Posted inଜାତୀୟ

ଆମେରିକାରେ ରହି ଦରମା ନେଉଛନ୍ତି ଗୁଜରାଟ ସ୍କୁଲ୍‌ ଶିକ୍ଷୟିତ୍ରୀ

ଅହମଦାବାଦ, ୧୩।୮: ଗୁଜରାଟ ବନାସକାଣ୍ଠା ଜିଲା ଅମ୍ବାଜୀସ୍ଥିତ ପଞ୍ଚା ସରକାରୀ ସ୍କୁଲର ଭାବନା ପଟେଲ ନାମ୍ନୀ ଜଣେ ଶିକ୍ଷୟିତ୍ରୀ ୮ ବର୍ଷ ଧରି ଆମେରିକାର ଶିକାଗୋରେ ବସବାସ କରୁଛନ୍ତି। ଏହାସତ୍ତ୍ୱେ ବିନା ଡ୍ୟୁଟି କରି ସ୍କୁଲର ଶିକ୍ଷୟିତ୍ରୀ ଭାବେ ସେ ଦରମା ନେଉଥିବା ନେଇ ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଅଭିଭାବକ ଅଭିଯୋଗ କରିଛନ୍ତି। ଭାବନା ୨୦୧୬ରୁ ଆମେରିକାର ଶିକୋଗୋରେ ସ୍ଥାୟୀ ବାସିନ୍ଦା ଭାବେ ରହିଆସୁଛନ୍ତି ବୋଲି ପଞ୍ଚା ସରକାରୀ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପାରୁଲ ମେହେଟ୍ଟା ଦାବି କରିଛନ୍ତି। ଭାବନା କେବଳ ଦୀପାବଳି ସମୟରେ ଗୋଟିଏ ମାସ ପାଇଁ ଗୁଜରାଟ ଆସିଥାନ୍ତି। ସେ ନିଜ ଚାକିରିକୁ ବଞ୍ଚାଇ ରଖିବା ପାଇଁ ବର୍ଷକୁ ଥରଟିଏ ଗୋଟିଏ ମାସ ପର୍ଯ୍ୟନ୍ତ ଶିକ୍ଷାଦାନ କରନ୍ତି। ବାକି ସମୟ ସେ ଅନିୟମିତ ଭାବେ ଛୁଟିରେ ରହି ଶିକାଗୋରେ ବସବାସ କରନ୍ତି ବୋଲି ପାରୁଲ କହିଛନ୍ତି। ବର୍ତ୍ତମାନ ମଧ୍ୟ ବିଦ୍ୟାଳୟର ଶିକ୍ଷକ ତାଲିକାରେ ଭାବନାଙ୍କ ନାମ ରହିଛି ଏବଂ ସେ ସରକାରଙ୍କ ପକ୍ଷରୁ ଦରମା ପାଉଛନ୍ତି। ତେଣୁ ଭାବନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପାରୁଲ ବନାସକାଣ୍ଠା ଜିଲା ଶିକ୍ଷା ଅଧିକାରୀ(ଡିଇଓ) ବିନୁଭାଇ ପଟେଲଙ୍କୁ ଚିଠି ଲେଖିଛନ୍ତି। ପାରୁଲ କହିଛନ୍ତି, ଭାବନା ଲମ୍ବା ସମୟ ଧରି ଅନୁପସ୍ଥିତ ରହିବା ଯୋଗୁ ଛାତ୍ରୀଛାତ୍ର ସମସ୍ୟାରେ ପଡ଼ୁଛନ୍ତି। ସେଥିପାଇଁ ସେ ଇସ୍ତଫା ଦିଅନ୍ତୁ ନଚେତ ଡ୍ୟୁଟିରେ ଯୋଗଦିଅନ୍ତୁ। ତେବେ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ, କୌଣସି ଶିକ୍ଷକ ବର୍ଷକରୁ ଅଧିକ ସମୟ ପାଇଁ ଅନୁପସ୍ଥିତ ରହିଲେ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇପାରିବ ବୋଲି ବନାସକାଣ୍ଠା ଡିଇଓ କହିଛନ୍ତି।
ମାମଲାରେ ଭାବନାଙ୍କୁ ନୋଟିସ ଜାରି କରାଯିବ ଏବଂ ସନ୍ତୋଷଜନକ ଉତ୍ତର ନ ମିଳିଲେ ତାଙ୍କୁ ବରଖାସ୍ତ କରାଯିବ ବୋଲି ଡିଇଓ କହିଛନ୍ତି। ଘଟଣାକୁ ନେଇ ଗୁଜରାଟ ଶିକ୍ଷାମନ୍ତ୍ରୀ କୁବେର ଡିଣ୍ଡୋର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସେ ବନାସକାଣ୍ଠା ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ରିପୋର୍ଟ ମାଗିଛନ୍ତି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଭାବନା ନିୟମିତ ଅନ୍ତରାଳରେ ଛୁଟି ନେଉଥିବା ଜଣାପଡ଼ିଛି। ଯଦି ତଦନ୍ତରେ ଅନଧିକୃତ ଅନୁପସ୍ଥିତି ନେଇ ଭାବନା ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ଶିକ୍ଷାମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri