କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରା ପଞ୍ଚାୟତ ଶିଶାଖାଲସ୍ଥିତ ଗୁରୁଦେବ ଶ୍ରୀରାମ ଚନ୍ଦ୍ର ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ ବିଜ୍ଞାନ ପାସ୍ ହାର ଶତ ପ୍ରତିଶତ ରହିଛି। ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ଆର୍ ସ୍ପନ୍ଦନ ଓ ସୁମିତ କୁମ୍ଭାର ୫୦୭ ମାର୍କ ରଖି ବିଦ୍ୟାଳୟର ଯୁଗ୍ମ ଟପ୍ପର ହୋଇଛନ୍ତି। ସେହିପରି ରାହୁଲ କୁମାର ୪୮୬, ପୀୟୂଷ ବାଗ ୪୮୨, ସିମନ୍ତନୀ ଭୋଇ ୪୬୮, ଜୟନ୍ତ ଭୋଇ ୪୬୫, ପ୍ରଜ୍ଞାମୈତ୍ରୀ ନାଗ ୪୪୬, ଚେଷ୍ଟିତା ପ୍ରଜ୍ଞା ସାହୁ ୪୩୭, ଶୋଭିତ ନାଗ ୪୩୨, ନିକିତା ପଧାନ ୪୩୦ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ସଫଳତା ପାଇଁ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ସଭାପତି ଦୈତାରୀ ସାହୁ, ସମ୍ପାଦକ ହେମନ୍ତ ସାହୁ, ଅଧ୍ୟକ୍ଷ ଶ୍ୟାମ କୁମାର ବାଗ, ପରିଚାଳନା ନିର୍ଦ୍ଦେଶିକା ସଂଯୁକ୍ତା ସାହୁ, ଅନୁଷ୍ଠାନର ସେବକ ପୀତାମ୍ବର ସାହୁ ତଥା ଗୁରୁଦେବ ଶ୍ରୀ ରାମଚନ୍ଦ୍ର ଜୀ ମହାରାଜ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।


