ବାଣଫୁଟାକୁ ନେଇ ଆସିଲା ଗାଇଡ୍‌ଲାଇନ୍‌: ରାତି ୯ଟା ପରେ ବାଣ ଫୁଟାଇଲେ…

ଭୁବନେଶ୍ୱର,୧୮ା୧୦: ଦୀପାବଳିରେ ବାଣଫୁଟାକୁ ନେଇ ଆସିଲା ଗାଇଡ୍‌ଲାଇନ୍‌। ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଏନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଉଚ୍ଚ ଶଦ୍ଦ ସମ୍ପନ୍ନ ବାଣ ଫୁଟାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
ସବୁଜ ବାଣ ଫୁଟାଇବା ପାଇଁ ପୋଲିସ ସମସ୍ତଙ୍କୁ ଅନୁରୋଧ କରିଛି। ମଦ ପିଇ ଗାଡ଼ି ଚଳାଇଲେ ଚାଳକ ଅଟକ ରହିବା ସହ ଗାଡ଼ିକୁ ଜବତ କରି ପିସିଆର ଭ୍ୟାନ୍‌ ନେଇଯିବ। ସବୁ ଥାନାରେ ପାଟ୍ରୋଲିଂ ଭ୍ୟାନ୍‌ ଆଲର୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବେଆଇନ ବାଣ ବିକିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି।

Dharitri – The Largest & Most Trusted Odia Daily

Share