Guru Randhawaଙ୍କୁ କ’ଣ ହୋଇଛି? ଡାକ୍ତରଖାନାରେ ହୋଇଛନ୍ତି ଭର୍ତ୍ତି, ଫଟୋ ଦେଖି ଚିନ୍ତାରେ ପ୍ରଶଂସକ…

ମୁମ୍ବାଇ: ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଲୋକପ୍ରିୟ ଗାୟକ ଗୁରୁ ରନ୍ଧାୱା । ସୋସିଆଲ ମିଡିଆରେ ସେ ନିଜର ସ୍ବାସ୍ଥ୍ୟାବସ୍ଥା ନେଇ ସୂଚନା ଦେଇ ଏକ ଫଟୋ ଶେୟାର କରିଛନ୍ତି। ତାଙ୍କୁ ହସ୍ପିଟାଲର ବେଡ୍‌ରେ ଶୋଇଥିବାର ଦେଖାଯାଉଛି। ମୁଣ୍ଡରେ ଏକ ପଟି ବାନ୍ଧାଯାଇଛି। ବେକରେ ଏକ ନେକ୍‌ ବ୍ରେସ ମଧ୍ୟ ରହିଛି। ଫିଲ୍ମର ଶୁଟିଂ ସମୟରେ ରନ୍ଧାୱା ଆହତ ହୋଇଥିବା ଜଣାପଡ଼ିଛି।

ରନ୍ଧାଓ୍ବା କିଛିଦିନ ଧରି ପଞ୍ଜାବୀ ଫିଲ୍ମ ’ଶୌଙ୍କି ସର୍ଦ୍ଦାର’ର ଶୁଟିଂରେ ବ୍ୟସ୍ତ ରହିଥିଲେ। ଏହି ସିନେମାର ଏକ ଆକ୍ସନ ଦୃଶ୍ୟ ଶୁଟିଂ ସମୟରେ ସେ ଆହତ ହୋଇଥିଲେ, ଯାହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା। ଫଟୋ ଶେୟାର କରି ଗୁରୁ ରନ୍ଧାୱା ଲେଖିଛନ୍ତି, ମୋର ପ୍ରଥମ ଷ୍ଟଣ୍ଟ, ପ୍ରଥମ ଥର ପାଇଁ ଆହତ ହୋଇଛି, କିନ୍ତୁ ମୋର ଦମ୍ଭ ଏପର୍ଯ୍ୟନ୍ତ ଭାଙ୍ଗି ନାହିଁ। ଆକ୍ସନ ବହୁତ କଷ୍ଟକର କାମ, କିନ୍ତୁ ମୁଁ ଦର୍ଶକଙ୍କ ପାଇଁ କଠିନ ପରିଶ୍ରମ କରିବି।

 

View this post on Instagram

 

A post shared by Guru Randhawa (@gururandhawa)

ଅପରପକ୍ଷେ ଗାୟକଙ୍କ ଏହି ଫଟୋ ପ୍ରଶଂସକଙ୍କୁ ଦୁଃଖିତ କରିଛି। ସମସ୍ତେ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି। ତାଙ୍କ ପୋଷ୍ଟରେ ଅନେକେ ବଲିଉଡ ସେଲିବ୍ରିଟି ପ୍ରତିକ୍ରିୟା ଦେଉଛନ୍ତି। ଅନୁପମ ଖେର, ଜ୍ୟାକଲିନ, ସୌମ୍ୟା ଟଣ୍ଡନ ପ୍ରମୁଖ ଶୀଘ୍ର ସୁସ୍ଥ ହେବାର କାମନା କରିଛନ୍ତି। ତେବେ ‘ଶୌଙ୍କି ସର୍ଦ୍ଦାର’ ଫିଲ୍ମରେ ଗୁରୁ ରନ୍ଧାୱାଙ୍କ ସହିତ ବବ୍ବୁ ମାନ, ନିମ୍ରିତ କୌର ଆହଲୁୱାଲିଆ ଏବଂ ଗୁଗ୍ଗୁ ଗିଲ୍‌ ଭଳି ଷ୍ଟାରମାନେ ମଧ୍ୟ ନଜର ଆସିବେ।

Guru Randhawa Post Comment

କହିବାକୁ ଗଲେ ଗୁରୁ ରନ୍ଧାୱା ସଂଗୀତ ଜଗତର ଏକ ବଡ଼ ନାମ। ସେ ନିଜ କଣ୍ଠସ୍ବରରେ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଗୀତ ଗାଇବାରେ ଶିଖର ଛୁଇଁବା ପରେ ସେ ଗତ ବର୍ଷ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ। ତାଙ୍କର ଏକ ଫିଲ୍ମ ’କୁଛ ଖଟ୍ଟା ହୋ ଜାୟେ’ ନାମରେ ମୁକ୍ତିଲାଭ କରିଥିଲା, ଯେଉଁଥିରେ ଗୁରୁ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ତାଙ୍କ ସହିତ ସାଇ ମାଞ୍ଜରେକର ଏବଂ ଅନୁପମ ଖେରଙ୍କ ଭଳି ଷ୍ଟାରମାନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ତାଙ୍କର ନୂତନ ଫିଲ୍ମ ’ଶୌନକି ସର୍ଦ୍ଦାର’ କେବେ ମୁକ୍ତିଲାଭ କରିବ ସେ ବିଷୟରେ ଏପର୍ଯ୍ୟନ୍ତ ସୂଚନା ପ୍ରକାଶ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri