ସ୍କୁଲ ଛାତ୍ର ନିକଟରୁ ମିଳିଲା ବନ୍ଧୁକ: ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ

ବାହାନଗା, ୩୧। ୧(ଅରୂପ କୁମାର ଦାସ ): ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗସ୍ଥିତ ଦାସମହାପାତ୍ର ହାଇସ୍କୁଲର ଜଣେ ଛାତ୍ରଙ୍କ ବ୍ୟାଗରୁ ଏକ ବନ୍ଧୁକ ବାହାରିଥିଲା।
ଏହି ଘଟଣାକୁ ନେଇ ବିଦ୍ୟାଳୟରୁ ସମ୍ପୃକ୍ତ ଛାତ୍ରଙ୍କୁ ଟିସି ଦେଇ ବାହାର କରିବା ଦାବି କରି ଅଭିଭାବକମାନେ ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଛନ୍ତ। ଯଦି ସମ୍ପୃକ୍ତ ଛାତ୍ରଙ୍କୁ ବାହାର କରା ନ ଯାଏ ତାହାଲେ ସମସ୍ତ ୪ ଶହପିଲା ମାନଙ୍କୁ ଟିସିଦିଅ ଆମେ ଏଠୁ ନେଇଯିବୁ ଦାବି  କରି ତାଲା ପକାଇ ଧାରଣା ଦେଇଛନ୍ତି।ଏ ନେଇ ଗ୍ରାମରେ ଉତ୍ତେଜନା ଦେଖା ଦେଇଛି।
ସୂଚନାଯୋଗ୍ୟ,  ଗତ ଗୁରୁବାର ରାତିରେ ଛାତ୍ରଙ୍କୁ ବିଦ୍ୟାଳୟରୁ ବହିଷ୍କାର ପାଇଁ ଅଭିଭାବକମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପାଖରେ  ଲିଖିତ ଅଭିଯୋଗ କରିଥିଲେ। ଅଭିଭାବକ ମାନଙ୍କ ଦାବିପରେ ଛାତ୍ରଙ୍କ ବସ୍ତାନିରୁ ବନ୍ଧୁକୁ ବାହାରିବା ନେଇ ଥାନାରେ ପ୍ରଧାନ ଶିକ୍ଷୟିତ୍ରୀ ଅଭିଯୋଗ କରିଥିଲେ। ଏ ନେଇ ଥାନାରେ ୪୧ /୨୦୨୬ ରେ ଏକ ମାମଲା ରୁଜୁ ହୋଇଛି।

ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ର  ବିଦ୍ୟାଳୟ ଆରମ୍ଭରୁ ବ୍ୟାଗରେ ବନ୍ଧୁକ ଧରି ଆସିଥିବା ଅନ୍ୟଛାତ୍ରମାନେ ଜାଣିବାକୁ ପାଇଥିଲେ। ଖେଳ ଛୁଟି ପରେ ଶିକ୍ଷକଙ୍କ ସନ୍ଦେହରେ ବ୍ୟାଗ ଦେଖିବାରୁ ଏକ ମେଟାଲ ବନ୍ଧୁକ ମିଳିଥିଲା। ଘଟଣାକୁ ନେଇ ଶିକ୍ଷକ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇବା ପରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀସଙ୍ଗୀତା ଜେନା ସେଠାରେ ପହଞ୍ଚି ଛାତ୍ରଙ୍କ ନିକଟରୁ ବନ୍ଧୁକ ଉଦ୍ଧାର କରିଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ସରପଞ୍ଚ କବିତା ସେଠୀ ଏସଏମସି କମିଟିକୁ ଖବର ଦେଇଥିଲେ। ତୁରନ୍ତ ଏକ ବୈଠକ ଡକାଯାଇ ଆଲୋଚନା ପରେ ପୁଲିସକୁ ଖବର ଦିଆଯାଇଥିଲା।ପୋଲିସ ପହଞ୍ଚି ପିସ୍ତଲ ଜବତ କରିବା ସହ ଏହାର ଯଞ୍ଚ କରୁଛି । ଛାତ୍ର ଜଣକ ବନ୍ଧୁକ କେଉଁଠୁ ଆଣିଲା ତାକୁ ନେଇ ତଦନ୍ତ କରୁଛି ପୋଲିସ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ହଣାକଟା: ୯ମ ଶ୍ରେଣୀ ଛାତ୍ରଙ୍କୁ ହାଣିଲେ ୧୦ମ ଛାତ୍ର

ବାଲେଶ୍ୱର,୩୧ା୧(ବାଞ୍ଛାନିଧି ଦେ): ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ…

ବ୍ରହ୍ମପୁର ଦୁର୍ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ପ୍ରତି ମୃତକଙ୍କ ପରିବାରକୁ ମିଳିବ…

ଭୁବନେଶ୍ୱର,୩୧ା୧: ବ୍ରହ୍ମପୁର ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରତ୍ୟେକ ପରିବାରକୁ ୪ ଲକ୍ଷ ଲେଖାଏ ଟଙ୍କା ସହାୟତା ଘୋଷଣା…

ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ ଜୋରଦାର ହେବ…

ଭୁବନେଶ୍ୱର,୩୧।୧: ଡ଼ିଶାରେ ପାନ ମସଲାକୁ ବ୍ୟାନ କରିଥିଲେ ରାଜ୍ୟ ସରକାର । ବିଡ଼ି, ସିଗାରେଟ, ଗୁଟଖା ଏବଂ ତମାଖୁ ଭଳି ଉତ୍ପାଦର ପ୍ୟାକେଜିଂ, ସଂରକ୍ଷଣ ଏବଂ ଉତ୍ପାଦନ…

ବେଲୁଚିସ୍ତାନରେ ପୁଣି ଜଳିଲା ବିଦ୍ରୋହର ନିଆଁ! BLA ଚଳାଇଛି Operation Herof 2.0 , ୧୨ ପାକିସ୍ତାନୀ ସେନା ନିହତ

କ୍ୱେଟା,୩୧।୧: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ ପୁଣି ଥରେ ଯୁଦ୍ଧକ୍ଷେତ୍ର ପାଲଟିଛି, ଶନିବାର (ଜାନୁଆରୀ ୩୧) ବେଲୁଚି ଆର୍ମିମାନେ ଏକକାଳୀନ ୧୦ଟି ସହରରେ ପାକିସ୍ତାନୀ ସେନା ଏବଂ ISI…

ଭେଙ୍କଟପଲମ ମେଗା ପାନୀୟ ଜଳ ପ୍ରକଳ୍ପ: ପରିଦର୍ଶନ କଲେ ବିଧାନ ସଭା ଷ୍ଟାଣ୍ଡିଂ କମିଟି ସଦସ୍ୟ

କାଲିମେଳା,୩୧।୧(ଜୀବନକୃଷ୍ଣ ଦାସ ): ମାଲକାନଗିରି ଜିଲା କାଲିମେଳା ବ୍ଲକ ଭେଙ୍କଟପଲମ ପଞ୍ଚାୟତରେ ଚାଲିଥିବା ମେଗାପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରିଛନ୍ତି ବିଧାନସଭା ଷ୍ଟାଣ୍ଡିଂ କମିଟିର ସଦସ୍ୟ।…

କ’ଣ ଏମିତି କହିଲା ତୁର୍କୀ? ଖପ୍ପା ହୋଇଗଲା Pakistan, ଜାଣନ୍ତୁ ପୂରା ଘଟଣା

ଇସଲାମାବାଦ,୩୧।୧: ଇସଲାମିକ ନାଟୋ ଗଠନ କରିବାକୁ ଚେଷ୍ଟା କରୁଥିବା Pakistanକୁ ତୁର୍କୀ ଏକ ଗୁରୁତ୍ୱପୂର୍ଣ୍ଣ ଧକ୍କା ଦେଇଛି। ତୁର୍କୀର ବୈଦେଶିକ ମନ୍ତ୍ରୀ ହାକାନ ଫିଦାନ ସ୍ପଷ୍ଟ କରିଛନ୍ତି…

ଗର୍ଜିଲେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗର ଲୋକେ, ସ୍ଥାୟୀ ଠିକଣା ଦାବି କରି…

ଦାରିଙ୍ଗବାଡ଼ି,୩୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ଶନିବାର ସର୍ବଭାରତୀୟ ମୂଳ ନିବାସୀ ସଂଘର ବିଭିନ୍ନ ଦାବିରେ ସଭା, ଶୋଭାଯାତ୍ରା ଓ ବିକ୍ଷୋଭ କରାଯାଇଛି। ସଂଘର ବ୍ଲକସ୍ତରୀୟ…

୧୨ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ, ମୁଖ୍ୟ ଶାସନ ସଚିବ ସୂଚନା ଦେଇ କହିଲେ ଏହି ବିଭାଗର…

ଭୁବନେଶ୍ୱର,୩୧ା୧: ସରିଲା କ୍ୟାବିନେଟ୍‌ ବୈଠକ। ଏହା ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇ କହିଛନ୍ତି, ୧୦ଟି ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri