ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ । ତେବେ ଧରାପଡିବା ପରେ ଯୁବକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ନେଇ ସୂଚନା ରହିଛି । ସୋର ମେଡିକାଲ ପରିସର ଆହାର କେନ୍ଦ୍ରରେ ଗୁରୁବାର ବନ୍ଧୁକ ଛାଡ଼ି ଯୁବକ ଚମ୍ପଟ୍ ମାରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।
ଖବର ଅନୁସାରେ, ଆହାର କେନ୍ଦ୍ର ଖାଇବାକୁ ଆସିଥିବା ବେଳେ ଯୁବକ ଜଣକ ପାଖରେ ବନ୍ଧୁକ ଥିବା ସୁରକ୍ଷାକର୍ମୀ ଦେଖିଥିଲେ । ଏହାପରେ ସୁରକ୍ଷାକର୍ମୀ ଅଟକାଉଥିବା ବେଳେ ବନ୍ଧୁକ ତଳେ ପଡ଼ି ଯାଇଥିଲା । ଏହାପରେ ପାଚେରି ଡେଇଁ ଯୁବକ ଚମ୍ପଟ୍ ମାରିଥିଲେ । କାହିଁକି ବନ୍ଧୁକ ଧରି ଯୁବକଜଣକ ଆହାର କେନ୍ଦ୍ର ଆସିଥିଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।


