ଜିଏସ୍‌ଟି କ୍ଷତିପୂରଣ ବିକଳ୍ପ; ରିଜର୍ଭ ବ୍ୟାଙ୍କ ଓ୍ବିଣ୍ଡୋ ସପକ୍ଷରେ ୨୧ ରାଜ୍ୟ

 

ନୂଆଦିଲ୍ଲୀ : ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କ୍ଷତିପୂରଣ ନେଇ କେନ୍ଦ୍ର ଏବଂ ରାଜ୍ୟଗୁଡିକ ମଧ୍ୟରେ ଚୂଡାନ୍ତ ନିଷ୍ପତ୍ତି ହୋଇ ପାରିନାହିଁ। କେନ୍ଦ୍ର ସରକାର ରାଜ୍ୟଗୁଡିକୁ ରିଜର୍ଭ ବ୍ୟାଙ୍କ ଓ୍ବିଣ୍ଡୋ ଦ୍ୱାରା ୯୭ ହଜାର କୋଟି କିମ୍ବା ବଜାରରୁ ୨.୩୫ ଲକ୍ଷ କୋଟି ଋଣ ଉଠାଣ ନେଇ ଦୁଇଟି ବିକଳ୍ପ ପ୍ରଦାନ କରିଥିଲେ। ଏହି ୨ ବିକଳ୍ପ ମଧ୍ୟରୁ ନିଜର ପ୍ରସ୍ତାବ ରଖିବାକୁ ରାଜ୍ୟଗୁଡିକୁ କେନ୍ଦ୍ର ସରକାର ସମୟ ଦେଇଥିଲେ। ଏହି କ୍ରମରେ ରିଜର୍ଭ ବ୍ୟାଙ୍କର ୯୭ ହଜାର କୋଟି ଟଙ୍କାର ଓ୍ବିଣ୍ଡୋ ସପକ୍ଷରେ ୨୧ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ନିଜର ମତାମତ ରଖିଛନ୍ତି। ଏହି ରାଜ୍ୟଗୁଡିକ ମଧ୍ୟରେ ଓଡିଶା ସମେତ ଆନ୍ଧ୍ରପ୍ରଦେଶ, ଅରୁଣାଞ୍ଚଳ ପ୍ରଦେଶ, ଆସାମ, ବିହାର, ଗୋଆ, ଗୁଜରାଟ, ହରିୟାଣା, ହିମାଞ୍ଚଳ ପ୍ରଦେଶ, ଜମ୍ମୁ କଶ୍ମୀର, କର୍ନାଟକ, ମଧ୍ୟପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପୁଡୁଚେରୀ, ସିକିମ, ତ୍ରିପୁରା, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶ ଭଳି ରାଜ୍ୟ ରହିଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି।
ଜିଏସ୍‌ଟି ଆଇନ ଅନୁସାରେ ଜିଏସ୍‌ଟି କାଉନସିଲରେ ଭୋଟିଂ ଦ୍ୱାରା କୌଣସି ରିଜୋଲ୍ୟୁଶନ ପାସ୍‌ କରିବାକୁ ହେଲେ ଅନ୍ତତଃ ପକ୍ଷେ ୨୦ ରାଜ୍ୟର ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମତ ଆବଶ୍ୟକତା ପଡିଥାଏ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ବ୍ୟକ୍ତି ନାମ ଗୋପନ ରଖି କହିଛନ୍ତି। ଅକ୍ଟୋବର ୫ରେ ଜିଏସ୍‌ଟି ପରିଷଦ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁ ରାଜ୍ୟଗୁଡିକ ୨ ବିକଳ୍ପ ମଧ୍ୟରୁ କୌଣସି ଗୋଟିଏକୁ ମଧ୍ୟ ପ୍ରଦାନ କରି ନାହାନ୍ତି ସେମାନଙ୍କ ମତ ନ ନିଆଗଲେ ମଧ୍ୟ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇ ପାରିବ ବୋଲି ଏଥିରୁ ସ୍ପଷ୍ଟ ହେଉଛି ବୋଲି ଜଣାପଡିଛି। ଏଥିରୁ ଆଉ ଗୋଟିଏ କଥା ମଧ୍ୟ ସ୍ପଷ୍ଟ ହେଉଛି ଯେ, ରାଜ୍ୟଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ପାଇବା ଲାଗି ୨୦୨୨ ଜୁନ ଯାଏ ଅପେକ୍ଷା କରିବାକୁ ପଡିବ। ଜିଏସ୍‌ଟି ପରିଷଦ ସର୍ତ୍ତମୂଳକ ଭାବେ ସେସ୍‌ ସଂଗ୍ରହ ଅବଧିକୁ ୨୦୨୨ ଜୁନ ୩୦ ପରଯାଏ ଯାଏ ମଧ୍ୟ ବଢାଇଛନ୍ତି।
ଅର୍ଥ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ୨.୩୫ ଲକ୍ଷ କୋଟିର ଋଣ ଉଠାଣ ନେଇ ଯେଉଁ ବିକଳ୍ପ ଦିଆଯାଇଥିଲା ସେ ନେଇ କୌଣସି ରାଜ୍ୟ ମତାମତ ଦେଇନାହାନ୍ତି। ମଣିପୁର କେବଳ ଏ ସମ୍ପର୍କରେ ନିଜର ଆଭିମୁଖ୍ୟ ଜଣାଇଥିବା ବେଳେ ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରିଦେଇଛି। ଏଭଳି ସ୍ଥିତିରେ ଝାଡଖଣ୍ଡ, କେରଳ, ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ତେଲଙ୍ଗାନା ଏବଂ ପଶ୍ଚିମବଙ୍ଗ କେନ୍ଦ୍ରର ବିକଳ୍ପ ପ୍ରସ୍ତାବ ଉପରେ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି। ଏହି ରାଜ୍ୟଗୁଡିକ ମଧ୍ୟରୁ ଅଧିକାଂଶ ୨ଟି ପ୍ରସ୍ତାବକୁ ବିରୋଧ କରୁଛନ୍ତି। ରାଜ୍ୟଗୁଡିକୁ କ୍ଷତିପୂରଣ ଦେବା ଲାଗି ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ଆବଶ୍ୟକତା ରହିଛି। ସେସ୍‌ ବାବଦକୁ କେବଳ ୬୫ ହଜାର କୋଟି ଟଙ୍କା ସଂଗ୍ରହ ହେବା ନେଇ ଆକଳନ କରାଯାଇଛି। ଟିକସ ସଂଗ୍ରହ କମିଥିବାରୁ ଏତେ ପରିମାଣର ଅର୍ଥ କ୍ଷତିପୂରଣ କିଭଳି ଦିଆଯିବ ସେ ନେଇ କେନ୍ଦ୍ର ଅଡୁଆରେ ପଡିଯାଇଛି। ଫଳରେ ରାଜ୍ୟଗୁଡିକୁ ୨ଟି ବିକଳ୍ପ ପ୍ରଦାନ କରାଯାଇଥିଲା। ଯାହାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ମତଭେଦ ଉପୁଜିଛି। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ୨ଟି ବିକଳ୍ପ ରାଜ୍ୟଗୁଡିକୁ ପ୍ରଦାନ କରିଛନ୍ତି। ରିଜର୍ଭ ବ୍ୟାଙ୍କ ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା ଓ୍ବିଣ୍ଡୋ ବ୍ୟବସ୍ଥାରେ ରାଜ୍ୟଗୁଡିକ ୯୭ ହଜାର କୋଟି ଟଙ୍କାର ଋଣ ଉଠାଣ କରିବା ନେଇ ପ୍ରଥମ ବିକଳ୍ପ ରହିଛି। ସେହିଭଳି କେନ୍ଦ୍ରୀୟ ବ୍ୟାଙ୍କ ବ୍ୟବସ୍ଥିତ ବଜାରରୁ ୨.୩୫ ଲକ୍ଷ କୋଟି ଟଙ୍କାର ଋଣ ଉଠାଣ ନେଇ ଦ୍ୱିତୀୟ ବିକଳ୍ପ ରହିଛି। କ୍ଷତିପୂରଣ ସେସ୍‌ରୁ କେନ୍ଦ୍ର ସରକାର ଏହି ଅର୍ଥ ୨୦୨୨ ଜୁନ ୩୦ ପରେ ପ୍ରଦାନ କରିବାକୁ କହିଛନ୍ତି। ଯଦି ରାଜ୍ୟଗୁଡିକ ୨.୩୫ ଲକ୍ଷ କୋଟି ଟଙ୍କାର ଋଣ ଉଠାନ୍ତି ତେବେ ସୁଧର ବୋଝ ଉଠାଇବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri