ବାନ୍ଧଶିଳ୍ପକୁ ଜିଏସ୍‌ଟି ବିପଦ

କୃଷିକ୍ଷେତ୍ରରେ ପଶ୍ଚିମ ଓଡ଼ିଶା ଯେଭଳି ସାରା ରାଜ୍ୟରେ ପରିଚିତ, ଅନୁରୂପ ଭାବେ ହସ୍ତତନ୍ତ ବାନ୍ଧକଳା ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ସ୍ବତନ୍ତ୍ର ପରିଚୟ ଆଣି ପାରିଛି। କୃଷି ପରେ ହସ୍ତତନ୍ତ ବାନ୍ଧକଳା ହିଁ ଏ ଅଞ୍ଚଳର ପ୍ରମୁଖ କୌଳିକ ବୃତ୍ତି। ଅଞ୍ଚଳର ବାନ୍ଧକଳା କେବଳ ଦେଶ ନୁହେଁ, ବିଦେଶରେ ମଧ୍ୟ ରାଜ୍ୟ ପାଇଁ ଗୌରବ ଆଣିପାରିଛି। ମାତ୍ର ଯାହାଙ୍କ ବାନ୍ଧକଳା ଯୋଗୁ ରାଜ୍ୟ ଆଜି ଗର୍ବିତ, ସେହି ବୁଣାକାରଙ୍କ ଜୀବନ ଏବେ ସୂତାଖିଅରେ ରହିଛି। ସରକାରୀସ୍ତରରେ ବିଭିନ୍ନ ସମୟରେ ପ୍ରୋତ୍ସାହନ ଦିଆଯାଉଛି ସତ, କିନ୍ତୁ ତାହା ଆଶାଜନକ ନୁହେଁ। ଅନ୍ୟପଟେ ସୂତାଠାରୁ ଆରମ୍ଭ କରି ବୁଣାକାରଙ୍କ ତିଆରି ଶାଢ଼ି ଆଦି କପଡ଼ାରେ ଜିଏସ୍‌ଟି ଲାଗୁ ହେବା ବୁଣାକାରଙ୍କୁ ହତୋତ୍ସାହିତ କରିଛି ।

ଜିଏସ୍‌ଟି ଯୋଗୁ ରିହାତି ମୂଲ୍ୟହୀନ
ରାଜ୍ୟ ସରକାର ସୂତାରେ ୧୦ପ୍ରତିଶତ ରିହାତି ଦେଉଛନ୍ତି। ସେହିପରି ଏଥିରେ କେନ୍ଦ୍ର ସରକାରଙ୍କ ୧୫ପ୍ରତିଶତ ରିହାତି ରହିଛି। ଅନ୍ୟପଟେ ସୂତାଠାରୁ କପଡ଼ା ପର୍ଯ୍ୟନ୍ତ ୫ପ୍ରତିଶତ ଜିଏସ୍‌ଟି ବୁଣାକାରଙ୍କୁ ଦେବାକୁ ପଡ଼ୁଛି। ଏଭଳିସ୍ଥଳେ ସରକାର ଦେଉଥିବା ରିହାତି ମୂଲ୍ୟହୀନ ହୋଇ ପଡ଼ିଛି। ଫଳରେ ସୂତା ଉପରେ ରାଜ୍ୟ ସରକାର ୨୦ପ୍ରତିଶତ ରିହାତି ଦେବାକୁ ଦାବି କରିଆସୁଛୁ। ଏହାସହିତ ବୁଣାକାରଙ୍କ ଉପରୁ ଜିଏସ୍‌ଟି ଉଚ୍ଛେଦ ପାଇଁ ଉଭୟ କେନ୍ଦ୍ର, ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛୁ। ହେଲେ କିଛି ସୁଫଳ ମିଳିନାହିଁ। ଅନ୍ୟପଟେ ଦିନକୁ ଦିନ ବୁଣାକାରଙ୍କୁ କ୍ଷତି ସହିବାକୁ ପଡ଼ୁଛି। ସେହିପରି ଜିଏସ୍‌ଟି ଯୋଗୁ ଗ୍ରାହକଙ୍କ ଉପରେ ମଧ୍ୟ ବୋଝ ପଡ଼ୁଛି।
-ସସ୍ମିତା ମେହେର, ବାନ୍ଧଶିଳ୍ପୀ
ବୁଣାକାରଙ୍କ ଉପରେ ଚଡ଼କ
ଦେଶ ସ୍ବାଧୀନତା ହାସଲ କରିବା ପରେ ପ୍ରଥମଥର ପାଇଁ ହସ୍ତତନ୍ତ ଉପରେ ଜିଏସ୍‌ଟି ଲାଗୁ ହୋଇଛି। ହସ୍ତତନ୍ତ ଅଦ୍ୱିତୀୟ ହସ୍ତକଳା ଭାବେ ବିଶ୍ୱ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ ଲାଭ କରିଛି। ସମ୍ବଲପୁରୀ ବସ୍ତ୍ରର ପଶାପଲ୍ଲୀ ହେଉକି ବାନ୍ଧ ଡିଜାଇନ କେବଳ ପଶ୍ଚିମ ଓଡ଼ିଶାର ବୁଣାକାରଙ୍କ ଦ୍ୱାରା ତିଆରି ହୋଇଆସୁଛି। ସରକାରୀ ପ୍ରୋତ୍ସାହନରେ ସ୍ବାବଲମ୍ବୀ ହୋଇପାରିଛୁ ସତ କିନ୍ତୁ ଜିଏସ୍‌ଟିକୁ ବୁଣାକାରଙ୍କ ଉପରେ ଚଡ଼କ ଭାବେ ଲଦି ଦିଆଯାଇଛି। ଯଦି ଜିଏସ୍‌ଟି ଲାଗୁ ହେଲା, ଆନୁମାନିକ ଭାବେ ଗତବର୍ଷ ଓଡ଼ିଶାର ବେସରକାରୀ, ସରକାରୀ ସ୍ତରରେ ୫୦୦କୋଟି ଟଙ୍କାର ହସ୍ତତନ୍ତ ଉପରେ ୫ପ୍ରତିଶତ ଜିଏସ୍‌ଟି ହାରରେ ବୁଣାକାରଙ୍କ ପାଇଁ ସରକାର କେତେ ବଜେଟ୍‌ ଅନୁମୋଦନ କରିଛନ୍ତି।
ବିଜୟ କୁମାର ମେହେର
କୋ ଅର୍ଡ଼ିନେଟର, ନ୍ୟାଶନାଲ ଫେଡ଼େରେଶନ ଅଫ୍‌ ହ୍ୟାଣ୍ଡଲୁମ ଆଣ୍ଡ୍‌ ହ୍ୟାଣ୍ଡିକ୍ରାଫ୍ଟ
(ଉପସ୍ଥାପନା: ପ୍ରେମାନନ୍ଦ ଖମାରୀ,
ବରଗଡ଼ ଅଫିସ୍‌)


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

ପଦ୍ମନାଭପୁର ହାଇସ୍କୁଲର ବାର୍ଷିକୋତ୍ସବ: ନିଜର ଭବିଷ୍ୟତ ପାଇଁ କଠିନ ପରିଶ୍ରମ କରିବାକୁ…

ଦିଗପହଣ୍ଡି,୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟତ୍ରୀ ବିଦ୍ୟୁତଲତା ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri