Posted inଜାତୀୟ

ଲଜ୍ଜା! ଜଙ୍ଗଲକୁ ନେଇ ନାବାଳିକା ଝିଅକୁ ବଳାତ୍କାର କଲେ ପିଶାଚ ବାପା

ନୂଆଦିଲ୍ଲୀ,୧୮ା୧: ପବିତ୍ର ବାପା-ଝିଅ ସମ୍ପର୍କରେ ଲାଗିଛି କଳଙ୍କ। ପିଶାଚ ବାପା ନିଜର ୧୫ ବର୍ଷର ନାବାଳିକା ଝିଅକୁ ଜଙ୍ଗଲ ନେଇ ଜବରଦସ୍ତି ବଳାତ୍କାର କରିଛନ୍ତି। ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି। ପୋଲିସ ମାମଲାରେ ତତ୍ପରତା ଦେଖାଇ ମାତ୍ର ୬ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ବାପାକୁ ଗିରଫ କରିଛି।

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ସେ ନିଜ ବାପା ସହିତ ବମୌରୀ ଅଞ୍ଚଳକୁ ଜଣେ ବ୍ୟକ୍ତିଙ୍କଠାରୁ ଜମି ବିକ୍ରି ଟଙ୍କା ଆଣିବାକୁ ଯାଉଥିଲେ। ବାଟରେ ଶୀଘ୍ର ପହଞ୍ଚିବା ବାହାନା କରି ବାପା ତାଙ୍କୁ ଜଙ୍ଗଲ ରାସ୍ତା ଦେଇ ନେଇଥିଲା। ଜଙ୍ଗଲ ମଧ୍ୟରେ ପହଞ୍ଚିବା ପରେ ଅଭିଯୁକ୍ତ ଜଣକ ଝିଅକୁ ମାଡ଼ ମାରିବାକୁ ଧମକ ଦେଇ ବଳପୂର୍ବକ ବଳାତ୍କାର କରିଥିଲା। ଏହି ବିଷୟରେ କାହାରିକୁ କହିଲେ ଜୀବନରୁ ମାରିଦେବାକୁ ସେ ନାବାଳିକାକୁ ଭୟଭୀତ କରିଥିଲା।

ଘଟଣା ପରେ ଉଭୟ ଗାଁକୁ ଫେରିଥିଲେ। ସେହି ସମୟରେ ମା’ ଘରେ ନ ଥିବାରୁ ପୀଡ଼ିତା ଜଣକ ଭୟ ଓ ମାନସିକ ଆଘାତ ସହିତ ନିଜ ପିଉସାଙ୍କ ଘରକୁ ଚାଲିଯାଇଥିଲେ। ପରେ ସେଠାରେ ସାହସ ସଞ୍ଚୟ କରି ସେ ନିଜ ମା’କୁ ସବୁ କଥା ଜଣାଇଥିଲେ। ମା’ ଓ ଝିଅ ମିଶି କ୍ୟାଣ୍ଟ ଥାନାରେ ପହଞ୍ଚି ଅଭିଯୋଗ କରିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଥିଲା।

ପୋଲିସ ପ୍ରଥମେ ‘ଜିରୋ ଏଫଆଇଆର୍’ ରୁଜୁ କରି ମାମଲାକୁ ବମୌରୀ ଥାନାକୁ ସ୍ଥାନାନ୍ତର କରିଥିଲା। ବମୌରୀ ପୋଲିସ ଅଭିଯୁକ୍ତ ବିରୋଧରେ, ବଳାତ୍କାର (ପୋକ୍ସୋ ଆକ୍ଟ ଏବଂ ଅନ୍ୟାନ୍ୟ ସଂଗୀନ ଦଫାରେ ମାମଲା ରୁଜୁ କରିଥିଲା।

ବମୌରୀ ଏସଡିଓପି ବିବେକ ଅଷ୍ଠାନା କହିଛନ୍ତି ଯେ, ଅଭିଯୋଗ ପାଇବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମାତ୍ର ୬ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଛି ଏବଂ ସେଠାରୁ ତାକୁ ଜେଲ୍ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚାତାପ କରିବ ଆମେରିକା, ଇରାନର ବୈଦେଶିକ ମନ୍ତ୍ରୀ କହିଲେ ଏହି ଆକ୍ରମଣ…

ତେହରାନ,୫ା୩: ଶ୍ରୀଲଙ୍କାର ଦକ୍ଷିଣ ଉପକୂଳରେ ଆମେରିକାର ବୁଡ଼ାଜାହାଜ ଆକ୍ରମଣ କରି ଏକ ଇରାନୀ ଜାହାଜକୁ ବୁଡ଼ାଇ ଦେଇଛି। ଏହି ଆକ୍ରମଣରେ ୮୭ ଜଣ ଲୋକ ପ୍ରାଣ ହରାଇଛନ୍ତି।…

ବିହାରରେ ପ୍ରଥମ ଥର BJP ମୁଖ୍ୟମନ୍ତ୍ରୀ! ନୀତୀଶଙ୍କ ପରେ କିଏ ହେବେ ମୁଖ୍ୟମନ୍ତ୍ରୀ? ଜାଣନ୍ତୁ…

ପାଟନା,୫।୩: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାରେ ପ୍ରବେଶ କରିଛନ୍ତି। ଏବେ ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ ଭାରତୀୟ…

ଯୁଦ୍ଧ ଭିତରେ ରୁଷିଆ-ଭାରତ ମଧ୍ୟରେ ବଡ଼ ଡିଲ୍‌, ଆମେରିକାକୁ ଶକ୍ତ ଝଟ୍‌କା!

ନୂଆଦିଲ୍‌ଲୀ,୫।୩: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ବିଶ୍ୱ ଶକ୍ତି ବଜାରରେ ତୀବ୍ର ପରିବର୍ତ୍ତନ ଘଟୁଛି। ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ଯୋଗାଣ ପଥ…

ପ୍ରଥମ ଥର ପାଇଁ କାହିଁକି ଆତଙ୍କବାଦ ତଦନ୍ତରେ ଚାଇନାର ସାହାଯ୍ୟ ଲୋଡ଼ିବ ଭାରତ? ଗୁପ୍ତ ସୂଚନା ଲୋଡ଼ିବ NIA, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୩: ପହଲଗାମ ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତ ସଂସ୍ଥା (NIA) ଏବେ ଚାଇନାରେ ପହଞ୍ଚିଛି। ତଦନ୍ତ ସମୟରେ ଉଦ୍ଧାର ହୋଇଥିବା GoPro Hero-12 କଳା କ୍ୟାମେରା…

‘ମୋଦି ଜଣେ ଭିନ୍ନ ପ୍ରକାରର ନେତା… ୨୫ ବର୍ଷ ମଧ୍ୟରେ ଗୋଟିଏ ଦିନ ବି ଛୁଟି ନେଇନାହାଁନ୍ତି’, କାନାଡିୟ ପ୍ରଧାନମନ୍ତ୍ରୀ ମାର୍କ କାର୍ନି କହିଲେ…

ନୂଆଦିଲ୍ଲୀ,୫।୩: ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କରେ କିଛି ସମୟ ପରେ, ଦୁଇ ଦେଶ ମଧ୍ୟରେ ଏକ ନୂତନ ଆରମ୍ଭ ସ୍ଥାପନ ପାଇଁ ପ୍ରୟାସ ତୀବ୍ର ହୋଇଛି…

ରାଜ୍ୟ ସଭା ଯିବା ପରେ କେତେ ଦରମା ପାଇବେ ନୀତୀଶ କୁମାର?

ନୂଆଦିଲ୍ଲୀ,୫।୩: ରାଜ୍ୟ ସଭା ଯିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ନୀତୀଶ କୁମାର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଏହି ଖବରକୁ ନିଶ୍ଚିତ କରିଛନ୍ତି ।…

ରାଜ୍ୟ ସଭା ଗଲେ ନୀତିଶଙ୍କ ଦରମା ବଢିବ ନା କମିବ? ଜାଣନ୍ତୁ…

ନୂଆଦିଲ୍‌ଲୀ,୫।୩: ବିହାରର ସବୁଠାରୁ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ଥିବା ନୀତିଶ କୁମାର କ’ଣ ଏବେ ଦିଲ୍ଲୀ ଯିବେ? ମାର୍ଚ୍ଚ ୫, ୨୦୨୬ ବିହାର ରାଜନୀତିରେ ଏକ…

ଯୁଦ୍ଧ ଯୋଗୁ ପେଟ୍ରୋଲ ପରେ ବଢିଯିବ ଏଲପିଜି ଦର, ମାର୍ଚ୍ଚରୁ ୫୦% ମହଙ୍ଗା ହେବ ସିଲିଣ୍ଡର!

ନୂଆଦିଲ୍ଲୀ,୫।୩: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଏବେ ସିଧାସଳଖ ଭାରତୀୟ ରୋଷେଇ ବଜେଟକୁ ପ୍ରଭାବିତ କରିପାରେ। ଆମେରିକା-ଇସ୍ରାଏଲ ମିଳିତ ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri