ଗାନ୍ଧୀନଗର,୨।୨: ଗୁଜୁରାଟର ରାଜକୋଟରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ୧୯ ବର୍ଷୀୟ ଝିଅକୁ ଚାରି ବର୍ଷ ଧରି ନିଜ ବାପା ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି । ତେବେ ଝିଅଟି କିଛି ଦିନ ତଳେ ଘରୁ ପଳାଇବା ପରେ ବାପାର କୁକର୍ମ ସାମ୍ନାକୁ ଆସିଥିଲା ।
ଅଭିଯୁକ୍ତ ତାଙ୍କ ଝିଅକୁ ପୋଲିସ ଷ୍ଟେସନରେ ନିଖୋଜ ରିପୋର୍ଟ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ସ୍ଥାନୀୟ ଷ୍ଟେସନ ଏବଂ ରାଜକୋଟ ଗ୍ରାମୀଣ ସ୍ଥାନୀୟ ଅପରାଧ ଶାଖାର ଦଳ ମହିଳାଙ୍କୁ ସଫଳତାର ସହ ଖୋଜି ପାଇଥିଲେ । କିନ୍ତୁ ପଚରାଉଚରା ପରେ ସେ ପ୍ରକାଶ କରିଥିଲେ ଯେ ସେ ତାଙ୍କ ବାପାଙ୍କଠାରୁ ଖସି ପଳାଇ ଆସିଥିଲେ ।
ସେ ଅଭିଯୋଗ କରିଥିଲେ ଯେ ତାଙ୍କ ବାପା ୧୫ ବର୍ଷ ବୟସରୁ ତାଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ତେବେ ଅଭିଯୁକ୍ତ ବାପା ମଧ୍ୟ ନିଜ ଅପରାଧ ସ୍ବୀକାର କରିଥିଲେ । ପୀଡିତା କହିଛନ୍ତି ଯେ, କାନ୍ଦିବା ଶବ୍ଦକୁ ପ୍ରତିରୋଧ କରିବା ପାଇଁ ଅଶ୍ଳୀଳ ଭିଡିଓ ଏବଂ ଟେଲିଭିଜନର ଭଲ୍ୟୁମ୍ ବୃଦ୍ଧି କରୁଥୁଲେ । ନାବାଳିକା ଜଣକ ଚାରି ବର୍ଷ ଧରି ଶାରୀରିକ ଏବଂ ମାନସିକ ନିର୍ଯାତନାର ଶିକାର ହୋଇଥିବା ମଧ୍ୟ ରିପୋର୍ଟ କରିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
Dharitri – Odisha’s No.1 Odia Daily

