ଜେ.ସି. ଚୌଧୁରୀଙ୍କୁ ବିରଳ ସମ୍ମାନ

ନୂଆଦିଲ୍ଲୀ, ୯।୧: ନ୍ୟୁମେରୋଲୋଜି ଅଧିବେଶନକୁ ହୋଷ୍ଟ କରି ଜଣେ ବିଶିଷ୍ଟ ନ୍ୟୁମେରୋଲୋଜିଷ୍ଟ ଜେ.ସି.ଚୌଧୁରୀ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ୟୁଟ୍ୟୁବ୍‌ରେ ଲାଇଭ ଷ୍ଟ୍ରିମ୍‌ ହୋଇଥିବା ଏକ ନ୍ୟୁମେରୋଲୋଜି ଆଲୋଚନାକୁ ଅଧିକାଂଶ ଦର୍ଶକ ଦେଖିଥିବାରୁ ତାଙ୍କୁ ଏହି ବିରଳ ସମ୍ମାନ ପ୍ରଦାନ କରାଯାଇଛି। ୟୁଟ୍ୟୁବ୍‌ରେ ସର୍ବାଧିକ ଦେଖାଯାଇଥିବା ଉକ୍ତ କାର୍ଯ୍ୟକ୍ରମ ପାଇଁ ଚୌଧୁରୀଙ୍କୁ ଗିନିଜ୍‌ ୱାର୍ଲଡ ରେକର୍ଡରେ ସାମିଲ କରାଯାଇଛି। ନିକଟରେ ଆୟୋଜିତ ଉକ୍ତ ଅଧିବେଶନର ବିଷୟବସ୍ତୁ ଥିଲା ‘ନାମର ଶକ୍ତି-ଜୀବନର ଚତୁର୍ଥ ଆଧାର’। ଏହି ଅଧିବେଶନରେ ପ୍ରାୟ ୬୦୦୦ ଦର୍ଶକ ଅଂଶଗ୍ରହଣ କରିଥିଲେ। ଏହା ବିଶ୍ୱବ୍ୟାପୀ ଆଦୃତି ଲାଭ କରିଥିଲା। ଏ ସମ୍ପର୍କରେ ଚୌଧୁରୀ ନ୍ୟୁମେରୋ ପ୍ରାଇଭେଟ ଲିମିଟେଡ୍‌ ତଥା ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ନ୍ୟୁମେରୋଲୋଜିର ଅଧ୍ୟକ୍ଷ ଜେ.ସି. ଚୌଧୁରୀ କହିଥିଲେ, ସଂଖ୍ୟା ବିଜ୍ଞାନ ଉପରେ ସର୍ବାଧିକ ଦେଖାଯାଉଥିବା ଲାଇଭ ଅଧିବେଶନ ଆୟୋଜନ କରି ସମ୍ମାନଜନକ ଗିନିଜ୍‌ ୱାର୍ଲଡ ରେକର୍ଡ ହାସଲ କରିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ବର୍ତ୍ତମାନ ସଂଖ୍ୟା ବିଜ୍ଞାନ ଜରିଆରେ ଜଣେ ନିଜକୁ ଅନୁଧ୍ୟାନ କରିବାକୁ ସକ୍ଷମ ହୋଇପାରିବ ଓ ଜୀବନର ସଫଳତାର ମାର୍ଗ ଖୋଜି ପାଇପାରିବ। ଆଧୁନିକ ବିଜ୍ଞାନ ସହିତ ଏକୀଭୂତ କରି ସଂଖ୍ୟା ବିଜ୍ଞାନର ବିଶେଷତ୍ୱ ପ୍ରତିପାଦନ ପାଇଁ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟୁମେରୋଲୋଜି ନାମକ ଏକ ଅନୁଷ୍ଠାନ ସେ ପ୍ରତିଷ୍ଠା କରିବେ। ବିଶ୍ୱ ଜାତିର କଲ୍ୟାଣ ପାଇଁ ସମସ୍ତଙ୍କୁ ଏକାଠି କରିବା, ଧାରଣା ଓ ଅନୁସନ୍ଧାନ ଜରିଆରେ ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ସେ ଅନ୍ତର୍ଜାତୀୟ ଫୋରମ ସ୍ଥାପନ କରିଛନ୍ତି। ଚୌଧୁରୀ ମଧ୍ୟ ନ୍ୟୁମେରୋଲୋଜି ଉପରେ ୨ଗୋଟି ପୁସ୍ତକ ରଚନା କରିଛନ୍ତି। ଏହା ଆଡଭାନ୍ସ ନ୍ୟୁମେରୋଲୋଜି ଓ ପ୍ରାକ୍ଟିକାଲ ନ୍ୟୁମେରୋଲୋଜି, ଯେଉଁଥିରେ ଲୋକମାନେ କିପରି ନିଜ ଉପରେ ରହିଥିବା ଚାପରୁ ରକ୍ଷା ପାଇବେ ସେ ବିଷୟରେ ମାର୍ଗଦର୍ଶନ ରହିଛି। ସେ ମଧ୍ୟ ଆକାଶ ଏଜୁକେଶନାଲ ସର୍ଭିସେସ୍‌ ଫାଉଣ୍ଡେଶନର ପ୍ରତିଷ୍ଠାତା ଓ ଚେୟାରମ୍ୟାନ ।


Enter your email to get our daily news in your inbox.

All Right Reserved By Dharitri.Com

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri