ସଂସ୍କୃତ ବିଦ୍ୟାଳୟରେ ନିଯୁକ୍ତି ପାଇବେ ଅତିଥି ଫ୍ୟାକଲ୍ଟି, ଜାଣନ୍ତୁ କେମିତି କରିବେ ଆବେଦନ…

ଭୁବନେଶ୍ୱର,୨୩ା୧୦: ଅତିଥି ଫ୍ୟାକଲ୍ଟି ନିଯୁକ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ୪୮୮ ଓ ୬୬୨ ବର୍ଗ, ସଂସ୍କୃତ ବିଦ୍ୟାଳୟରେ ନିଯୁକ୍ତି ପାଇଁ ଏହି ନିର୍ଦ୍ଦେଶାବଳୀ ଜାରି ହୋଇଛି। ଅବସରପ୍ରାପ୍ତ ଶିକ୍ଷାବିତ୍‌ଙ୍କୁ ଅତିଥି ଫ୍ୟାକଲ୍ଟି ଭାବେ ନିଯୁକ୍ତି ଦିଆଯାଇପାରିବ। ନିୟମିତ ଖାଲି ପଦଗୁଡ଼ିକ ପୂରଣ ପର୍ଯ୍ୟନ୍ତ ନିଯୁକ୍ତି ପାଇ ପାରିବେ। ଖାଲିପଦବୀ ବିବରଣୀ ବିଜ୍ଞାପନ HIMS ମାଧ୍ୟମରେ ପ୍ରକାଶିତ ହେବ। ଆବେଦନକାରୀଙ୍କ ସର୍ବାଧିକ ବୟସ ୬୯, ଶାରୀରିକ ସକ୍ଷମ ହୋଇଥିବେ। ଅବସରପ୍ରାପ୍ତ ଶିକ୍ଷାବିତ୍‌ କେବଳ HIMS ପୋର୍ଟାଲରେ ଆବେଦନ କରିବେ ବୋଲି ନିୟମାବଳୀରେ ଉଲ୍ଲେଖ ରହିଛି।

Dharitri – The Largest & Most Trusted Odia Daily

Share