ମେ’ରେ କମିଲା ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୬।୬: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ମେ ମାସରେ ଦେଶର ଜିଏସ୍‌ଟି ସଂଗ୍ରହରେ ହ୍ରାସ ଘଟିଛି। ମେ’ ରେ ସାମଗ୍ରୀ ଓ ସେବା ଶୁଳ୍କ (ଜିଏସ୍‌ଟି) ସଂଗ୍ରହ ପ୍ରାୟ ୧.୦୩ ଲକ୍ଷ କୋଟି ଟଙ୍କା ରହିଛି। ଏ ନେଇ ଶନିବାର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ପ୍ରେସ୍‌ ବିବୃତିରେ କୁହାଯାଇଛି, କ୍ରମାଗତ ୮ମ ଥର ପାଇଁ ଦେଶର ଜିଏସ୍‌ଟି ସଂଗ୍ରହ ୧ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ରହିଛି। ମେ’ ମାସର ଜିଏସ୍‌ଟି ସଂଗ୍ରହ ଚଳିତ ଏପ୍ରିଲ ତୁଳନାରେ କମ୍‌ ରହିଛି। ଏପ୍ରିଲରେ ୧,୪୧,୩୮୪ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଥିଲ; ଯାହା ଏକ ରେର୍କଡ ପରିମାଣର ଅର୍ଥ ସଂଗ୍ରହ ବୋଲି କୁହାଯାଇଛି। ଗତବର୍ଷ ମେ’ମାସଠାରୁ ଚଳିତବର୍ଷ ଏହି ମାସରେ ଜିଏସ୍‌ଟି ସଂଗ୍ରହ ୬୫% ଅଧିକ ବୋଲି ଜଣାପଡ଼ିଛି।
ଚଳିତ ମେ ମାସରେ ସରକାରଙ୍କ ଜିଏସ୍‌ଟି ସଂଗ୍ରହ ୧,୦୨,୭୦୯ କୋଟି ଟଙ୍କା ରହିଛି। ଏଥିରେ କେନ୍ଦ୍ରୀୟ ଜିଏସ୍‌ଟି (ସିଜିଏସଟି) ସଂଗ୍ରହ ୧୭,୫୯୨ କୋଟି ଟଙ୍କା ରହିଥିବା ବେଳେ ରାଜ୍ୟଗୁଡିକରୁ ଜିଏସ୍‌ଟି (ଏସ୍‌ଜିଏସଟି) ସଂଗ୍ରହ ୨୨,୬୫୩ କୋଟି ଟଙ୍କା ରହିଛି। ସେହିଭଳି ଇଣ୍ଟିଗ୍ରେଟେଡ୍‌ ଜିଏସ୍‌ଟି (ଆଇଜିଏସ୍‌ଟି) ସଂଗ୍ରହ ପ୍ରାୟ ୫୩,୧୯୯ କୋଟି ଟଙ୍କା (ସାମଗ୍ରୀ ଆମଦାନୀରେ ସଂଗୃହୀତ ୨୬,୦୦୨ କୋଟି ଟଙ୍କା) ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ସେସ୍‌ ବାବଦରେ ୯,୨୬୫ କୋଟି ଟଙ୍କା (ସାମଗ୍ରୀ ଆମଦାନୀରେ ୮୬୮ କୋଟିକୁ ମିଶାଇ) ସଂଗ୍ରହ କରାଯାଇଛି।
ଚଳିତ ମେ ମାସ ମଧ୍ୟରେ ସାମଗ୍ରୀ ଆମଦାନୀରୁ ୫୬% ଊର୍ଦ୍ଧ୍ୱ ଆୟ ହୋଇଥିବା ବେଳେ ଘରୋଇ କାରବାରରୁ ଆୟ ମଧ୍ୟ ହ୍ରାସ ପାଇଛି। ଗତ ବର୍ଷ ମେ ମାସରେ ଏହି ସବୁ ଉତ୍ସରୁ ଆୟ ପ୍ରାୟ ୬୯% ଅଧିକ ରହିଥିଲା ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କିଙ୍ଗ୍‌ ଉଦ୍ୟୋଗ ମହଙ୍ଗା ଭତ୍ତା ୨୦.୭୯%

ଭୁବନେଶ୍ୱର,୧।୭: ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟସୂଚୀ ମେ ମାସରେ ୩୩୦ ପଏଣ୍ଟ ଥିଲା। ଜୁନ୍‌ରେ ଏହା ୨ ପଏଣ୍ଟ ବଢି...

ରେନୋ ଇଣ୍ଡିଆର ଲିମିଟେଡ୍‌ ଏଡିଶନର ଶୁଭାରମ୍ଭ

ନୂଆଦିଲ୍ଲୀ,୫।୯: ଭାରତର ଏକ ନମ୍ବର ୟୁରୋପିଆନ୍‌ ବ୍ରାଣ୍ଡ ‘ରେନୋ ଇଣ୍ଡିଆ’ ପକ୍ଷରୁ ଚଳିତ ପାର୍ବଣ ଉପଲକ୍ଷେ ରେନୋର ଲିମିଟେଡ୍‌ ଏଡିଶନର ଶୁଭାରମ୍ଭ କରାଯାଇଛି। ଏହାର ସମଗ୍ର...

ଚତୁର୍ଥ ତ୍ର୍ରୈମାସରେ ସକରାତ୍ମକ ରହିବ ଜିଡିପି

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ପ୍ରଭାବିତ ହୋଇ ରହିଛି। ପ୍ରଥମ ତ୍ରୈମାସରେ ଜିଡିପି ୨୩.୯% ଖସିଥିବା ବେଳେ ଦ୍ୱିତୀୟ ତ୍ରୈମାସରେ...

ମୁନ୍ଦ୍ରା-ପାନିପତ ପାଇପ୍‌ ଲାଇନ୍‌ ପାଇଁ ଜମି ଅଧିଗ୍ରହଣ ଆରମ୍ଭ…

ନୂଆଦିଲ୍ଲୀ, ୧୩।୯ : ଅଶୋଧିତ ତୈଳ ପାଇପଲାଇନ ପାଇଁ କେନ୍ଦ୍ର ସରକାର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗୁଜରାଟର କଚ୍ଛ ଜିଲାର ଚୁଡୱା ଠାରୁ...

ଏଚ୍‌-୧ ବି ଭିଜା ଆପ୍ଲିକେଶନ ଫି ବଢ଼ିଲା

ମୁମ୍ବାଇ,୨।୮: ଏଚ୍‌-୧ ବି ଭିଜା ଆପ୍ଲିକେଶନର ବେସିକ୍‌ ଫି ବା ସାଧାରଣ ଦେୟକୁ ବର୍ତ୍ତମାନ ବୃଦ୍ଧି କରାଯାଇଛି। ଏଥିଲାଗି ୪୬୦ ଡଲାର (୩୪,୪୬୭.୭୫ ଟଙ୍କା) ଦେବାକୁ...

‘ଦେଶ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କର’

ଭୁବନେଶ୍ୱର, ୩୧ା୧୨: ଭୁବନେଶ୍ୱର ଗଙ୍ଗପଡ଼ାସ୍ଥିତ ଆଦ୍ୟାନ୍ତ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୬ତମ ବାର୍ଷିକ ଉତ୍ସବ ‘ଗ୍ରେସ୍‌-୨୦୨୨’ ଶୁକ୍ରବାର ଶିକ୍ଷାନୁଷ୍ଠାନର ଜି.ପି. ସିଂହ ପ୍ରେକ୍ଷାଳୟ ପରିସରରେ...

ଆଜିଠୁ ବଦଳିବ ଟ୍ରେଡିଂ ସମୟ

ନୂଆଦିଲ୍ଲୀ,୧୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ)ର ରେଗୁଲେଟେଡ୍‌ ମାର୍କେଟ୍‌ ଅର୍ଥାତ୍‌ ନିୟାମକ ଶେୟାର ବଜାର ଟ୍ରେଡିଂ ସମୟରେ ପରିବର୍ତ୍ତନ ଆଣିଛନ୍ତି। ଆର୍‌ବିଆଇର ସୂଚନା ଅନୁସାରେ, ଶେୟାର...

ନୀରବ ମୋଦିଙ୍କ ହାଜତ ମିଆଦ ବୃଦ୍ଧି

ଲଣ୍ଡନ,୨୦-୯: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ହାଜତ ମିଆଦକୁ ସ୍ଥାନୀୟ ଅଦାଲତ ଗୁରୁବାର ଅକ୍ଟୋବର ୧୭ ଯାଏ ବୃଦ୍ଧି କରିଛନ୍ତି। ଗୁରୁବାର ତାଙ୍କର ହାଜତ...

Advertisement
Archives

Model This Week