‘ଗଲ୍ଫ ଅଫ୍‌ ମେକ୍ସିକୋ’ ଏବେ ‘ଗଲ୍ଫ ଅଫ୍‌ ଆମେରିକା’: ଟ୍ରମ୍ପ୍‌

ଓ୍ବାଶିଂଟନ୍‌,୧୧ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ‘ଗଲ୍ଫ ଅଫ୍‌ ମେକ୍ସିକୋ’ର ନାମ ପରିବର୍ତ୍ତନ କରି ଏହାକୁ ‘ଗଲ୍ଫ ଅଫ୍‌ ଆମେରିକା’ ରଖିଛନ୍ତି। ଟ୍ରମ୍ପ୍‌ ରବିବାର ଏ ସଂକ୍ରାନ୍ତରେ ଏକ ଏକ୍‌ଜିକ୍ୟୁଟିଭ୍‌ ଅର୍ଡରରେ ସ୍ବାକ୍ଷର କରି କହିଛନ୍ତି, ଏହି ନାମକରଣ ଦ୍ୱାରା ଇତିହାସରେ ଆମେରିକୀୟ ମହାନତାର ଗୌରବ ଫେରିଆସିଛି। ଫେବୃଆରୀ ୯ ଦିନଟି ଏଣିକି ‘ଗଲ୍ଫ୍‌ ଅଫ୍‌ ଆମେରିକା ଡେ’ ନାମରେ ପରିଚିତ ହେବ।
ଟ୍ରମ୍ପ୍‌ ସ୍ବାକ୍ଷର କରିଥିବା ଏକ୍‌ଜିକ୍ୟୁଟିଭ୍‌ ଅର୍ଡରକୁ ହ୍ବାଇଟ୍‌ ହାଉସ୍‌ ଓ୍ବେବ୍‌ସାଇଟ୍‌ରେ ପୋଷ୍ଟ କରାଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ, ଉତ୍ତରପୂର୍ବ, ଉତ୍ତର ଏବଂ ଉତ୍ତରପଶ୍ଚିମ ସଂଲଗ୍ନ ରାଜ୍ୟ ଟେକ୍ସାସ, ଲୁଇସିଆନା, ମିସିସିପି, ଅଲାବାମା ଓ ଫ୍ଲୋରିଡା ଦ୍ୱାରା ଆବଦ୍ଧ ତଥା ଉପକୂଳବର୍ତ୍ତୀ ମେକ୍ସିକୋ ଏବଂ କ୍ୟୁବା ପର୍ଯ୍ୟନ୍ତ ପରିବ୍ୟାପ୍ତ ୟୁଏସ୍‌ କଣ୍ଟିନେଣ୍ଟାଲ ସେଲଫ୍‌ ଏରିଆ ପୂର୍ବରୁ ‘ଗଲ୍ଫ ଅଫ୍‌ ମେକ୍ସିକୋ’ ନାମରେ ପରିଚିତ ଥିଲା। ଏହା ଏଣିକି ‘ଗଲ୍ଫ୍‌ ଅଫ୍‌ ଆମେରିକା’ ନାମରେ ପରିଚିତ ହେବ। ଗୃହ ସଚିବ ଡୋଉଗ୍‌ ବୁର୍ଗୁମ୍‌ ଏହି ନିର୍ଦ୍ଦେଶନାମାକୁ ୩୦ ଦିନ ଭିତରେ କାର୍ଯ୍ୟକାରୀ କରିବେ। ପୋଷ୍ଟ ଅନୁଯାୟୀ ଆମେରିକା ତଟରକ୍ଷୀ ବାହିନୀ ନୂଆ ନାମକୁ ବ୍ୟବହାର କରିବା ଆରମ୍ଭ କରିଦେଇଛି।
ପ୍ରକାଶ ଯେ, ଟ୍ରମ୍ପ୍‌ ଜାନୁଆରୀ ୨୦ରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବା ପରଠୁ ମେକ୍ସିକୋକୁ ଟାର୍ଗେଟ କରିଆସୁଛନ୍ତି। ଏପରି କି ସେ ମେକ୍ସିକୋରୁ ଆମେରିକାକୁ ରପ୍ତାନି ସାମଗ୍ରୀଗୁଡ଼ିକ ଉପରେ ୧୫% ବାଣିଜ୍ୟ ଶୁଳ୍କ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ଶେଇନ୍‌ବଉମ୍‌ ଆମେରିକୀୟ ସାମଗ୍ରୀ ଉପରେ ଅନୁରୂପ ଟିକସ ଲଗାଇବାକୁ ଜବାବୀ ଧମକ ଦେବା ପରେ ଟ୍ରମ୍ପ୍‌ ପ୍ରଶାସନ ନିଜ ନିଷ୍ପତ୍ତିକୁ ମାସକ ପାଇଁ ସ୍ଥଗିତ ରଖିଛି।
ତେବେ ଟ୍ରମ୍ପ୍‌ଙ୍କ ଏହି ଏକତରଫା ପଦକ୍ଷେପକୁ ଅନ୍ତର୍ଜାତୀୟ ସମୁଦାୟର ସ୍ବୀକୃତି ମିଳି ନ ଥିବାରୁ ଏହାର ବୈଧତା ଉପରେ ପ୍ରଶ୍ନ ଉଠିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ସୁଦାନ ହସ୍ପିଟାଲ ଉପରେ ବଡ଼ଧରଣର ଆକ୍ରମଣ: ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ନିନ୍ଦା କରି କହିଲେ…

କାଇରୋ,୨୨ା୩: ସୁଦାନର ଡାର୍‌ପୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଉପରେ ଆକ୍ରମଣ ଯୋଗୁ ୧୩ ଜଣ ପିଲାଙ୍କ ସମେତ ଅନୂ୍ୟନ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri