ପ୍ରଥମ ତ୍ରୈମାସ ଅଭିବୃଦ୍ଧି ୧୧.୫% ରହିପାରେ

ନୂଆଦିଲ୍ଲୀ: ଚଳିତ ଆର୍ଥତ୍କବର୍ଷ ପ୍ରଥମ ତ୍ରୈମାସରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ଅଭିବୃଦ୍ଧି ୧୧.୫% ରହିପାରେ। ସେହିଭଳି ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ୮.୪%ରୁ ୧୦.୧% ରହିପାରେ ବୋଲି ନ୍ୟାଶନାଲ କାଉନ୍‌ସିଲ ଅଫ ଆପ୍ଲାଏଡ୍‌ ଇକୋନୋମିକ ରିସର୍ଚ୍ଚ(ଏନ୍‌ସିଏଇଆର୍‌) ପକ୍ଷରୁ ରବିବାର ଏକ ରିପୋର୍ଟ ପ୍ରକାଶ ପାଇଛି। ୨୦୨୦-୨୧ରେ ଜିଡିପି ୧୪୬ ଲକ୍ଷ କୋଟି ରହିବ ବୋଲି ଆକଳନ କରାଯାଇଛି। ଏହା ୨୦୧୯-୨୦ରେ ସମାନ ରହିଥିଲା। ଗତ ବର୍ଷ କରୋନା ଯୋଗୁ ଜିଡିପି -୭.୩% ଖସିଛି। ଏହାକୁ ଭରଣା କରିବାକୁ ବଜାରକୁ କିଛି ସମୟ ଲାଗିବ। ଦ୍ୱିତୀୟ ଲହର ବଜାରକୁ ପ୍ରଭାବିତ କରିଥିବା ବେଳେ ଅନେକ ଲୋକ ମୃତ୍ୟୁ ମୁଖରେ ପଡିଛନ୍ତି। ଚଳିତବର୍ଷ ଏପ୍ରିଲ ଏବଂ ମେ ମାସରେ ଦେଶ ମଧ୍ୟରେ ଆର୍ଥତ୍କ କାର୍ଯ୍ୟକଳାପ ଗଭୀର ଭାବେ ପ୍ରଭାବିତ ହୋଇଛି। ବର୍ତ୍ତମାନ ଅନ୍‌ଲକ୍‌ ଜାରି ହୋଇଥିବାରୁ ଆର୍ଥତ୍କ କାର୍ଯ୍ୟକଳାପରେ ସୁଧାର ପରିଲକ୍ଷିତ ହେଉଥିବା ଜଣାପଡିଛି। ସେହିଭଳି ଚଳିତ ଆର୍ଥତ୍କ ବର୍ଷରେ ଅର୍ଥ ବ୍ୟବସ୍ଥାରେ ସୁଧାର ପରିଲକ୍ଷିତ ହେବ ବୋଲି ଏସ୍‌ବିଆଇ ଅଧ୍ୟକ୍ଷ ଦିନେଶ କୁମାର ଖାରା ମତବ୍ୟକ୍ତ କରିଛନ୍ତି। କରୋନା ଦ୍ୱିତୀୟ ଘରୋଇ ବଜାର ଏବଂ ଆର୍ଥତ୍କ କାର୍ଯ୍ୟକଳାପକୁ ସ୍ଥିର କରିଦେଇଥିବା ବେଳେ ବଜାର ପୁଣି ଥରେ କ୍ରିୟାଶୀଳ ହେବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯୭ ହଜାର କୋଟି ନିବେଶ ହାତେଇଲା ଜିଓ

ନୂଆଦିଲ୍ଲୀ,୭।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ଜିଓ ପ୍ଲାଟଫର୍ମରେ ଆଡିଆ ନାମକ କମ୍ପାନୀ ୫,୬୮୩ କୋଟି ଟଙ୍କା ନିବେଶ କରିବ। ଭାରତକୁ ଡିଜିଟାଲ...

ଚାଇନାର ଜିଡିପି ଟାର୍ଗେଟ୍‌ ୫.୫%

ନୂଆଦିଲ୍ଲୀ, ୬।୩: ଚାଇନା ପକ୍ଷରୁ ଶନିବାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ଲକ୍ଷ୍ୟ ୫.୫% ଧାର୍ଯ୍ୟ କରାଯାଇଛି। ୨୦୨୧-୨୨ ପାଇଁ...

ରେଲଓ୍ବେ ଲଗାଇବ କୋଭିଡ୍‌ ସର୍ଭିଲାନ୍ସ କ୍ୟାମେରା;ସାମ୍ନାକୁ ଆସିଲେ ଜଣାଇଦେବ ଲକ୍ଷଣ

ନୂଆଦିଲ୍ଲୀ,୨୭।୬: କରୋନା ବିରୋଧରେ ଲଢ଼େଇ ଜାରି ରଖିବା ସହ ରେଲଓ୍ବେ ନିରନ୍ତର ଟେକ୍ନାଲୋଜିର ସହାୟତା ନେଉଛି। ଏହାଦ୍ୱାରା ସଫଳତା ମଧ୍ୟ ମିଳୁଛି। ଷ୍ଟେଶନ ପରିସରରେ କୋଭିଡ୍‌...

ସରକାରୀ କର୍ମଚାରୀଙ୍କୁ ଜିପିଏଫ୍‌ ଝଟକା

ନୂଆଦିଲ୍ଲୀ,୧୭।୭: ମୋଦି ସରକାର ସରକାରୀ କର୍ମଚାରୀଙ୍କୁ ଝଟକା ଦେଇ ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ(ଜିପିଏଫ୍‌) ଓ ଏଥିସହିତ ଜଡ଼ିତ ଅନ୍ୟ ଫଣ୍ଡ ଉପରେ ମିଳୁଥିବା ସୁଧ ହାରରେ...

ଦରଦାମ୍‌ କମାଇବା ପାଇଁ ସରକାର ଅତିରିକ୍ତ ଭାବେ ଖର୍ଚ୍ଚ କରିବେ ୨ ଲକ୍ଷ କୋଟି…

ନୂଆଦିଲ୍ଲୀ, ୨୩।୫ : କରୋନାରୁ ପୁନରୁଦ୍ଧାର ହୋଇଥିବା ଅର୍ଥନୀତି ପାଇଁ ମୁଦ୍ରାସ୍ଫୀତି ଏକ ନୂତନ ଆହ୍ବାନ ପାଲଟିଛି । ଏହାକୁ ରୋକିବା ପାଇଁ ସରକାର ନୂତନ...

ପିଏମ୍‌ସି ବ୍ୟାଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦିଆଯାଇଛି: ସୀତାରାମନ

ନୂଆଦିଲ୍ଲୀ,୧୩-୧୦: ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରେଟିଭ୍‌ (ପିଏମ୍‌ସି) ବ୍ୟାଙ୍କ ଜମାକାରୀଙ୍କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ଆଶ୍ୱାସନା ଦେଇଛନ୍ତି। ଏହି ମାମଲା ଉପରେ ରିଜର୍ଭ ବ୍ୟାଙ୍କ...

ସଂଶୋଧିତ ଏନ୍‌ପିଏ ସର୍କୁଲାର ଜାରି

ମୁମ୍ବାଇ,୮-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଶୁକ୍ରବାର ସଂଶୋଧିତ ଏନ୍‌ପିଏ ସର୍କୁଲାର ଜାରି କରିଛି। ୨୦୦୦ କୋଟି ଅଥବା ଏହାଠାରୁ ଊର୍ଦ୍ଧ୍ୱ ଟଙ୍କାର ବକେୟା ଋଣ ଫେରସ୍ତ...

ଟିଡିଏସ୍‌ ସାର୍ଟିଫିକେଟ ଫର୍ମାଟରେ ସଂଶୋଧନ

ନୂଆଦିଲ୍ଲୀ,୧୭-୪: ଆୟକର ବିଭାଗ ଟିଡିଏସ୍‌ ସାର୍ଟିଫିକେଟ ଅର୍ଥାତ୍‌ ଫର୍ମ ୧୬ରେ ସଂଶୋଧନ କରିଛି। ଏଥିରେ ଘରଭଡ଼ାରୁ ହେଉଥିବା ଆୟ ତଥା ଅନ୍ୟ ନିଯୁକ୍ତିଦାତାଙ୍କଠାରୁ ପ୍ରାପ୍ତ ଦରମା...

Advertisement
Archives

Model This Week