ପରିବର୍ତ୍ତନ ହୋଇପାରେ ଜିଏସ୍‌ଟି ହାର

ନୂଆଦିଲ୍ଲୀ,୧୮।୮: ଦେଶର ଅର୍ଥନୀତିକୁ ସବଳ କରିବା ସହ ଟିକସ ଆଦାୟ କ୍ଷେତ୍ରରେ ରହିଥିବା କିଛି କାର୍ଯ୍ୟକୁ ଶେଷ କରିବା ପାଇଁ ନିକଟରେ ଶେଷ ହୋଇଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏଭଳି କିଛି ବିଷୟ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ସେହିଭଳି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଥିବା ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକରେ ମଧ୍ୟ ଜିଏସ୍‌ଟି ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ସେହିପରି ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ହାରରେ ଆଉ ଥରେ ପରିବର୍ତ୍ତନ କରିବା ସହ ଓଲଟା ଟିକସ ଢାଞ୍ଚାରେ ଆଉ କିଛିଟା କାମ ବାକି ରହିଛି ଯାହାକୁ ଶେଷ କରିବା ବିଷୟରେ କର୍ନାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କ ନେତ୍ୱତ୍ୱାଧୀନ ମନ୍ତ୍ରୀ ଗୋଷ୍ଠୀ ଏ ନେଇ ବିଚାର କରୁଛି। ଆସନ୍ତା ସେପ୍ଟେମ୍ବରରେ ତାମିଲନାଡୁର ମଦୁରାଇଠାରେ ଜିଏସ୍‌ଟି ପରିଷଦର ଆଗାମୀ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

ଉକ୍ତ ବୈଠକ ପୂର୍ବରୁ ଟିକସ ହାରରେ ପରିବର୍ତ୍ତନ ପାଇଁ ମନ୍ତ୍ରୀ ଗୋଷ୍ଠୀ ସୁପାରିସ କରିବ ବୋଲି ସୂଚନା ମିଳିଛି। ଫଳରେ ଓଲଟା ଟିକସ ଢାଞ୍ଚାକୁ ନେଇ ଗତ ଦୁଇ ଥରରେ ବହୁତ ଭଲ କାମ ହୋଇଛି। ଆଉ ଯାହା କିଛି ବାକି ରହିଛି ତାହା ଏଥର ଶେଷ କରାଯିବ। ବିଶେଷ କରି ବୟନ, ଅଟୋମୋବାଇଲ୍‌, ୟୁରିଆ ଓ ଅନ୍ୟାନ୍ୟ ସାରର କଞ୍ଚାମାଲ, କେତେକ ଇଲେକ୍ଟ୍ରୋନିକ୍‌ ଉପାଦାନ ଓ ଇଲେକ୍ଟ୍ରିକ୍‌ ଗାଡ଼ିକୁ ନେଇ ରହିଥିବା ଟିକସ ଢାଞ୍ଚାରେ ପରିବର୍ତ୍ତନ କରାଯିବ। ବର୍ତ୍ତମାନ ଏହି କ୍ଷେତ୍ରର କମ୍ପାନୀଗୁଡ଼ିକ ପୁଞ୍ଜି ସାମଗ୍ରୀ ମଗାଇବା ବେଳେ ଯେଉଁ ଇନ୍‌ପୁଟ୍‌ ଟ୍ୟାକ୍ସ ଦେଉଛନ୍ତି ତାହାକୁ ବ୍ୟବହାର କରିପାରୁ ନ ଥିବା ବେଳେ ସେସବୁ ମଧ୍ୟ ଫେରି ପାଉନାହାନ୍ତି। ଫଳରେ ସେମାନଙ୍କ କାର୍ଯ୍ୟକାରୀ ପୁଞ୍ଜି ଖର୍ଚ୍ଚ ଅଧିକ ରହୁଛି।

ଗତ ବର୍ଷ ସେପ୍ଟେମ୍ବରରେ ଜୋତା, ଚପଲ ଓ ବୟନ କ୍ଷେତ୍ରର ଓଲଟା ଟିକସ ଢାଞ୍ଚାକୁ ବଦଳାଇବା ଲାଗି ଜିଏସ୍‌ଟି ପରିଷଦ ନିଷ୍ପତ୍ତି ନେଇଥିଲା। ଏକ ହଜାର ଟଙ୍କା ପର୍ଯ୍ୟନ୍ତର ଜୋତା, ଚପଲ ଉପରେ ୧୨% ହାରରେ ଜିଏସ୍‌ଟି ଲଗାଇବାକୁ ନିଷ୍ପତ୍ତି ହୋଇଥିଲା, ଯାହା ଚଳିତ ବର୍ଷ ଜାନୁୟାରୀରୁ ଲାଗୁ ହୋଇଛି। ପୂର୍ବରୁ ଏଥିରେ ୫% ଜିଏସ୍‌ଟି ଲଗାଯାଇଥିଲା। ବୟନ ସାମଗ୍ରୀ ପାଇଁ ମଧ୍ୟ ସେହି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ରାଜସ୍ଥାନ,ତେଲଙ୍ଗାନା, ପଶ୍ଚିମବଙ୍ଗ ଓ ଦିଲ୍ଲୀ ଭଳି ବହୁ ରାଜ୍ୟ ସେହି ପ୍ରସ୍ତାବକୁ ବିରୋଧ କରିବା ପରେ ତାହା ପ୍ରତ୍ୟାହାର ହୋଇଥିଲା। ଚଳିତ ବର୍ଷ ଜୁନ୍‌ରେ ଆଉ କିଛି ସାମଗ୍ରୀ ଯଥା ଖାଇବା ତେଲ, ସୋଲାର ୱାଟର ହିଟର,ଏଲ୍‌ଇଡି ଲ୍ୟାମ୍ପ୍‌, ଛାପା କାଳି ଓ ଛୁରି ଭଳି ସାମଗ୍ରୀ ଉପରେ ଓଲଟା ଟିକସ ଢାଞ୍ଚାରେ ପରିବର୍ତ୍ତନ କରାଯାଇଥିଲା। ଏଥି ସହିତ ପୂର୍ବରୁ ପ୍ୟାକେଟ୍‌ ହୋଇ ବିକ୍ରି ହେଉଥିବା ଓ ପୂର୍ବରୁ ଲେବୁଲ୍‌ ହୋଇଥିବା ରିଟେଲ୍‌ ପ୍ୟାକ୍‌ ଉପରେ ୫% ଜିଏସ୍‌ଟି ଲାଗୁ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ

ଅତାବିରା,୧୨।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖଇରପାଲି କୋଶଲ ସ୍କୁଲକୁ ରବିବାର ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଗସ୍ତ କରିଥିଲେ। ଏହି ଅବସରରେ…

୨୫୨ ଟଙ୍କା ମହଙ୍ଗା ହେଲା LPG ଗ୍ୟାସ, ଜାଣନ୍ତୁ କେତେ ରହିଛି ଦାମ୍

ଢାକା,୧୨।୧୦: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଏବେ ଘରୋଇ LPG ଗ୍ୟାସ୍‌ର ଦାମ୍‌କୁ ନେଇ ଉପଭୋକ୍ତା ଚିନ୍ତାରେ ରହିଛନ୍ତି । ଗ୍ୟାସ୍‌ର ଯୋଗାଣ ହ୍ରାସ ପାଇଥିବାରୁ ବଜାରରେ…

ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ପାଳନ କରନ୍ତୁ ଚାଣକ୍ୟ ଏହି ୪ କଥା…

ଆଚାର୍ଯ୍ୟ ଚାଣକ୍ୟ ଜଣେ ପ୍ରାଚୀନ ଭାରତୀୟ ଶିକ୍ଷକ, ଦାର୍ଶନିକ ତଥା ରାଜ ପରାମର୍ଶଦାତା ଥିଲେ। ତାଙ୍କୁ ‘ଅର୍ଥଶାସ୍ତ୍ର’ର ରଚୟିତା ଭାବରେ ଜଣାଯାଏ। ଯିଏ କି ଅର୍ଥନୀତି, ରାଜନୀତି…

ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ପଣ୍ଡ; ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୋଲିସ

ୱାର୍ସା,୧୨।୧୦: ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ସମ୍ଭାବ୍ୟ ବିପଦ…

ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…

ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

ବଡ଼ ଖୁଲାସା କଲେ ପୂର୍ବତନ କ୍ରିକେଟର, ବିରାଟଙ୍କ ଟେଷ୍ଟ ସନ୍ନ୍ୟାସ ପଛରେ ଥିଲା ଏହି ବ୍ୟକ୍ତିଙ୍କ ହାତ

ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ୍‌ର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା ଏବେ ବି କ୍ରିକେଟ୍‌ପ୍ରେମୀଙ୍କ ମନରେ ରହିଛି…

ଆଖିରୁ ଝରାଇଲାଣି ଲୁହ, କେବେ କମିବ ପିଆଜ ଦର? ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଦଶହରା, ଦୀପାବଳି ଏବଂ ଛଠ ପରି ପ୍ରମୁଖ ପର୍ବପର୍ବାଣୀ ଗୋଟିଏ ପରେ ଗୋଟିଏ ଆସୁଥିବା ବେଳେ, ପିଆଜର ବୃଦ୍ଧି ପାଉଥିବା ଦର ସାଧାରଣ ଲୋକଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?