ଜିଏସ୍‌ଟି କ୍ଷତିପୂରଣ ବିକଳ୍ପ; ରିଜର୍ଭ ବ୍ୟାଙ୍କ ଓ୍ବିଣ୍ଡୋ ସପକ୍ଷରେ ୨୧ ରାଜ୍ୟ

 

ନୂଆଦିଲ୍ଲୀ : ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କ୍ଷତିପୂରଣ ନେଇ କେନ୍ଦ୍ର ଏବଂ ରାଜ୍ୟଗୁଡିକ ମଧ୍ୟରେ ଚୂଡାନ୍ତ ନିଷ୍ପତ୍ତି ହୋଇ ପାରିନାହିଁ। କେନ୍ଦ୍ର ସରକାର ରାଜ୍ୟଗୁଡିକୁ ରିଜର୍ଭ ବ୍ୟାଙ୍କ ଓ୍ବିଣ୍ଡୋ ଦ୍ୱାରା ୯୭ ହଜାର କୋଟି କିମ୍ବା ବଜାରରୁ ୨.୩୫ ଲକ୍ଷ କୋଟି ଋଣ ଉଠାଣ ନେଇ ଦୁଇଟି ବିକଳ୍ପ ପ୍ରଦାନ କରିଥିଲେ। ଏହି ୨ ବିକଳ୍ପ ମଧ୍ୟରୁ ନିଜର ପ୍ରସ୍ତାବ ରଖିବାକୁ ରାଜ୍ୟଗୁଡିକୁ କେନ୍ଦ୍ର ସରକାର ସମୟ ଦେଇଥିଲେ। ଏହି କ୍ରମରେ ରିଜର୍ଭ ବ୍ୟାଙ୍କର ୯୭ ହଜାର କୋଟି ଟଙ୍କାର ଓ୍ବିଣ୍ଡୋ ସପକ୍ଷରେ ୨୧ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ନିଜର ମତାମତ ରଖିଛନ୍ତି। ଏହି ରାଜ୍ୟଗୁଡିକ ମଧ୍ୟରେ ଓଡିଶା ସମେତ ଆନ୍ଧ୍ରପ୍ରଦେଶ, ଅରୁଣାଞ୍ଚଳ ପ୍ରଦେଶ, ଆସାମ, ବିହାର, ଗୋଆ, ଗୁଜରାଟ, ହରିୟାଣା, ହିମାଞ୍ଚଳ ପ୍ରଦେଶ, ଜମ୍ମୁ କଶ୍ମୀର, କର୍ନାଟକ, ମଧ୍ୟପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପୁଡୁଚେରୀ, ସିକିମ, ତ୍ରିପୁରା, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶ ଭଳି ରାଜ୍ୟ ରହିଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି।
ଜିଏସ୍‌ଟି ଆଇନ ଅନୁସାରେ ଜିଏସ୍‌ଟି କାଉନସିଲରେ ଭୋଟିଂ ଦ୍ୱାରା କୌଣସି ରିଜୋଲ୍ୟୁଶନ ପାସ୍‌ କରିବାକୁ ହେଲେ ଅନ୍ତତଃ ପକ୍ଷେ ୨୦ ରାଜ୍ୟର ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମତ ଆବଶ୍ୟକତା ପଡିଥାଏ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ବ୍ୟକ୍ତି ନାମ ଗୋପନ ରଖି କହିଛନ୍ତି। ଅକ୍ଟୋବର ୫ରେ ଜିଏସ୍‌ଟି ପରିଷଦ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁ ରାଜ୍ୟଗୁଡିକ ୨ ବିକଳ୍ପ ମଧ୍ୟରୁ କୌଣସି ଗୋଟିଏକୁ ମଧ୍ୟ ପ୍ରଦାନ କରି ନାହାନ୍ତି ସେମାନଙ୍କ ମତ ନ ନିଆଗଲେ ମଧ୍ୟ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇ ପାରିବ ବୋଲି ଏଥିରୁ ସ୍ପଷ୍ଟ ହେଉଛି ବୋଲି ଜଣାପଡିଛି। ଏଥିରୁ ଆଉ ଗୋଟିଏ କଥା ମଧ୍ୟ ସ୍ପଷ୍ଟ ହେଉଛି ଯେ, ରାଜ୍ୟଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ପାଇବା ଲାଗି ୨୦୨୨ ଜୁନ ଯାଏ ଅପେକ୍ଷା କରିବାକୁ ପଡିବ। ଜିଏସ୍‌ଟି ପରିଷଦ ସର୍ତ୍ତମୂଳକ ଭାବେ ସେସ୍‌ ସଂଗ୍ରହ ଅବଧିକୁ ୨୦୨୨ ଜୁନ ୩୦ ପରଯାଏ ଯାଏ ମଧ୍ୟ ବଢାଇଛନ୍ତି।
ଅର୍ଥ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ୨.୩୫ ଲକ୍ଷ କୋଟିର ଋଣ ଉଠାଣ ନେଇ ଯେଉଁ ବିକଳ୍ପ ଦିଆଯାଇଥିଲା ସେ ନେଇ କୌଣସି ରାଜ୍ୟ ମତାମତ ଦେଇନାହାନ୍ତି। ମଣିପୁର କେବଳ ଏ ସମ୍ପର୍କରେ ନିଜର ଆଭିମୁଖ୍ୟ ଜଣାଇଥିବା ବେଳେ ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରିଦେଇଛି। ଏଭଳି ସ୍ଥିତିରେ ଝାଡଖଣ୍ଡ, କେରଳ, ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ତେଲଙ୍ଗାନା ଏବଂ ପଶ୍ଚିମବଙ୍ଗ କେନ୍ଦ୍ରର ବିକଳ୍ପ ପ୍ରସ୍ତାବ ଉପରେ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି। ଏହି ରାଜ୍ୟଗୁଡିକ ମଧ୍ୟରୁ ଅଧିକାଂଶ ୨ଟି ପ୍ରସ୍ତାବକୁ ବିରୋଧ କରୁଛନ୍ତି। ରାଜ୍ୟଗୁଡିକୁ କ୍ଷତିପୂରଣ ଦେବା ଲାଗି ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ଆବଶ୍ୟକତା ରହିଛି। ସେସ୍‌ ବାବଦକୁ କେବଳ ୬୫ ହଜାର କୋଟି ଟଙ୍କା ସଂଗ୍ରହ ହେବା ନେଇ ଆକଳନ କରାଯାଇଛି। ଟିକସ ସଂଗ୍ରହ କମିଥିବାରୁ ଏତେ ପରିମାଣର ଅର୍ଥ କ୍ଷତିପୂରଣ କିଭଳି ଦିଆଯିବ ସେ ନେଇ କେନ୍ଦ୍ର ଅଡୁଆରେ ପଡିଯାଇଛି। ଫଳରେ ରାଜ୍ୟଗୁଡିକୁ ୨ଟି ବିକଳ୍ପ ପ୍ରଦାନ କରାଯାଇଥିଲା। ଯାହାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ମତଭେଦ ଉପୁଜିଛି। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ୨ଟି ବିକଳ୍ପ ରାଜ୍ୟଗୁଡିକୁ ପ୍ରଦାନ କରିଛନ୍ତି। ରିଜର୍ଭ ବ୍ୟାଙ୍କ ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା ଓ୍ବିଣ୍ଡୋ ବ୍ୟବସ୍ଥାରେ ରାଜ୍ୟଗୁଡିକ ୯୭ ହଜାର କୋଟି ଟଙ୍କାର ଋଣ ଉଠାଣ କରିବା ନେଇ ପ୍ରଥମ ବିକଳ୍ପ ରହିଛି। ସେହିଭଳି କେନ୍ଦ୍ରୀୟ ବ୍ୟାଙ୍କ ବ୍ୟବସ୍ଥିତ ବଜାରରୁ ୨.୩୫ ଲକ୍ଷ କୋଟି ଟଙ୍କାର ଋଣ ଉଠାଣ ନେଇ ଦ୍ୱିତୀୟ ବିକଳ୍ପ ରହିଛି। କ୍ଷତିପୂରଣ ସେସ୍‌ରୁ କେନ୍ଦ୍ର ସରକାର ଏହି ଅର୍ଥ ୨୦୨୨ ଜୁନ ୩୦ ପରେ ପ୍ରଦାନ କରିବାକୁ କହିଛନ୍ତି। ଯଦି ରାଜ୍ୟଗୁଡିକ ୨.୩୫ ଲକ୍ଷ କୋଟି ଟଙ୍କାର ଋଣ ଉଠାନ୍ତି ତେବେ ସୁଧର ବୋଝ ଉଠାଇବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri