ଲଢ଼ିଲେ ଗନ୍‌ମ୍ୟାନ, ନିସ୍ତୁକ ମାଡ଼ ଖାଇ ବଞ୍ଚାଇଦେଲେ ୩୮ ଲକ୍ଷ ଟଙ୍କା, ଖସିଗଲେ ୨ ଲୁଟେରା

କେନ୍ଦୁଝର,୧୫।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡ଼ା ନିକଟରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏଟିଏମ କାଉଣ୍ଟରରେ ଟଙ୍କା ଭରିବାକୁ ଯାଉଥିବା ଏକ ଭ୍ୟାନରୁ ଟଙ୍କା ଲୁଟ ଉଦ୍ୟମ ବିଫଳ ହୋଇଛି। ତିନି ଜଣ ଦୃର୍ବୁତ୍ତ ଏହି ଟଙ୍କା ଲୁଟ ଉଦ୍ୟମ କରିଥିଲେ। ଲୁଟ ବେଳେ ଲୁଟେରାଙ୍କ ସହ ଧସ୍ତାଧସ୍ତି ହୋଇ ଥିବା ବେଳେ ସେମାନଙ୍କ ମାଡ଼ରେ ଗନମ୍ୟାନ ଆହତ ହୋଇଥିବା ସୂଚନା ମିଳିଛି।

ତେବେ ଟଙ୍କା ଲୁଟ ବିଫଳ ହେବା ପରେ ଲୁଟେରା ମାନେ ସ୍ଥାନ ଛାଡି ଫେରାର ହୋଇ ଯାଇଥିଲେ। ଖବର ପାଇ ଯୋଡ଼ା ପୋଲିସ ଘଟଣା ସ୍ଥଳରେ ପହଁଚି ତନାଘନା ଆରମ୍ଭ କରିଛି। ବିଭିନ୍ନ ଥାନାକୁ ସୂଚନା ଦେବା ସହ ସୀମା ବର୍ତ୍ତି ଅଞ୍ଚଳରେ ଚଢାଉ କରିଥିଲେ ହେଁ ଲୁଟେରାଙ୍କ ପତ୍ତା ମିଳି ନ ଥିବା ଜଣା ପଡ଼ିଛି। ଝାଡ଼ଖଣ୍ଡ ସୀମା ବର୍ତ୍ତି ଅଞ୍ଚଳ ହୋଇ ଥିବାରୁ ସୀମା ପାର ହୋଇ ଖସି ପଳାଇଥିବା ଅନୁମାନ ହେଉଛି।

ପୋଲିସ ଆଖପାଖ ସିସିଟିଭି ଫୁଟେଜ ଓ ଲୋକଙ୍କୁ ପଚରା ଉଚୁରା କରି ଘଟଣାର ସଠିକ୍ ସୂଚନା ସଂଗ୍ରହ କରୁଛି। ବର୍ତମାନ ଉତ୍ସବର ସମୟ ଥିବା ବେଳେ ଯୋଡ଼ା ଅଞ୍ଚଳରେ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଅନ୍ୟ ପୂଜା ଅପେକ୍ଷା ଧୂମଧୁମାରେ ପାଳିତ ହୋଇଥାଏ। ଏଣୁ ଲୋକଙ୍କ ସୁବିଧା ପାଇଁ ଓ କାଲି ଛୁଟି ଥିବାରୁ ଟଙ୍କା ଏଟିଏମ କାଉଣ୍ଟରରେ ଭର୍ତ୍ତି କରାଯାଇଥିଲା ବୋଲି ଜଣା ପଡିଛି। ଗାଡ଼ିରେ ପାଖାପାଖି ୩୮ ଲକ୍ଷ ଟଙ୍କା ଥିବା ବେଳେ ଏହି ଟଙ୍କା ବିଭିନ୍ନ ସ୍ଥାନରେ ଥିବା ଏଟିଏମ କାଉଣ୍ଟର ରେ ଭର୍ତ୍ତି କରିବାକୁ ନେଉଥିଲେ।

ଏନେଇ ଯୋଡ଼ା ଥାନା ଅଧିକାରୀ ଲୋକେଶ୍ୱର୍ ସାହୁ କହିଛନ୍ତି ଯେ ଟଙ୍କା ସୁରକ୍ଷିତ ଅଛି। ଲୁଟେରା ଙ୍କୁ ଖୋଜା ଚାଲିଛି। ଜଣେ କର୍ମଚାରୀ ଆହତ ହୋଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ବିଶେଷ କରି ପୂଜା ପାର୍ବଣ ସମୟରେ ଅଧିକ ଟଙ୍କା ନେବା ଆଣିବା ସମୟରେ ପୋଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ନେଇ ପୋଲିସ ବିଭାଗ ବାରମ୍ବାର ବ୍ୟାଙ୍କ୍ ଓ ଅନ୍ୟ ମାନଙ୍କୁ କହି ଆସୁଥିବା ବେଳେ ସେସବୁ ପାଳନ ହେଉଛି କି ନାହିଁ ଯାଞ୍ଚ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ନକଲି CID ଅଧିକାରୀ ଗିରଫ: ଶିକ୍ଷାନୁଷ୍ଠାନ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ

ଭୁବନେଶ୍ୱର,୩।୪: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଶୁକ୍ରବାର ଏକ ସଫଳତା ମିଳିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟିମ୍‌ ୮ଜଣ ନକଲି CID ଅଧିକାରୀଙ୍କୁ ଧରି ପଚରାଉଚରା କରୁଛି।…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri