ଶିକାର କରିବା ପୂର୍ବରୁ ଧରାପଡ଼ିଲେ ଦୁଇ ଶିକାରୀ

ସୋନପୁର/ଉଲୁଣ୍ଡା, ୩୦।୮ (ମୃତ୍ୟୁଞ୍ଜୟ ଶତପଥୀ/ଉରୁକ୍ରମ ପାଣ୍ଡିଆ): ସୁବର୍ଣ୍ଣପୁର ବନଖଣ୍ଡ ଅନ୍ତର୍ଗତ ଉଲୁଣ୍ଡା ବନ କ୍ଷେତ୍ରାଞ୍ଚଳର ସିଂହାସନ ସଂରକ୍ଷିତ ଜଙ୍ଗଲରେ ଗୁରୁବାର ରାତିରେ ବନବିଭାଗର ଟିମ୍‌ ଚଢାଉ କରିଥିଲା। ଠିକ୍‌ ସମୟରେ ଚଢାଉ ଯୋଗୁ ଶିକାରୀ ବନ୍ୟପ୍ରାଣୀ ଶିକାର କରିବା ପୂର୍ବରୁ ବନ ବିଭାଗ ହାତରେ ଧରାପଡିଛନ୍ତି। ଏହି ଘଟଣାରେ ଉଲୁଣ୍ଡା ଥାନା ସୁଲିଆ ଅଞ୍ଚଳର ଶରତ ମହାନ୍ତ(୧୯) ଓ ମନାଲି ବାରିକ(୨୫)ଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଏକ ଦେଶୀ ହାତ ତିଆରି ବନ୍ଧୁକ ଓ ପାଇପ୍‌ ଜବତ ହୋଇଛି। ଏ ସମ୍ପର୍କରେ ଉଲୁଣ୍ଡା ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି। ଶିକାରୀ ଦ୍ୱୟଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯାଇଛି।

ସୂଚନା ଅନୁଯାୟୀ, ସିଂହାସନ ସଂରକ୍ଷିତ ଜଙ୍ଗଲରେ ହରିଣ, କୁଟ୍‌ରା ଓ ବାର୍‌ହା ଆଦି ବନ୍ୟପ୍ରାଣୀ ଅଛନ୍ତି। ସେମାନଙ୍କ ଉପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି ପଡିଛି। ଶିକାରୀମାନେ ନିୟମିତ ଜଙ୍ଗଲରେ ପ୍ରବେଶ କରି ନିରୀହ ବନ୍ୟପ୍ରାଣୀଙ୍କୁ ଶିକାର କରିବା ପରେ ଜନବସତିରେ ଲୁଚାଛପାରେ ମାଂସ ବିକ୍ରି କରୁଛନ୍ତି।

ବନ ବିଭାଗର କର୍ମଚାରୀମାନେ ଶିକାରୀଙ୍କ ଗତିବିଧି ଉପରେ ନଜର ରଖିଥିଲେ। ଗୁରୁବାର ରାତିରେ ଶରତ ଓ ମନାଲି ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରି ବନ୍ୟପ୍ରାଣୀ ଶିକାର ପାଇଁ ଉଦ୍ୟମ କରୁଥିବା ବେଳେ ବନ ବିଭାଗର ଟିମ୍‌ ହାତରେ ଧରା ପଡିଥିଲେ। ଉଲୁଣ୍ଡା ବନକ୍ଷେତ୍ରାଧିକାରୀ ସଞ୍ଜିବ କୁମାର ରାଉତଙ୍କ ନିର୍ଦ୍ଦେଶ କ୍ରମେ ସୁଲିଆ ବନପାଳ ବିନୋଦ ବିହାରୀ ସାହୁ, ଯାଲୋଏ ବନପାଳ ପ୍ରଦୀପ କୁମାର ଜେନା, ବନରକ୍ଷୀ ରାଜୀବ ସାହୁ ଓ ଏଲିଫ୍ୟାଣ୍ଟ ସ୍କ୍ବାର୍ଡର କର୍ମଚାରୀ ଏହି ଚଢାଉରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri