ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ ଗୁରୁମା ଓ ଗୁରୁଜୀମାନଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ପ୍ରଧାନଆଚାର୍ଯ୍ୟ ପ୍ରକାଶ କୁମାର ବେହେରାଙ୍କୁ ଶିଶୁ ବିଦ୍ୟାମନ୍ଦିର ପରିଚାଳନା ସମିତି ପକ୍ଷରୁ ନିଲମ୍ବନ କରାଯାଇଛି। ଏହାଛଡ଼ା ଶିଶୁ ମନ୍ଦିରରେ ଶିକ୍ଷାଦାନ କରୁଥିବା ଗୁରୁମା ଓ ଗୁରୁଜୀମାନଙ୍କୁ ମାନସିକ ନିର୍ଯାତନା ଦିଆଯିବା ସହ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗରେ ଦର୍ଶାଯାଇଛି। ଏଥିରେ ଅସନ୍ତୋଷ ପ୍ରକାଶ କରି ସେମାନେ ଶିଶୁମନ୍ଦିର ଫାଟକରେ ତାଲା ପକାଇ ଏହାର ପ୍ରତିବାଦ ଜଣାଇଥିଲେ। ଗୁରୁମା ଓ ଗୁରୁଜୀମାନେ ଏ ସମ୍ପର୍କରେ ତହସିଲଦାର, ବିଡିଓ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ପ୍ରଧାନଆଚାର୍ଯ୍ୟଙ୍କ ପୁନଃ ଅବସ୍ଥାପିତ କରାଯିବା ଦିଗରେ ପଦକ୍ଷେପ ନେବାକୁ ଦାବି ଜଣାଇଛନ୍ତି। ସୁବ୍ରତ କୁମାର ଦାସ, ପ୍ରଶାନ୍ତ କୁମାର ପ୍ରଧାନ, ଗୋପାଳ ଚନ୍ଦ୍ର ମହାନ୍ତି, ପ୍ରଶାନ୍ତ କୁମାର ପାଣିଗ୍ରାହୀ, ସ୍ବାଧୀନେଶ୍ବରୀ ପାଣିଗ୍ରାହୀ, ଅମୀୟ ରଞ୍ଜନ ଦାସ ପ୍ରମୁଖ ଗୁରୁମା ଓ ଗୁରୁଜୀମାନେ ତାଲା ପକାଇ ଧାରଣା ଦେଇଥିବା ଜଣାଯାଇଛି।