Posted inଜାତୀୟ

ସ୍ତ୍ରୀ ଫୋନ୍‌ କରିବାରୁ ଭାରତ-ଚାଇନା ବର୍ଡର ଛାଡି ସିଧା ଘରେ ପହଞ୍ଚିଲେ ଯବାନ

ଗ୍ବାଲିୟର,୧୭।୭: ଭାରତ-ଚାଇନା ସୀମାରେ କାର୍ଯ୍ୟରତ ଜଣେ ଯବାନ ହଠାତ୍‌ ନିଖୋଜ ହୋଇଯାଇଥିଲେ। ଯବାନ ନିଖୋଜ ହେବା ପରେ ସୀମାରେ ଥିବା ବାୟୁସେନା ଅଫିସରେ ଆତଙ୍କ ଖେଳିଯାଇଥିଲା। ଏହାପରେ ତାଙ୍କୁ ଖୋଜାଖୋଜି ଆରମ୍ଭ ହୋଇଯାଇଥିଲା। ଏପଟେ ତାଙ୍କ ଗ୍ବାଲିୟର ବାସଭବନ ପହଞ୍ଚିଥିଲା ପୋଲିସ। ସେଠାରୁ ଯବାନଙ୍କ ସନ୍ଧାନ ମିଳିଥିଲା। ଉକ୍ତ ଯବାନଙ୍କୁ ଏୟାରଫୋର୍ସ ପୋଲିସ ଉଠାଇ ନେଇଯାଇଥିଲା। ସୂଚନାଯୋଗ୍ୟ, ଗ୍ବାଲିୟର ସହରରେ ଥିବା ହଜିରା ଥାନା ଅଞ୍ଚଳ ଖାରା କୁଆଁାରେ ରହୁଥିବା ଅନୀଲ ରାଜାଓ୍ବତ ବାୟୁସେନାରେ କାର୍ଯ୍ୟ କରନ୍ତି। ତାଙ୍କୁ ଭାରତ-ଚାଇନା ବର୍ଡରରେ ନିୟୋଜିତ କରାଯାଇଥିଲା। ଚାଇନା ସହ ଏବେ ବଡରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତ ଥିବାରୁ ଯବାନମାନଙ୍କୁ ଛୁଟି ଦିଆଯାଉନାହିଁ। ପଚରାଉଚରାବେଳେ ଅନୀଲ କହିଛନ୍ତି, ଏକ ଜରୁରୀ କାମ ଅଛି ବୋଲି କହି ସ୍ତ୍ରୀ ଫୋନ କରିଥିଲେ। ତେଣୁ କାହାକୁ ନ ଜଣାଇ ଘରକୁ ପଳାଇଆସିଥିଲି ବୋଲି ସେ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିବଙ୍କ ରାଜ୍ୟରେ ସିନ୍ଧିଆ ସରକାର: ନୂଆ ଟିମ୍‌ରେ ସିନ୍ଧିଆ ଗୋଷ୍ଠୀର ୯ ମନ୍ତ୍ରୀ

ଭୋପାଳ, ୨।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହୋଇଛି। ୨୮ ଜଣ ନୂଆମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ୭...

କାରଗିଲ ସହ ଯୋଡି ହେବ କଶ୍ମୀର: ଜୋଜିଲା ଟନେଲର ଉଦ୍‌ଘାଟନ କଲେ ଗଡକରୀ

ନୂଆଦିଲ୍ଲୀ,୧୫ ।୧୦: ଲଦ୍ଦାଖର କାରଗିଲ ଅଞ୍ଚଳକୁ କଶ୍ମୀର ଘାଟିସହ ଯୋଡୁଥିବା ଜୋଜିଲା ଟନେଲର ନିର୍ମାଣ କାର୍ଯ୍ୟ ଗୁରୁବାରଠାରୁ ଆରମ୍ଭ କରାଯାଇଛି । ଏଥିପାଇଁ ହୋଇଥିବା ବିସ୍ଫୋଣର...

ସିଭିଲ ସର୍ଭିସ୍‌ ପରୀକ୍ଷାରେ ଅତିରିକ୍ତ ସୁଯୋଗ ସମ୍ଭବ ନୁହେଁ

ନୂଆଦିଲ୍ଲୀ,୨୬।୩: କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଅଧିକ ଥର ଉଦ୍ୟମ ପାଇଁ ସୁଯୋଗ ଦେବା ସମ୍ଭବ ନୁହେଁ ବୋଲି କେନ୍ଦ୍ର ସରକାର...

ପୁଣି ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୭୦ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୨୩।୮: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ଦିନରେ କରୋନା...

ଜୀବନ ସଂଗ୍ରାମ ଜାରି: ଟନେଲରେ ପଶିଲା ପାଣି

ଡେରାଡୁନ୍‌,୧୧।୨: ତପୋବନ ଟନେଲରେ ୩୦ ଜଣ ପାଖାପାଖି ଶ୍ରମିକ ଅଟକି ରହିଥିବା ଅନୁମାନ କରାଯାଉଛି। ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଜୀବିତ ରହିଛନ୍ତି କି ତାହା ଅଜଣା।...

ଗୋଟିଏ ମଞ୍ଚରେ ସିଜେଆଇ ଲଳିତ-ଶିନ୍ଦେ, ବିରୋଧୀ ଦଳଙ୍କ ଅଭିଯୋଗ ଗଣତନ୍ତ୍ର ସଙ୍କଟରେ…

ମୁମ୍ବାଇ, ୧୧।୯ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି(ସିଜେଆଇ) ୟୁୟୁ ଲଲିତ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏକାଠି ଗୋଟିଏ ମଞ୍ଚରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ...

କଂଗ୍ରେସ କୃଷକଙ୍କୁ ଭୁଲ ରାସ୍ତା ଦେଖାଉଛି: ନଡ୍ଡା

ନୂଆଦିଲ୍ଲୀ,୨୫ ।୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ କଥା କଟାକଟି ଲାଗି ରହିଛି ।...

ନିର୍ଭୟା ମାମଲା: ଫାଶୀରୁ ବଞ୍ଚିବାକୁ ଦ୍ୱିତୀୟଥର କ୍ଷମା ଆବେଦନ କଲେ ଅକ୍ଷୟ

ନୂଆଦିଲ୍ଲୀ,୯।୨: ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଆସନ୍ତା ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ଦେବାକୁ ନେଇ ତୃତୀୟ ଥର ଲାଗି ଡେଥ୍‌ ଓ୍ବାରେଣ୍ଟ...

Advertisement
Archives

Model This Week