Posted inଫୁରସତ

ଗୁରୁ: ଆଲୋକର ବାଟ ଦେଖାନ୍ତି

ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ଗୁରୁ ହିଁ ସାଜନ୍ତି ଆଲୋକବର୍ତ୍ତିତା। କେବେ କଠୋର ଅନୁଶାସନ ତ କେବେ ଉତ୍ସାହପ୍ରଦ ପ୍ରେରଣା ମାଧ୍ୟମରେ ଏମାନେ ଦେଶ, ସମାଜ ଓ ମଣିଷ ଗଠନରେ ନେଇଥାନ୍ତି ଉତ୍ତର ଦାୟିତ୍ୱ। ପାଠ ହେଉ କି ନୃତ୍ୟସଙ୍ଗୀତ, କ୍ରୀଡା ହେଉ କି ଅଭିନୟ, ପ୍ରତିଟି କ୍ଷେତ୍ରରେ ଗୁରୁଙ୍କ ମାର୍ଗଦର୍ଶନ ଯୁବସମାଜକୁ ବାଟ କଢାଇଥାଏ। ସେହି ମହାନ୍‌ ଜନନାୟକଙ୍କ ଉଦ୍ଦେଶ୍ୟରେ ଆଜି ସମଗ୍ର ଦେଶ ଗୁରୁଦିବସ ପାଳନ କରୁଥିବାବେଳେ ନିଜ ଗୁରୁଙ୍କୁ ସେହି ଶିଷ୍ୟଙ୍କ ଅଜସ୍ର ପ୍ରଣାମ।

‘ଭଗବାନ ମୋର ପ୍ରଥମ ଗୁରୁ’

ଜୀବନର ପ୍ରତି ମୁହୂର୍ତ୍ତରେ ଶିଖିବାର ମନୋବୃତ୍ତି ରଖି ଆଗେଇ ଯିବାକୁ ପଡ଼େ। ଆଜି ଯିଏ ଶିଖୁଛି କାଲି ସିଏ ଶିକ୍ଷକ ହେବ। ଏହା ଏକ ପ୍ରବହମାନ ଧାରା। ମୋ ଜୀବନରେ ମୁଁ ଯେତିକି ଶିକ୍ଷା ପାଇଛି ଓ ଆଜି ଯେଉଁଠାରେ ଛିଡ଼ା ହୋଇଛି, ତା’ର ସବୁ ଶ୍ରେୟ ମୁଁ ମୋ ଶିକ୍ଷକମାନଙ୍କୁ ଦେବି। ନୃତ୍ୟ କ୍ଷେତ୍ରରେ ସାଧନା ପାଇଁ ଭଗବାନଙ୍କୁ ଶ୍ରେୟ ଦେବି। ଭଗବାନ ମୋତେ କଳାକାର କରିବା ପାଇଁ ଉପାଦାନ ଦେଇଥିଲେ ବୋଲି ମୁଁ ଆଜି ତିଷ୍ଠିଛି। ସେ ହେଉଛନ୍ତି ମୋର ପ୍ରଥମ ଗୁରୁ। ତାଙ୍କୁ ମୁଁ ଦେଖିନି, କେବଳ ଅନୁଭବ କରିଛି। ଏ ପାର୍ଥିବ ଜଗତରେ ଗୁରୁଙ୍କ ମାଧ୍ୟମ ଦେଇ ମୁଁ ଭଗବତ କୃପା ପାଇଛି। ତେଣୁ ମୋ ବାପା, ମା’ ମୋର ଦ୍ୱିତୀୟଗୁରୁ। ସେମାନେ ମୋତେ ଶିକ୍ଷା ଦେଇ, ମୋ ହାତ ଧରି ଆଗକୁ ଆଣିଛନ୍ତି। ତା’ପରେ ଆସିଲେ ମୋତେ ଶିକ୍ଷାଦାନ କରିଥିବା ମୋ ସ୍କୁଲ୍‌ ଓ କଲେଜର ଗୁରୁ। ନୃତ୍ୟକୁ ଯଦି ଆଜି ମୁଁ ବୁଝିପାରୁଛି ସେଥିପାଇଁ ମୋ ସ୍କୁଲ ଓ କଲେଜ ଗୁରୁଙ୍କୁ ଶ୍ରେୟ ଦେବି। ଆଜି ଯଦି ନୃତ୍ୟ ଜଗତରେ ମୋର କିଛିଟା ଅବଦାନ ଅଛି ବୋଲି ଲୋକେ ଭାବୁଛନ୍ତି ତାହା ହେଉଛି ମୋ ୁଗୁରୁ ଶ୍ରୀଗଙ୍ଗାଧର ପ୍ରଧାନଙ୍କ ପାଇଁ। ମାଟି ପିଣ୍ଡୁଳାରୁ ମୂର୍ତ୍ତି ଗଢିବା ଭଳି ସେ ମୋତେ ଗଢିତୋଳିଛନ୍ତି। ସେ କେବଳ ନୃତ୍ୟ ଶିଖାଇ ନାହାନ୍ତି, ଜଣେ କଳାକାରର ଜୀବନରେ କ’ଣ ରହିବା କଥା, ଆଚାର, ବିଚାର, କର୍ମ କିଭଳି ହେବା କଥା ତାହା ସେ ଶିଖାଇଛନ୍ତି। ଶିକ୍ଷକ ଓ ଗୁରୁ ଭିତରେ ବହୁ ତଫାତ ଅଛି। ଯିଏ କେବଳ ଶିକ୍ଷାଦାନ କରେ ସେ ହେଉଛି ଶିକ୍ଷକ। ହେଲେ ଯିଏ ଶିକ୍ଷାଦାନ ସହ ଛାତ୍ରକୁ ବାଟ କଢାନ୍ତି ସେ ହେଉଛନ୍ତି ଗୁରୁ। ସେଭଳି ଜଣେଗୁରୁ ଥିଲେ ଗୁରୁ ଗଙ୍ଗାଧର ପ୍ରଧାନ। ସେସର୍ବଦା ଚିରନମସ୍ୟ। ଶେଷରେ ଏତିକି କହିବି, ସେ ଛୋଟହୁଅନ୍ତୁ ବା ବଡ଼, ଶୁକ ହେଉ ବା ଶାରୀ, ସାଧୁ ହେଉ କି ମୁନି, ବାଟରେ ଫଳ ବିକୁଥିବା ଦୋକାନୀଟିଏ ହେଲେବି ଯାହାଙ୍କ ପଦେ କଥା ତୁମ ଜୀବନକୁ ଅଭିବୋଧ କଲା ଓ କିଛି ଶିଖାଇଲା ତା’ହେଲେ ସେ ଗୁରୁ ପଦବାଚ୍ୟ। ଜୀବନରେ ଜାଣତରେ ହେଉ ବା ଅଜାଣତରେ ମୋ ଜୀବନରେ ସେଭଳି ଅନେକ ଗୁରୁ ଆସିଛନ୍ତି, ଯାହାଙ୍କ ନିକଟରେ ମୁଁ ଆଜି କୃତଜ୍ଞ।
-ପଦ୍ମଶ୍ରୀ ଅରୁଣା ମହାନ୍ତି, ଓଡ଼ିଶୀ ନୃତ୍ୟ ଶିଳ୍ପୀ

‘ବାଳିକା ମାଷ୍ଟରର ନାତି କହିଲେ ମୋତେ ଜାଣନ୍ତି’

ମୋ ଜେଜେଙ୍କ ନାଁ ପୀତାମ୍ବର ପରିଡ଼ା। ଇଂରେଜ ଶାସନ ସମୟରେ ଯେତେବେଳେ ଯୁବତୀ, ମହିଳାମାନେ ଘର ବାହାରକୁ ଗୋଡ଼ କାଢୁ ନ ଥିଲେ, ସେ ସମୟରେ ମୋ ଜେଜେ ବୁଲି ବୁଲି ଝିଅମାନଙ୍କୁ ପାଠ ପଢାଉଥିଲେ। କେନ୍ଦୁଝର ଜିଲାରେ ନାରୀ ଜାଗରଣ କରାଇବାର ଏକ ଗୁରୁ ଦାୟିତ୍ୱ ସେ ତୁଲାଇଥିଲେ। ସେହି ସମୟରେ ମୋତେ ରାଇମୋହନ ପରିଡ଼ା ଭାବେ ନୁହେଁ, ଲୋକେ ବାଳିକା ମାଷ୍ଟରର ନାତି ନାମରେ ଜାଣିଥିଲେ। ଆଉ କେଉଁ ପରିଚୟ ଅପେକ୍ଷା ବାଳିକା ମାଷ୍ଟର ନାତି ପରିଚୟ ନେବାକୁ ମୁଁ ଆଜି ବି ଗର୍ବ ଅନୁଭବ କରେ। ତାଙ୍କ ଭଳି ଶିକ୍ଷକ ମିଳିବା ବିରଳ।
ବାପା, ମା’ ଜନ୍ମକରି ଗୁରୁଙ୍କ ପାଖରେ ଛାଡ଼ିଦିଅନ୍ତି। ସେମାନଙ୍କ ଜୀବନକୁ ଗୁରୁ ହିଁ ସଜାଡ଼ି ଥାନ୍ତି। ସେଭଳି ମୋ ଜୀବନକୁ ପ୍ରତି ସୋପନରେ ଜଣେ ଜଣେ ଗୁରୁ ସଜାଡ଼ିଛନ୍ତି। ନାଟକ କ୍ଷେତ୍ରରେ ମୋର ଗୁରୁ ହେଲେ ଗୋବିନ୍ଦ ପରିଡ଼ା। ମୋ ଗାଁର ଜଣେ ଭାଇ ହେବେ। ଜୀବନର ପ୍ରଥମ ନାଟକ ତାଙ୍କ ପାଖରେ ଶିକ୍ଷା କରିଥିଲି। ତା’ପରେ ଗୌରୀଶଙ୍କର ଦାସ, ମୋ ଅଧ୍ୟାପକ ପଞ୍ଚାନନ ପାତ୍ର, ଉମାକାନ୍ତ ସାର୍‌, ଅଜିତ ଦାସ ଓ ଧୀର ମଲ୍ଲିକଙ୍କୁ ମୁଁ ଗୁରୁଭାବେ ଗ୍ରହଣ କରିଛି। ସେହିଭଳି ସିନେମା କ୍ଷେତ୍ରରେ ପ୍ରଶାନ୍ତ ନନ୍ଦ, ରାଜେନ୍ଦ୍ର ସିଂ, ବିଜୟ ଭାସ୍କର ରେଡ୍ଡୀ ହେଉଛନ୍ତି ଗୁରୁ। ମଣିଷର ସଫଳତା ପାଇଁ ଗୁରୁଙ୍କ ଉପସ୍ଥିତି ଅପରିହାର୍ଯ୍ୟ। ନାଟକ କିମ୍ବା ସିନେମାରେ କେବେ ଗୁରୁ ହେବାକୁ ଚେଷ୍ଟା କରିନି। ଯାତ୍ରାରେ କିନ୍ତୁ ମୁଁ ନିଜକୁ ଗୁରୁଭାବେ ପ୍ରତିପାଦିତ କରିପାରିଛି ବୋଲି ଭାବୁଛି। ଯାତ୍ରା ଜଗତର କିଛି ଗୁରୁଙ୍କ ଭିତରେ ମୋ ନାମ ଆସେ ବୋଲି କହିପାରିବି।
-ରାଇମୋହନ ପରିଡ଼ା, ଅଭିନେତା

‘ପ୍ରତି ଗୀତରେ ଗୁରୁଙ୍କ କଥା ମନେପଡ଼େ’

ଗୁଣର ପୂଜାରୀ ଥିଲେ ଗୁରୁ ବାଳକୃଷ୍ଣ ସାର୍‌। ସେ ଖାଲି ସଙ୍ଗୀତ କ୍ଷେତ୍ରରେ ଶିଷ୍ୟଶିଷ୍ୟାଙ୍କ ସ୍ବରକୁ ଚମକାଇ ନ ଥିଲେ, ବରଂ ଉଦାର ହୃଦୟରେ ସମସ୍ତଙ୍କୁ ଆପଣାର କରିବାର କଳା ଶିଖାଉଥିଲେ। ସଙ୍ଗୀତ ଜଗତର ଏହ ବରପୁତ୍ରଙ୍କ ସାନ୍ନିଧ୍ୟ ପାଇବା ପୂର୍ବଜନ୍ମର ଭଲ କର୍ମର ଫଳ ନିଶ୍ଚିତ। ସାର୍‌ଙ୍କ ସହ ମୋର ଭେଟ ହୋଇଥିଲା ମାତ୍ର ୭ବର୍ଷ ବୟସରେ। ସେବେଠୁ ଆଜିପର୍ଯ୍ୟନ୍ତ ମୁଁ ମୋ କଣ୍ଠରେ ଗୀତଟିଏ ଉଠାଇବା ବେଳେ ସାର୍‌ଙ୍କ କଥା ମନେପଡ଼ିଯାଏ।
ମୋ ବାପା ବାସୁଦେବ ବାରିକ ଖୁବ୍‌ ସଂଗୀତ ପ୍ରିୟ ଥିଲେ। ବାଳକୃଷ୍ଣ ଦାଶ ସାର୍‌ଙ୍କ ପାଖେ ଗୀତ ଶିଖିବି ଓ ରେଡିଓରେ ସେ ମୋକଣ୍ଠସ୍ବର ଶୁଣିବେ ବୋଲି ବାପାଙ୍କର ବହୁତ ଇଚ୍ଛା ଥିଲା। ମତେ ଗୀତ ଶିଖାଇବା ନିଶାରେ ବାପା ମତେ ସାଥିରେ ନେଇ କଟକରେ ରହୁଥିବା ସାର୍‌ଙ୍କ ଘରେ ପହଞ୍ଚତ୍ଥିଲେ। ନିମାପଡ଼ାର ଏକ ମଫସଲ ଗାଁ’ରୁ ଯାଇଥିଲେ ହେଁ ସାର୍‌ ମୋତେ ଶ୍ରଦ୍ଧାରେ ଆପଣେଇ ଗୀତ ଘରକୁ ଡାକିନେଇ କହିଲେ, କ’ଣ ଗୋଟେ ଗୀତ ଗାଇଲୁ। ମୁଁ ବଡ଼ ପାଟିରେ ଗାଇବା ପରେ ସାର୍‌ ହସିଦେଇ କହିଲେ, ଆଉ ଟିକେ ବଡ଼ ହୋଇଯା’ ଶିଖିବୁ। ଟିକେ ବଡ଼ ହେବାପରେ ମୋତେ ଧରି ପୁଣି ସାର୍‌ଙ୍କ ଭୁବନେଶ୍ୱର ଘରକୁ ବାହାରିଲେ। ସେତେବେଳେ ତାଙ୍କ ସାମ୍ନାରେ ମୁଁ ‘ମଙ୍ଗଳ ମୟ, ମଙ୍ଗଳମୟ ମଙ୍ଗଳ କରହେ…’ ଗୀତ ଗାଇଥିଲି। ସାର୍‌ ମୋ ପିଠି ଥାପୁଡ଼େଇ ବାପାଙ୍କୁ କହିଲେ, ସଙ୍ଗୀତ ମହାବିଦ୍ୟାଳୟରେ ଝିଅର ନାମ ଲେଖାଇ ଦିଅ। ସେଠି ଶିଖିବ ଓ ମୋ ପାଖରୁ ମଧ୍ୟ ଶିଖିବ। ସେୟା ହେଲା। ସାର୍‌ ମୋ ପାଇଁ ପ୍ରଥମ ଗୀତ ‘ହେ ଚକାନୟନ ଅଗତିର ଗତି ଦିନ ଦୁଃଖ ନାଶନ’ର ସ୍ବର କଲେ। କାର୍ତ୍ତିକ ମାସ ବୈକୁଣ୍ଠ ଚତୁର୍ଦଶୀରେ ପୁରୀରେ ହେଉଥିବା ଭଜନ ସମାରୋହରେ ସାର୍‌ ମତେ ଗାଇବାକୁ ସୁଯୋଗ ଦେଲେ। ସେହି ଗୀତଟି ଗାଇ ସାରିବା ପରେ ଶ୍ରୋତାମାନେ ଭୂରିଭୂରି ପ୍ରଶଂସା କଲେ। ଏହାପରେ ସାର୍‌ଙ୍କ ପାଇଁ ମୁଁ ଯେଉଁଠି କି ବି ଯାଉଥିଲି ବିଜୟୀ ହୋଇ ଫେରୁଥିଲି। ସାର୍‌ ଏତେବଡ଼ କଳାକାର ଥିଲେ, କିନ୍ତୁ ଟିକେବି ଗର୍ବ ନ ଥିଲା। ତାଙ୍କଠୁ ସଙ୍ଗୀତ ଶିଖିବା କାଳରେ ସେ ଖାଲି ଆମକୁ ସ୍ବରରେ ସିଦ୍ଧ କରାଇ ନ ଥିଲେ, ତାଙ୍କ ସଂସ୍ପର୍ଶରେ ଆସି ମଣିଷ ପଣିଆ ଶିଖିଥିଲୁ। ଯେପର୍ଯ୍ୟନ୍ତ ସଂଗୀତର ଗୁଞ୍ଜରଣ ଶୁଭୁଥିବ, ସେପର୍ଯ୍ୟନ୍ତ ବାଳକୃଷ୍ଣ ସାର୍‌ଙ୍କ ସଂଗୀତର ଝଙ୍କାର ସୃଷ୍ଟି ହେଉଥିବ।
-ଶାନ୍ତିଲତା ଛୋଟରାୟ ବାରିକ, କଣ୍ଠଶିଳ୍ପୀ


Enter your email to get our daily news in your inbox.

All Right Reserved By Dharitri.Com

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

ନକଲି CID ଅଧିକାରୀ ଗିରଫ: ଶିକ୍ଷାନୁଷ୍ଠାନ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ

ଭୁବନେଶ୍ୱର,୩।୪: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଶୁକ୍ରବାର ଏକ ସଫଳତା ମିଳିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟିମ୍‌ ୮ଜଣ ନକଲି CID ଅଧିକାରୀଙ୍କୁ ଧରି ପଚରାଉଚରା କରୁଛି।…

ଆମେରିକା ନିକଟରେ ମୁଣ୍ଡ ନୁଆଁଇବାକୁ ସିଧା ମନା କଲା ଇରାନ

ତେହରାନ,୩।୪: ମଧ୍ୟପ୍ରାଚ୍ୟ ଗତ ୩୪ ଦିନ ଧରି ଯୁଦ୍ଧର ନିଆଁରେ ବୁଡ଼ି ରହିଛି। ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ସତ୍ତ୍ୱେ, ଇରାନ ଅଟଳ ରହିଛି ଏବଂ ଏହି…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri