ଏଚ୍‌-୧ ବି ଭିଜା ଆପ୍ଲିକେଶନ ଫି ବଢ଼ିଲା

ମୁମ୍ବାଇ,୨।୮: ଏଚ୍‌-୧ ବି ଭିଜା ଆପ୍ଲିକେଶନର ବେସିକ୍‌ ଫି ବା ସାଧାରଣ ଦେୟକୁ ବର୍ତ୍ତମାନ ବୃଦ୍ଧି କରାଯାଇଛି। ଏଥିଲାଗି ୪୬୦ ଡଲାର (୩୪,୪୬୭.୭୫ ଟଙ୍କା) ଦେବାକୁ ପଡୁଥିବା ବେଳେ ଏଥିରେ ବର୍ତ୍ତମାନ ୨୧% ବୃଦ୍ଧି ଘଟି ୫୫୫ ଡଲାର(୪୧,୫୮୬.୦୯ ଟଙ୍କା) ଛୁଇଁଛି। ସେହିଭଳି ଏଲ୍‌-୧ ଭିଜା ଦେୟ ପ୍ରାୟ ୭୫% ବୃଦ୍ଧି ଘଟି ୮୦୫ ଡଲାର (୬୦,୩୧୮.୫୭ ଟଙ୍କା)ହୋଇଛି। ଏଲ୍‌-୧ ଭିଜା ସାଧାରଣତଃ ଆନ୍ତଃ କମ୍ପାନୀ ସ୍ଥାନାନ୍ତର ଲାଗି ବ୍ୟବହାର ହୋଇଥାଏ। ଅକ୍ଟୋବରଠାରୁ ଏହି ନୂଆ ଫାଇଲିଂ ନିୟମ କାର୍ଯ୍ୟକାରୀ ହେବ। ନିଯୁକ୍ତିଦାତାଙ୍କ ଦ୍ୱାରା ଏହି ଭିଜା ଫି ଦିଆଯାଉଥିଲେ ମଧ୍ୟ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି ଦେବା କିମ୍ବା କାର୍ଯ୍ୟଭାର ଲାଗି ଆମେରିକା ପଠାଇବା ବ୍ୟୟବହୁଳ ହେବ ବୋଲି କୁହାଯାଉଛି। ମିଳିଥିବା ସୂଚନା ମୁତାବକ, ୨୦୧୯ ସେପ୍ଟେମ୍ବର ଶେଷ ସୁଦ୍ଧା ୩.୮୮ ଲକ୍ଷ ଭିଜା ଜାରି କରାଯାଇଛି। ଏହା ମଧ୍ୟରୁ ପ୍ରାୟ ୨.୭୮ ଲକ୍ଷ( ୭୨%) ଭିଜା ଭାରତୀୟମାନେ ଲାଭ କରିଛନ୍ତି। ଏହା ମଧ୍ୟରେ ଭିଜା ଏକ୍ସଟେନଶନ ମଧ୍ୟ ସାମିଲ ରହିଛି। ଆମେରିକାରେ ମୁଖ୍ୟାଳୟ ରହିଥିବା କମ୍ପାନୀଗୁଡିକ ଏଚ୍‌-୧ବି ଭିଜା ଦ୍ୱାରା କର୍ମଚାରୀଙ୍କୁ ନିଯୁକ୍ତି ଦେଇଥାନ୍ତି। ଭାରତୀୟମାନେ ଏହା ମଧ୍ୟରେ ସବୁଠାରୁ ଅଧିକ ଭିଜା ଲାଭ କରୁଥିବା ଜଣାପଡିଛି। କେଉଁ ଦେଶକୁ କେତେ ଏଲ୍‌-୧ ଭିଜା ମିଳିଛି ସେ ନେଇ କୌଣସି ତଥ୍ୟ ମିଳିପାରିନାହିଁ।
ଆମେରିକା ସରକାରଙ୍କ ଅପ୍ରବାସନ ଏଜେନ୍ସି ୟୁଏସ୍‌ ସିଟିଜେନଶିପ ଆଣ୍ଡ ଇମିଗ୍ରେଶନ ସର୍ଭିସେସ୍‌(ୟୁଏସ୍‌ସିଆଇଏସ୍‌) ସେଠାକାର ସରକାରଙ୍କ ପକ୍ଷରୁ ୧.୨ ବିଲିୟନ ଡଲାରର ଜରୁରିକାଳୀନ ପାଣ୍ଠି ଆବଶ୍ୟକ କରୁଛି। ଏହାର ମୋଟ୍‌ ଶ୍ରମ ଶକ୍ତି ମଧ୍ୟରୁ ଅଗଷ୍ଟ ଶେଷ ସୁଦ୍ଧା ପ୍ରାୟ ୧୩ ହଜାର କର୍ମଚାରୀଙ୍କୁ ଛଟେଇ ନେଇ ରହିଥିବା ଯୋଜନାକୁ ଏହା ବର୍ତ୍ତମାନ ସ୍ଥଗିତ ରଖିଛି। ବିଦେଶରୁ ଲୋକମାନଙ୍କର ଫାଇଲିଂ ଫିସ୍‌ରୁ ଏହି ଏଜେନ୍ସିକୁ ପ୍ରାୟ ଅର୍ଥ ମିଳିଥାଏ। ବର୍ତ୍ତମାନ ୫୦ରୁ ଅଧିକ କର୍ମଚାରୀ ରଖିଥିବା ସଂସ୍ଥାରେ ଏଚ୍‌-୧ବି କିମ୍ବା ଏଲ୍‌-୧ ଷ୍ଟାଟସ ଥିବା କର୍ମଚାରୀଙ୍କ ଅଂଶ ୫୦% ଥିଲେ ଅତିରିକ୍ତ ଦେୟ ପ୍ରଦାନ କରିବାକୁ ପଡିବ। ପ୍ରତି ନୂଆ ଏଚ୍‌-୧ ବି ଭିଜା ଲାଗି ୪ ହଜାର ଡଲାର(୨.୯୯ ଲକ୍ଷ) ଏବଂ ଏଲ୍‌-୧ବି ଭିଜା ଲାଗି କମ୍ପାନୀଙ୍କୁ ୪,୫୦୦ ଡଲାର(୩.୩୭ ଲକ୍ଷ)ର ଫି ଦେବାକୁ ପଡିବ। ଏହାବାଦ ବର୍ତ୍ତମାନ ଭିଜା ନବୀକରଣ କିମ୍ବା ସମ୍ପ୍ରସାରଣ ଲାଗି ମଧ୍ୟ ଫିସ୍‌ ଦେବାକୁ ହେବ। ଏହାଦ୍ୱାରା ପ୍ରାୟ ୨୦୦ ନିୟୁତ ଡଲାର ସଂଗ୍ରହ କରିବା ଲାଗି ୟୁଏସ୍‌ ସରକାରଙ୍କ ଉକ୍ତ ଏଜେନ୍ସି ଯୋଜନା ଧାର୍ଯ୍ୟ କରିଛି। ଏଚ୍‌-୧ବି ଭିଜା ଗ୍ରହଣ କରିଥିଲେ ସେମାନଙ୍କ ସ୍ପାଉସ (ସ୍ବାମୀ କିମ୍ବା ସ୍ତ୍ରୀ)ଙ୍କ ଓ୍ବାର୍କ ପରମିଟ୍‌ ଲାଗି ୫୫୦ ଡଲାର (୪୧,୨୧୧.୪୪ ଟଙ୍କା)ଦେୟ ଧାର୍ଯ୍ୟ କରାଯାଇଛି। ଏଥିରେ ୩୪% ବୃଦ୍ଧି ଘଟିଛି। ଯେଉଁମାନେ ଆମେରିକାରେ ନାଗରିକତା ଲାଗି ଆବେଦନ କରୁଛନ୍ତି ସେମାନଙ୍କ କ୍ଷେତ୍ରରେ ଦେୟକୁ ୬୪୦ରୁ ୧୧୭୦ଡଲାର (୮୭,୬୬୭.୯୮ ଟଙ୍କା)କୁ ବୃଦ୍ଧି କରାଯାଇଛି। ଏହି ବର୍ଗରେ ପ୍ରାୟ ୮୩% ବୃଦ୍ଧି ପରିଲକ୍ଷିତ ହୋଇଛି। ଅପରପକ୍ଷରେ ବାୟୋମେଟ୍ରିକ୍ସ ଭଳି ବିଭିନ୍ନ ବର୍ଗରେ ସେବାରେ ଫି ବୃଦ୍ଧି ଘଟିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?