ଅଭିବୃଦ୍ଧି ଆଣିବାକୁ ହେଲେ କୁଶଳୀ ପ୍ରବାସୀଙ୍କ ଆବଶ୍ୟକତା ରହିଥାଏ। ଯେଉଁମାନେ ପ୍ରତିଭାଧାରୀ ସେହିମାନଙ୍କୁ ବ୍ୟବହାର କରାଗଲା ଉନ୍ନତି ସମ୍ଭବ ହୋଇଥାଏ। ମସ୍କଙ୍କ ଯୁକ୍ତି ପଛରେ ତାଙ୍କ ନିଜସ୍ବ ଉଦାହରଣ ମଧ୍ୟ ଦଣ୍ଡାୟମାନ। ଦକ୍ଷିଣ ଆଫ୍ରିକାର ପ୍ରିଟୋରିଆରେ ଜନ୍ମିତ ମସ୍କ ଆମେରିକା ଆସି ତାଙ୍କ ପ୍ରଯୁକ୍ତି ସମ୍ବନ୍ଧୀୟ ପ୍ରଜ୍ଞାର ବଳୟ ବିସ୍ତାରିତ କରି ନ ଥିଲେ ଆମେରିକା ମଧ୍ୟ ତାଙ୍କୁ ନେଇ ଗର୍ବ କରିବାର ସୁଯୋଗ ପାଇ ନ ଥାଆନ୍ତା।
ମେଧାବୀଙ୍କ ସମ୍ପର୍କରେ ମସ୍କଙ୍କ ଉପରିଲିଖିତ ଯୁକ୍ତି ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ବିଶେଷକରି କର୍ପୋରେଟ ବା କମ୍ପାନୀଗୁଡ଼ିକରେ ସେମାନଙ୍କ ଚାହିଦା ରହିଥାଏ। ଭାରତ ଭଳି ଦେଶରେ ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ରହିଥିବାରୁ କମ୍‌ ଦକ୍ଷ ବ୍ୟକ୍ତି ପଦବୀ ମାଡ଼ି ବସିଥାଆନ୍ତି। ଫଳରେ ସମ୍ପୃକ୍ତ ବ୍ୟକ୍ତିଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠୁଥିଲେ ମଧ୍ୟ କିଛି କରାଯାଇପାରି ନ ଥାଏ। ଘରୋଇ ସଂସ୍ଥାରେ ଦକ୍ଷତା ଆଗ। ଆମେରିକାରେ ଯେଉଁମାନେ ନିଜ ନାଗରିକଙ୍କ ସପକ୍ଷରେ ଯୁକ୍ତି ବାଢ଼ୁଛନ୍ତି, ସେମାନେ ଅନ୍ୟ ବିଦେଶୀ ପ୍ରତିଭାଧାରୀଙ୍କ ସହ ସମକକ୍ଷ ହେବାକୁ ଚେଷ୍ଟା କରିବା ଦରକାର। ଆଜିର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ବିଶ୍ୱରେ ଡାରଉଇନ୍‌ଙ୍କ ବିବର୍ତ୍ତନବାଦ ତତ୍ତ୍ୱର ଏକ ବାକ୍ୟାଂଶ ‘ସର୍ଭାଇଭାଲ ଅଫ୍‌ ଦି ଫିଟେଷ୍ଟ’ ବା ଯୋଗ୍ୟତମର ଉତ୍ତରଜୀବିତ କଥା ଉଦ୍ଧାର କରାଯାଇପାରେ। ଯିଏ ସର୍ବଦା ନିଜକୁ କୌଣସି କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ ରଖିପାରିବେ ସେ ହିଁ ତିଷ୍ଠି ରହିପାରିବେ।
ଆମେରିକାରେ ପ୍ରବାସୀ ପ୍ରସଙ୍ଗକୁ ନେଇ ଆଗକୁ କେଉଁଭଳି ସ୍ଥିତି ସୃଷ୍ଟି ହେବ ତାହା ଟ୍ରମ୍ପ ପ୍ରଶାସନର ଦ୍ୱିତୀୟ ଶାସନ କାଳରେ ଜଣାପଡ଼ିବ। ହେଲେ ଯେଉଁ ବିଷୟ ଆର୍ଗୁମେଣ୍ଟେଟିଭ୍‌ ଇଣ୍ଡିଆନ୍ସ ବା ଯୁକ୍ତିସକଳ ଭାରତୀୟଙ୍କୁ ଚିନ୍ତା କରିବାକୁ ସୁଯୋଗ ଦେଇଛି ତାହା ହେଲା, ନିଜ ପ୍ରିୟ ବ୍ୟକ୍ତିଙ୍କୁ ସମ୍ମାନ ଦେଉଥିବା ସମର୍ଥନକାରୀ ଅନ୍ଧ ଭକ୍ତ ପାଲଟିବା ଉଚିତ କି ନୁହେଁ। ଅର୍ଥାତ୍‌ ଜଣଙ୍କ ଆଦର୍ଶକୁ ଅନୁସରଣ କରାଯାଇପାରେ, କିନ୍ତୁ ତାଙ୍କଠାରେ ତ୍ରୁଟିବିଚ୍ୟୁତି ଦେଖାଦେଲେ ଦୋଷ ମଧ୍ୟ ଦର୍ଶାଯିବା କଥା। ଭାରତୀୟ ସମାଜରେ ସେଭଳି ମୂଲ୍ୟବୋଧକୁ ଗ୍ରହଣ କରାଯାଏ ନାହିଁ। ଆମେରିକାରେ ଟ୍ରମ୍ପଙ୍କୁ ମସ୍କ ସମର୍ଥନ କରୁଥିଲେ ମଧ୍ୟ ‘ପ୍ରବାସୀ’ ପ୍ରସଙ୍ଗରେ ଭିନ୍ନ ମତ ରଖିବା ସେଠାକାର ସ୍ବାଧୀନଚେତା ଚିନ୍ତାଧାରାକୁ ଦର୍ଶାଉଛି। ଯେଉଁ ଦେଶରେ ନେତାଙ୍କ ଦୋଷତ୍ରୁଟିକୁ ସମାଲୋଚନା କରିବାର ସୁଯୋଗ ଦିଆଯାଏ ନାହିଁ, ସେହି ରାଷ୍ଟ୍ର ସବୁବେଳେ ପଛୁଆ ହୋଇରହିବ। ପ୍ରଶ୍ନ ପଚାରିବା ହେଉଛି ସ୍ବାଧୀନତାର ମୂଳ। ସେହିଭଳି ସ୍ବାଧୀନତାକୁ ପ୍ରୋତ୍ସାହିତ କରିପାରିଲେ ଅର୍ଥନୈତିକ ଏବଂ ସାମାଜିକ ଉନ୍ନତି ସମ୍ଭବପର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?