ରାଜଧାନୀରେ ଚାଲିଥିଲା ବନ୍ଧୁକ ଡିଲ୍‌: ମାଡ଼ି ବସିଲା ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌

ଭୁବନେଶ୍ୱର,୧୬।୧: ରାଜଧାନୀ ଭୁବନେଶ୍ୱରରେ ବନ୍ଧୁକ କାରବାର ଚାଲିଥିବା ବେଳେ ସ୍ପେଶାଲ କ୍ରାଇମ ୟୁନିଟ ଚଢାଉ କରି ଶୁକ୍ରବାର ଜଣେ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି।

ସ୍ପେଶାଲ କ୍ରାଇମ୍‌ ୟୁନିଟ ବେପାରୀଙ୍କଠାରୁ ୬ଟି ବନ୍ଧୁକ ଜବତ କରିଛି। ବେପାରୀ ଜଣକ ବିହାରରୁ ବନ୍ଧୁକ ଆଣି ଭୁବନେଶ୍ୱରରେ ବିକ୍ରି କରିବାକୁ ଯୋଜନା ପ୍ରସ୍ତୁତି କରୁଥିଲେ। ଖବର ପାଇ ସ୍ପେଶାଲ କ୍ରାଇମ୍‌ ୟୁନିଟ ଚଢାଉ କରି ବନ୍ଧୁକ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି। ବେପାରୀ ଜଣକ ଭୁବନେଶ୍ୱର ସମେତ ଅନ୍ୟ କେଉଁ ଅଞ୍ଚଳରେ କାରବାର କରୁଥିଲେ ସେ ନେଇ ପୋଲିସ ତାଙ୍କୁ ପଚରାଉଚରା କରୁଥିବା ଜଣାପଡିଛି।