ବାନ୍ଧଶିଳ୍ପକୁ ଜିଏସ୍‌ଟି ବିପଦ

କୃଷିକ୍ଷେତ୍ରରେ ପଶ୍ଚିମ ଓଡ଼ିଶା ଯେଭଳି ସାରା ରାଜ୍ୟରେ ପରିଚିତ, ଅନୁରୂପ ଭାବେ ହସ୍ତତନ୍ତ ବାନ୍ଧକଳା ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ସ୍ବତନ୍ତ୍ର ପରିଚୟ ଆଣି ପାରିଛି। କୃଷି ପରେ ହସ୍ତତନ୍ତ ବାନ୍ଧକଳା ହିଁ ଏ ଅଞ୍ଚଳର ପ୍ରମୁଖ କୌଳିକ ବୃତ୍ତି। ଅଞ୍ଚଳର ବାନ୍ଧକଳା କେବଳ ଦେଶ ନୁହେଁ, ବିଦେଶରେ ମଧ୍ୟ ରାଜ୍ୟ ପାଇଁ ଗୌରବ ଆଣିପାରିଛି। ମାତ୍ର ଯାହାଙ୍କ ବାନ୍ଧକଳା ଯୋଗୁ ରାଜ୍ୟ ଆଜି ଗର୍ବିତ, ସେହି ବୁଣାକାରଙ୍କ ଜୀବନ ଏବେ ସୂତାଖିଅରେ ରହିଛି। ସରକାରୀସ୍ତରରେ ବିଭିନ୍ନ ସମୟରେ ପ୍ରୋତ୍ସାହନ ଦିଆଯାଉଛି ସତ, କିନ୍ତୁ ତାହା ଆଶାଜନକ ନୁହେଁ। ଅନ୍ୟପଟେ ସୂତାଠାରୁ ଆରମ୍ଭ କରି ବୁଣାକାରଙ୍କ ତିଆରି ଶାଢ଼ି ଆଦି କପଡ଼ାରେ ଜିଏସ୍‌ଟି ଲାଗୁ ହେବା ବୁଣାକାରଙ୍କୁ ହତୋତ୍ସାହିତ କରିଛି ।

ଜିଏସ୍‌ଟି ଯୋଗୁ ରିହାତି ମୂଲ୍ୟହୀନ
ରାଜ୍ୟ ସରକାର ସୂତାରେ ୧୦ପ୍ରତିଶତ ରିହାତି ଦେଉଛନ୍ତି। ସେହିପରି ଏଥିରେ କେନ୍ଦ୍ର ସରକାରଙ୍କ ୧୫ପ୍ରତିଶତ ରିହାତି ରହିଛି। ଅନ୍ୟପଟେ ସୂତାଠାରୁ କପଡ଼ା ପର୍ଯ୍ୟନ୍ତ ୫ପ୍ରତିଶତ ଜିଏସ୍‌ଟି ବୁଣାକାରଙ୍କୁ ଦେବାକୁ ପଡ଼ୁଛି। ଏଭଳିସ୍ଥଳେ ସରକାର ଦେଉଥିବା ରିହାତି ମୂଲ୍ୟହୀନ ହୋଇ ପଡ଼ିଛି। ଫଳରେ ସୂତା ଉପରେ ରାଜ୍ୟ ସରକାର ୨୦ପ୍ରତିଶତ ରିହାତି ଦେବାକୁ ଦାବି କରିଆସୁଛୁ। ଏହାସହିତ ବୁଣାକାରଙ୍କ ଉପରୁ ଜିଏସ୍‌ଟି ଉଚ୍ଛେଦ ପାଇଁ ଉଭୟ କେନ୍ଦ୍ର, ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛୁ। ହେଲେ କିଛି ସୁଫଳ ମିଳିନାହିଁ। ଅନ୍ୟପଟେ ଦିନକୁ ଦିନ ବୁଣାକାରଙ୍କୁ କ୍ଷତି ସହିବାକୁ ପଡ଼ୁଛି। ସେହିପରି ଜିଏସ୍‌ଟି ଯୋଗୁ ଗ୍ରାହକଙ୍କ ଉପରେ ମଧ୍ୟ ବୋଝ ପଡ଼ୁଛି।
-ସସ୍ମିତା ମେହେର, ବାନ୍ଧଶିଳ୍ପୀ
ବୁଣାକାରଙ୍କ ଉପରେ ଚଡ଼କ
ଦେଶ ସ୍ବାଧୀନତା ହାସଲ କରିବା ପରେ ପ୍ରଥମଥର ପାଇଁ ହସ୍ତତନ୍ତ ଉପରେ ଜିଏସ୍‌ଟି ଲାଗୁ ହୋଇଛି। ହସ୍ତତନ୍ତ ଅଦ୍ୱିତୀୟ ହସ୍ତକଳା ଭାବେ ବିଶ୍ୱ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ ଲାଭ କରିଛି। ସମ୍ବଲପୁରୀ ବସ୍ତ୍ରର ପଶାପଲ୍ଲୀ ହେଉକି ବାନ୍ଧ ଡିଜାଇନ କେବଳ ପଶ୍ଚିମ ଓଡ଼ିଶାର ବୁଣାକାରଙ୍କ ଦ୍ୱାରା ତିଆରି ହୋଇଆସୁଛି। ସରକାରୀ ପ୍ରୋତ୍ସାହନରେ ସ୍ବାବଲମ୍ବୀ ହୋଇପାରିଛୁ ସତ କିନ୍ତୁ ଜିଏସ୍‌ଟିକୁ ବୁଣାକାରଙ୍କ ଉପରେ ଚଡ଼କ ଭାବେ ଲଦି ଦିଆଯାଇଛି। ଯଦି ଜିଏସ୍‌ଟି ଲାଗୁ ହେଲା, ଆନୁମାନିକ ଭାବେ ଗତବର୍ଷ ଓଡ଼ିଶାର ବେସରକାରୀ, ସରକାରୀ ସ୍ତରରେ ୫୦୦କୋଟି ଟଙ୍କାର ହସ୍ତତନ୍ତ ଉପରେ ୫ପ୍ରତିଶତ ଜିଏସ୍‌ଟି ହାରରେ ବୁଣାକାରଙ୍କ ପାଇଁ ସରକାର କେତେ ବଜେଟ୍‌ ଅନୁମୋଦନ କରିଛନ୍ତି।
ବିଜୟ କୁମାର ମେହେର
କୋ ଅର୍ଡ଼ିନେଟର, ନ୍ୟାଶନାଲ ଫେଡ଼େରେଶନ ଅଫ୍‌ ହ୍ୟାଣ୍ଡଲୁମ ଆଣ୍ଡ୍‌ ହ୍ୟାଣ୍ଡିକ୍ରାଫ୍ଟ
(ଉପସ୍ଥାପନା: ପ୍ରେମାନନ୍ଦ ଖମାରୀ,
ବରଗଡ଼ ଅଫିସ୍‌)


Enter your email to get our daily news in your inbox.

All Right Reserved By Dharitri.Com

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍, ଜମି କିଣାବିକା ପାଇଁ…

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ...

ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

ନୂଆପଡ଼ା,୮ା୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୮ା୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୨୫ଜଣ

ଗୋଆ,୭।୧୨: ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଆ ଆର୍ପୋରା ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଜଣଙ୍କାକୁ ନୁହେଁ ଏକାବେଳକେ ଚାରି ଚାରି ଜଣଙ୍କୁ ଧକ୍କା ଦେଲା କାର :୨ ମୃତ, ୨ ଗୁରୁତର

ଖଜୁରୀପଡ଼ା,୮ା୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ସମ୍ବେପଦର ଗ୍ରାମର ବିଦ୍ୟାଧର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri