ବଢିବନି ପୋଷାକ ଦର

ନୂଆଦିଲ୍ଲୀ,୩୧।୧୨: ଉଦ୍ୟୋଗୀ ଓ ରାଜ୍ୟ ସରକାରଙ୍କ ବିରୋଧ ପରେ କେନ୍ଦ୍ର ସରକାର କପଡ଼ା ଓ ଜୋତା ଉପରେ ୫ରୁ ୧୨ ପ୍ରତିଶତ ଜିଏସ୍‌ଟି ବୃଦ୍ଧି ନିଷ୍ପତ୍ତିକୁ ଶୁକ୍ରବାର ବାତିଲ କରିଦେଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧ ତାରିଖରୁ ପୋଷାକ ତଥା କପଡ଼ା ତିଆରି ସାମଗ୍ରୀ ଉପରେ ଅତିରିକ୍ତ ଜିଏସ୍‌ଟି ଦେବାକୁ ପଡିବ ନାହିଁ।

ସେପ୍ଟମ୍ବରରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦ ବୈଠକରେ ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣଙ୍କ ନିଷ୍ପତ୍ତି କ୍ରମେ ଜାନୁୟାରୀ ପହିଲାରୁ କପଡ଼ା ଏବଂ ଜୋତା ଉପରେ ଜିଏସ୍‌ଟି ୫ରୁ ୧୨ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ନିଷ୍ପତ୍ତିକୁ ବିଭିନ୍ନ ବ୍ୟବସାୟୀ ସଂଘ ପକ୍ଷରୁ ବିରୋଧ କରାଯାଇଥିଲା। କପଡ଼ାରେ ଜିଏସ୍‌ଟି ହାର ବୃଦ୍ଧି ଦ୍ୱାରା କାରବାରରେ ପ୍ରଭାବ ପଡିବ। ଏଥିସହ ବିଦେଶୀ କପଡ଼ା ଅଧିକ ବିକ୍ରି ହେବା ସହ ଟ୍ୟାକ୍ସ ଚୋରି ମାମଲା ବଢିବ ବୋଲି ଅଭିଯୋଗ ହୋଇଥିଲା। ଏପରି କି କପଡ଼ା ଓ ଜୋତା ଉପରୁ ଜିଏସ୍‌ଟି ପ୍ରତ୍ୟାହାର ନେଇ ବିଭିନ୍ନ ସହରରେ ବ୍ୟବସାୟୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳି ପୂର୍ବରୁ ଗ୍ରାହକଙ୍କୁ ଝଟକା, ବଢିଲା ସିଏନଜି-ପିଏନଜି ଦାମ

ନୂଆଦିଲ୍ଲୀ,୮ ।୧୦: ଦୀପାବଳୀ ପୂର୍ବରୁ ଗ୍ରାହକଙ୍କୁ ବଡ ଝଟକା ଲାଗିଛି । ଆଇଜିଏଲ ଦ୍ୱାରା ସିଏନଜିର ଦାମ କିଲୋପିଛା ୩ ଟଙ୍କା ବୃଦ୍ଧି ହୋଇଛି ।...

ଆଜୀବନ କାରାଦଣ୍ଡ ଭୋଗୁଥିବା ଦମ୍ପତିଙ୍କ ଆଇଭିଏଫ ପାଇଁ ପାରୋଲ ଆବେଦନ: ସହାନୁଭୂତି ପୂର୍ବକ ବିଚାର ଲାଗି ହାଇକୋର୍ଟଙ୍କୁ କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୨ : ରାଜସ୍ଥାନ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦମ୍ପତି ସନ୍ତାନ ଜନ୍ମ ପାଇଁ ଆଇଭିଏଫ କରିବା ପାଇଁ ପାରୋଲ ମାଗିଛନ୍ତି। ଏ ସମ୍ପର୍କରେ ଏହି...

ବିନା ନିମନ୍ତ୍ରଣରେ ଇଫତାର୍‌ ପାର୍ଟିରେ ପହଞ୍ଚିବାରୁ ତଡା ଖାଇଲେ ଯୁବକ: ସେହି ରାଗରେ କଲେ ଏମିତି

ଲକ୍ଷ୍ନୌ, ୨୬।୫: ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବକଙ୍କୁ ବିନା ନିମନ୍ତ୍ରଣରେ ଇଫତାର୍‌ ପାର୍ଟିରେ ପହଞ୍ଚିଯାଇଥିବାରୁ ତଡା ଖାଇବାକୁ...

ଓମିକ୍ରନକୁ ହାଲୁକା ଭାବେ ଗ୍ରହଣ କରିବା ହେବ ଭୁଲ, ସଂକ୍ରମିତଙ୍କ ନିକଟରେ ଦେଖାଦେଲାଣି ଓମିକ୍ରନ୍ ସହ ଡେଲ୍ଟା ଭାରିଏଣ୍ଟ

ନୂଆଦିଲ୍ଲୀ,୧୦ ।୧: କରୋନା ଭାଇରସର ଡେଲ୍ଟା ଭାରିଏଣ୍ଟର ଗତିବିଧି ଉପରେ ଦିଲ୍ଲୀ ଡାକ୍ତରମାନେ ଅଧ୍ୟୟନ କରି କିଛି ନୂଆ ତଥ୍ୟ ହାସଲ କରିଛନ୍ତି । ଦିଲ୍ଲୀ...

ଗୁଜରାଟରେ ବୋରିସ୍‌…

ଅହମଦାବାଦ, ୨୧।୪ : ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଙ୍କର ଦୁଇ ଦିନିଆ ଭାରତ ଗସ୍ତରେ ଗୁରୁବାର ଗୁଜରାଟର ଅହମଦାବାଦରେ ପହଞ୍ଚିଛନ୍ତି। ଗୁଜରାଟରେ ତାଙ୍କୁ ସ୍ବାଗତ...

ଟାର୍ଗେଟ କିଲିଂର କଡ଼ା ଜବାବ ଦେବାକୁ ଜମ୍ମୁ-କଶ୍ମୀର ଗଲେ ୫,୫୦୦ ଯବାନ…

ଶ୍ରୀନଗର,୧୦।୧୧: ଜମ୍ମୁ-କଶ୍ମୀରରେ ଟାର୍ଗେଟ କିଲିଂ ଘଟଣାର ବୃଦ୍ଧି ପରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବାକୁ ସଶସ୍ତ୍ର ପୋଲିସ...

୧୭ରୁ ସବୁ ଜିଲାରେ ଡେଡିକେଟେଡ ଡେଙ୍ଗୁ ହସ୍ପିଟାଲ, ଛାତ୍ରଙ୍କୁ ଫୁଲ ପ୍ୟାଣ୍ଟ-ସାର୍ଟ ପିନ୍ଧିବାକୁ ନିର୍ଦ୍ଦେଶ

ଲକ୍ଷ୍ନୌ,୧୫ ।୧୧: ଉତ୍ତର ପ୍ରଦେଶରେ ବେଳକୁ ବେଳ ବଢି ଚାଲିଛି ଡେଙ୍ଗୁର ପ୍ରକୋପ । ସେଥିପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନଭେମ୍ବର ୧୭ରୁ ସମସ୍ତ...

ପୁଅର ଅସ୍ଥି ଧରି ନ୍ୟାୟ ଭିକ୍ଷା କରୁଛନ୍ତି ୯୦ ବର୍ଷୀୟା ମା’

ସାହଦୋଲ,୨୫।୭: ମଧ୍ୟପ୍ରଦେଶର ସାହଦୋଲରେ ଜଣେ ୯୦ ବର୍ଷୀୟା ବୃଦ୍ଧା ମା’ ରତନି ପୁଅର ଅସ୍ଥି ଧରି ନ୍ୟାୟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ଦୀର୍ଘ ୧୧...

Advertisement
Archives

Model This Week