ମେ’ରେ କମିଲା ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୬।୬: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ମେ ମାସରେ ଦେଶର ଜିଏସ୍‌ଟି ସଂଗ୍ରହରେ ହ୍ରାସ ଘଟିଛି। ମେ’ ରେ ସାମଗ୍ରୀ ଓ ସେବା ଶୁଳ୍କ (ଜିଏସ୍‌ଟି) ସଂଗ୍ରହ ପ୍ରାୟ ୧.୦୩ ଲକ୍ଷ କୋଟି ଟଙ୍କା ରହିଛି। ଏ ନେଇ ଶନିବାର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ପ୍ରେସ୍‌ ବିବୃତିରେ କୁହାଯାଇଛି, କ୍ରମାଗତ ୮ମ ଥର ପାଇଁ ଦେଶର ଜିଏସ୍‌ଟି ସଂଗ୍ରହ ୧ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ରହିଛି। ମେ’ ମାସର ଜିଏସ୍‌ଟି ସଂଗ୍ରହ ଚଳିତ ଏପ୍ରିଲ ତୁଳନାରେ କମ୍‌ ରହିଛି। ଏପ୍ରିଲରେ ୧,୪୧,୩୮୪ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଥିଲ; ଯାହା ଏକ ରେର୍କଡ ପରିମାଣର ଅର୍ଥ ସଂଗ୍ରହ ବୋଲି କୁହାଯାଇଛି। ଗତବର୍ଷ ମେ’ମାସଠାରୁ ଚଳିତବର୍ଷ ଏହି ମାସରେ ଜିଏସ୍‌ଟି ସଂଗ୍ରହ ୬୫% ଅଧିକ ବୋଲି ଜଣାପଡ଼ିଛି।
ଚଳିତ ମେ ମାସରେ ସରକାରଙ୍କ ଜିଏସ୍‌ଟି ସଂଗ୍ରହ ୧,୦୨,୭୦୯ କୋଟି ଟଙ୍କା ରହିଛି। ଏଥିରେ କେନ୍ଦ୍ରୀୟ ଜିଏସ୍‌ଟି (ସିଜିଏସଟି) ସଂଗ୍ରହ ୧୭,୫୯୨ କୋଟି ଟଙ୍କା ରହିଥିବା ବେଳେ ରାଜ୍ୟଗୁଡିକରୁ ଜିଏସ୍‌ଟି (ଏସ୍‌ଜିଏସଟି) ସଂଗ୍ରହ ୨୨,୬୫୩ କୋଟି ଟଙ୍କା ରହିଛି। ସେହିଭଳି ଇଣ୍ଟିଗ୍ରେଟେଡ୍‌ ଜିଏସ୍‌ଟି (ଆଇଜିଏସ୍‌ଟି) ସଂଗ୍ରହ ପ୍ରାୟ ୫୩,୧୯୯ କୋଟି ଟଙ୍କା (ସାମଗ୍ରୀ ଆମଦାନୀରେ ସଂଗୃହୀତ ୨୬,୦୦୨ କୋଟି ଟଙ୍କା) ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ସେସ୍‌ ବାବଦରେ ୯,୨୬୫ କୋଟି ଟଙ୍କା (ସାମଗ୍ରୀ ଆମଦାନୀରେ ୮୬୮ କୋଟିକୁ ମିଶାଇ) ସଂଗ୍ରହ କରାଯାଇଛି।
ଚଳିତ ମେ ମାସ ମଧ୍ୟରେ ସାମଗ୍ରୀ ଆମଦାନୀରୁ ୫୬% ଊର୍ଦ୍ଧ୍ୱ ଆୟ ହୋଇଥିବା ବେଳେ ଘରୋଇ କାରବାରରୁ ଆୟ ମଧ୍ୟ ହ୍ରାସ ପାଇଛି। ଗତ ବର୍ଷ ମେ ମାସରେ ଏହି ସବୁ ଉତ୍ସରୁ ଆୟ ପ୍ରାୟ ୬୯% ଅଧିକ ରହିଥିଲା ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri