ସ୍କୁଲ ଛାତ୍ର ନିକଟରୁ ମିଳିଲା ବନ୍ଧୁକ: ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ

ବାହାନଗା, ୩୧। ୧(ଅରୂପ କୁମାର ଦାସ ): ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗସ୍ଥିତ ଦାସମହାପାତ୍ର ହାଇସ୍କୁଲର ଜଣେ ଛାତ୍ରଙ୍କ ବ୍ୟାଗରୁ ଏକ ବନ୍ଧୁକ ବାହାରିଥିଲା।
ଏହି ଘଟଣାକୁ ନେଇ ବିଦ୍ୟାଳୟରୁ ସମ୍ପୃକ୍ତ ଛାତ୍ରଙ୍କୁ ଟିସି ଦେଇ ବାହାର କରିବା ଦାବି କରି ଅଭିଭାବକମାନେ ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଛନ୍ତ। ଯଦି ସମ୍ପୃକ୍ତ ଛାତ୍ରଙ୍କୁ ବାହାର କରା ନ ଯାଏ ତାହାଲେ ସମସ୍ତ ୪ ଶହପିଲା ମାନଙ୍କୁ ଟିସିଦିଅ ଆମେ ଏଠୁ ନେଇଯିବୁ ଦାବି  କରି ତାଲା ପକାଇ ଧାରଣା ଦେଇଛନ୍ତି।ଏ ନେଇ ଗ୍ରାମରେ ଉତ୍ତେଜନା ଦେଖା ଦେଇଛି।
ସୂଚନାଯୋଗ୍ୟ,  ଗତ ଗୁରୁବାର ରାତିରେ ଛାତ୍ରଙ୍କୁ ବିଦ୍ୟାଳୟରୁ ବହିଷ୍କାର ପାଇଁ ଅଭିଭାବକମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପାଖରେ  ଲିଖିତ ଅଭିଯୋଗ କରିଥିଲେ। ଅଭିଭାବକ ମାନଙ୍କ ଦାବିପରେ ଛାତ୍ରଙ୍କ ବସ୍ତାନିରୁ ବନ୍ଧୁକୁ ବାହାରିବା ନେଇ ଥାନାରେ ପ୍ରଧାନ ଶିକ୍ଷୟିତ୍ରୀ ଅଭିଯୋଗ କରିଥିଲେ। ଏ ନେଇ ଥାନାରେ ୪୧ /୨୦୨୬ ରେ ଏକ ମାମଲା ରୁଜୁ ହୋଇଛି।

ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ର  ବିଦ୍ୟାଳୟ ଆରମ୍ଭରୁ ବ୍ୟାଗରେ ବନ୍ଧୁକ ଧରି ଆସିଥିବା ଅନ୍ୟଛାତ୍ରମାନେ ଜାଣିବାକୁ ପାଇଥିଲେ। ଖେଳ ଛୁଟି ପରେ ଶିକ୍ଷକଙ୍କ ସନ୍ଦେହରେ ବ୍ୟାଗ ଦେଖିବାରୁ ଏକ ମେଟାଲ ବନ୍ଧୁକ ମିଳିଥିଲା। ଘଟଣାକୁ ନେଇ ଶିକ୍ଷକ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇବା ପରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀସଙ୍ଗୀତା ଜେନା ସେଠାରେ ପହଞ୍ଚି ଛାତ୍ରଙ୍କ ନିକଟରୁ ବନ୍ଧୁକ ଉଦ୍ଧାର କରିଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ସରପଞ୍ଚ କବିତା ସେଠୀ ଏସଏମସି କମିଟିକୁ ଖବର ଦେଇଥିଲେ। ତୁରନ୍ତ ଏକ ବୈଠକ ଡକାଯାଇ ଆଲୋଚନା ପରେ ପୁଲିସକୁ ଖବର ଦିଆଯାଇଥିଲା।ପୋଲିସ ପହଞ୍ଚି ପିସ୍ତଲ ଜବତ କରିବା ସହ ଏହାର ଯଞ୍ଚ କରୁଛି । ଛାତ୍ର ଜଣକ ବନ୍ଧୁକ କେଉଁଠୁ ଆଣିଲା ତାକୁ ନେଇ ତଦନ୍ତ କରୁଛି ପୋଲିସ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ: ବର୍ଷା ସହ କୁଆପଥର ମାଡ଼

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ଲଡୁଗାଁ, ବରାଡଙ୍ଗା, ଆମପାଣି ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହୋଇଛି। ରାସ୍ତାରେ…

ଇରାନକୁ ସାହାଯ୍ୟର ହାତ ବଢାଇଲା ଭାରତ, ଯୁଦ୍ଧ ପାଇଁ ପଠାଇଲା…ଚମକି ପଡିଲା ଆମେରିକା!

ନୂଆଦିଲ୍‌ଲୀ,୧୮।୩: ଭାରତ ଇରାନକୁ ସହାୟତା ପ୍ରଦାନ କରିଛି, ଯାହା ବର୍ତ୍ତମାନ ଆମେରିକା ଏବଂ ଇସ୍ରାଏଲ ସହିତ ବିବାଦରେ ଫସି ଯାଇଛି। ଭାରତରୁ ଚିକିତ୍ସା ସହାୟତାର ପ୍ରଥମ ପଠାଣ…

ଆତ୍ମବିଶ୍ୱାସ ରହିଲେ ସଫଳତା ମିଳିବ, ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି…

ଭଞ୍ଜନଗର,୧୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଶିକ୍ଷା ବିଭାଗ ଯୁକ୍ତ ୩ ଶେଷବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା…

ହରମୁଜରେ ଫସିଗଲା ଭାରତର ୨୩୦୦ କୋଟି ଟଙ୍କାର LPG, ଆସିବାକୁ ଲାଗିବ…

ନୂଆଦିଲ୍ଲୀ,୧୮।୩: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଭାରତର ଏଲପିଜି ସଙ୍କଟ ଆହୁରି ଗମ୍ଭୀର ହେବାରେ ଲାଗିଛି। କଳାବଜାରୀ ଏବଂ ଗଚ୍ଛିତ ରଖିବା ପାଇଁ…

ପୁଣି SCB ମେଡିକାଲରେ ଅଘଟଣ: ଜଳିଲା ଇଲେକ୍ଟ୍ରି ବୋର୍ଡ

କଟକ,୧୮।୩: ପୁଣି SCB ମେଡିକାଲରେ ଅଘଟଣ। ଶର୍ଟସର୍କିଟରୁ ନନ ଟ୍ରମା କେୟାରରେ ଏକ ଇଲେକ୍ଟ୍ରି ବୋର୍ଡ ଜଳିଯାଇଛି। କିଛି ଅଘଟଣ ପୂର୍ବରୁ ଅଗ୍ନିଶମ କର୍ମଚାରୀ ଆୟତ୍ତ କରିଛନ୍ତି।…

ପ୍ରଥମ ପର୍ଯ୍ୟାୟ ଜନଗଣନା ପାଇଁ ପ୍ରଶିକ୍ଷଣ ଆରମ୍ଭ: ନୀତି ନିୟମ ଉପରେ ଗୁରୁତ୍ୱ ଦେଇ…

କର୍ଲାମୁଣ୍ଡା,୧୮ା୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟଠାରେ କର୍ଲାମୁଣ୍ଡା ତହସିଲ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଜନଗଣନା…

୩ୟ ବିଶ୍ୱଯୁଦ୍ଧ: ଯୁଦ୍ଧକୁ ଡେଇଁଲା ଚାଇନା! ବିଶ୍ୱରେ ଚହଳ…

ବେଜିଂ,୧୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଏକ ସାମ୍ପ୍ରତିକ ଆମେରିକାର ରିପୋର୍ଟ ଏକ ବଡ଼ ଖୁଲାସା କରିଛି। ରିପୋର୍ଟ ଅନୁଯାୟୀ, ଚାଇନା ଇରାନକୁ ସାମରିକ ଏବଂ ବୈଷୟିକ…

ବେଆଇନ ଇଟାଭାଟି ଉଚ୍ଛେଦ କଲା ପ୍ରଶାସନ

ପରଜଙ୍ଗ,୧୮ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମ ଝରାସାଇ ନିକଟରେ ହୋଇଥିବା ଏକ ବେଆଇନ ଇଟାଭାଟି ସହିତ ଗଢ଼ା ହୋଇଥିବା କିଛି ଇଟାକୁ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri