ଅଭିଜ୍ଞତାରୁ ଅଭିବୃଦ୍ଧି

ଉଚ୍ଚଶିକ୍ଷା ଶେଷକରି ନିଜର ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟ କରିବାର ଅଭିଜ୍ଞତାକୁ ବ୍ୟବସାୟରେ ବିନିଯୋଗ କରିବା ଲକ୍ଷ୍ୟରେ କର୍ମଭୂମିରୁ ଜନ୍ମଭୂମିକୁ ଫେରିଥିଲେ। ଏପରିକି ଦୀର୍ଘ ୫ଦଶନ୍ଧିରୁ ଅଧିକ ସମୟ ହେବ ରାଉରକେଲାଠାରେ ଥିବା ପାରିବାରିକ ବ୍ୟବସାୟରେ ଯୋଗଦେବା ସହ ସମୟକ୍ରମେ ଅଳଙ୍କାର ବ୍ୟବସାୟର ଭାର ସମ୍ଭାଳିଥିଲେ। ବିଶେଷକରି ଦେଶର ପ୍ରମୁଖ ଅଳଙ୍କାର ବ୍ରାଣ୍ଡ୍‌ ତନିସ୍କର ଡିଲରଶିପ ଜରିଆରେ ଇନ୍ଦିରା ଜୁଏଲ୍ସର ବ୍ୟବସାୟ ଅଭିବୃଦ୍ଧି ପାଇଁ ଆବଶ୍ୟକ ଯୋଜନା କରିଥିଲେ। ପରବର୍ତ୍ତୀ ସମୟରେ ସମଗ୍ର ପଶ୍ଚିମ ଓଡ଼ିଶାରେ ବ୍ରାଣ୍ଡ୍‌ର ଲୋକପ୍ରିୟତା ହାସଲ କରାଇବା ସହ ସମ୍ବଲପୁର ଓ ଝାରସୁଗୁଡ଼ାଠାରେ ବ୍ୟବସାୟ ଆରମ୍ଭ କରି ଗ୍ରାହକଙ୍କ ନିକଟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେହି ସଫଳ ବ୍ୟବସାୟୀ ତଥା ଇନ୍ଦିରା ଜୁଏଲ୍ସ ପ୍ରାଇଭେଟ ଲିମିଟେଡ୍‌ର ନିର୍ଦ୍ଦେଶକ ନଭପ୍ରୀତ୍‌ ସିଂଙ୍କ ସହ ଧରିତ୍ରୀର ବିଶେଷ ବାର୍ତ୍ତାଳାପ…

ପ୍ରଶ୍ନ-୧: ଅଳଙ୍କାର ଶିଳ୍ପରେ ସାମ୍ନା କରୁଥିବା ପ୍ରମୁଖ ସମସ୍ୟାଗୁଡ଼ିକ କ’ଣ?
ଉତ୍ତର: କ୍ରମାଗତ ଭାବେ ଦେଶରେ ସୁନା ଓ ହୀରା ଅଳଙ୍କାରର ମୂଲ୍ୟ ବୃଦ୍ଧି ପାଇବା ଅଳଙ୍କାର ଶିଳ୍ପ ପାଇଁଁ ସବୁଠାରୁ ବଡ଼ ସମସ୍ୟା ପାଲଟିଛି। ସେହିଭଳି ଗତ କିଛି ମାସ ହେବ ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ସାରା ବିଶ୍ୱରେ ମଧ୍ୟ ଏକ ଅନିଶ୍ଚିତତା ଦେଖାଦେଉଛି। ଫଳରେ ଅଳଙ୍କାର ଶିଳ୍ପରେ ମାନ୍ଦାବସ୍ଥା ରହିଛି। ଏପରିକି ଅର୍ଥନୀତିରେ ମଧ୍ୟ ଏହାର ପ୍ରଭାବ ଦେଖାଦେଇଛି।
ପ୍ରଶ୍ନ-୨: ଅଳଙ୍କାର ଶିଳ୍ପରେ ଗତ ବର୍ଷ କେଉଁ ଅଳଙ୍କାର ଟ୍ରେଣ୍ଡରେ ରହିଥିଲା?
ଉତ୍ତର: ଗତ ବର୍ଷ ଅଳଙ୍କାର ଶିଳ୍ପରେ ହାଲୁକା ଡିଜାଇନର ଅଳଙ୍କାର ବେଶ୍‌ ଟ୍ରେଣ୍ଡ କରିଥିଲା। ଏପରିକି ସାରା ଦେଶରେ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଗ୍ରାହକମାନେ ବିବାହ କିମ୍ବା କୌଣସି ଉତ୍ସବ ସମୟରେ ସ୍ବଳ୍ପ ବଜେଟରେ କାରବାର କରୁଛନ୍ତି।
ପ୍ରଶ୍ନ-୩: ବର୍ତ୍ତମାନ ଗ୍ରାହକଙ୍କ ମଧ୍ୟରେ କ’ଣ ପରିବର୍ତ୍ତନ ଦେଖୁଛନ୍ତି?
ଉତ୍ତର: ଗ୍ରାହକମାନେ ସେହି ବ୍ରାଣ୍ଡ୍‌ର ଜିନିଷ କିଣିବାକୁ ପସନ୍ଦ କରୁଛନ୍ତି,ଯେଉଁ ବ୍ରାଣ୍ଡ୍‌କୁ ସେମାନେ ବିଶ୍ୱାସ କରନ୍ତି। ସେଥିପାଇଁ ସେମାନେ କିଛି ପରିମାଣର ଟଙ୍କା ଦେଇ ଜିନିଷ କିଣିବାକୁ ପସନ୍ଦ କରିଥାଆନ୍ତି। ଏପରିକି ବ୍ରାଣ୍ଡ୍‌ରୁ କିଣାକିଣି କଲେ ସେମାନଙ୍କର ଅର୍ଥର ମୂଲ୍ୟ ସହ ଗୁଣାତ୍ମକ ସାମଗ୍ରୀ ପାଇପାରିବେ ବୋଲି ଗ୍ରାହକ ଅନୁଭବ କରିଥାନ୍ତି।
ପ୍ରଶ୍ନ-୪: ସୁନା ଅଳଙ୍କାର ବିକ୍ରି ବିଶ୍ୱାସରେ ହୋଇଥାଏ, କିନ୍ତୁ ବର୍ତ୍ତମାନ ଦେଶରେ ଅନ୍‌ଲାଇନ ମାଧ୍ୟମରେ ସୁନା ଅଳଙ୍କାର ବିକ୍ରି ହେଉଛି। ତେଣୁ ଆପଣ ଭାବୁଛନ୍ତି କି ଭବିଷ୍ୟତରେ ଏହା ବିକ୍ରିରେ ପ୍ରଭାବ ପକାଇପାରିବ?
ଉତ୍ତର: ପ୍ରକୃତରେ ଏହା ସତ୍ୟ ନୁହେଁ, ହେଲେ ବାସ୍ତବରେ ଦେଖାଗଲେ ଲୋକମାନେ ପ୍ରାୟ ଶୋ’ରୁମ୍‌ଗୁଡ଼ିକରୁ ଜିନିଷ କିଣିବାକୁ ଭଲ ପାଇଥାଆନ୍ତି। ଏପରିକି ଦେଶର ପ୍ରତ୍ୟେକ ବ୍ରାଣ୍ଡ୍‌ ବର୍ତ୍ତମାନ ଅନ୍‌ଲାଇନ ମାଧ୍ୟମରେ ତାଙ୍କର ଉତ୍ପାଦ ପ୍ରଦର୍ଶନ ଓ ଜିନିଷ କିଣିବାକୁ ଗ୍ରାହକମାନଙ୍କୁ ଅନେକ ପ୍ରକାର ସୁବିଧା ମଧ୍ୟ ଯୋଗାଇ ଦେଉଛନ୍ତି।
ପ୍ର-୫: ବ୍ୟବସାୟ ଅଭିଜ୍ଞତା ସମ୍ପର୍କରେ କ’ଣ କହିବେ?
ଉତ୍ତର- କୋଲକାତାର ସେଣ୍ଟ ଜାଭିୟର କଲେଜରୁ ମୁଁ ବି.କମ୍‌ରେ ସ୍ନାତକ କରିଛି। ଏପରିକି ଡେରାଡୁନ୍‌ ଡୁନ୍‌ ସ୍କୁଲର ଆଲୁମ୍‌ନି ଥିଲି। ବିଶେଷକରି ପ୍ରାରମିକ ପର୍ଯ୍ୟାୟରେ ମୁମ୍ବାଇଠାରେ ଡେଲୋଏଟ୍‌ର ଅଡିଟ୍‌ ଡିଭିଜନ ସହିତ ଡେଲୋଏଟ୍‌ ହାସକିନ୍ସର ସେଲ୍‌ରେ ମଧ୍ୟ କାର୍ଯ୍ୟ କରିଥିଲି। ପରବର୍ତ୍ତୀ ସମୟରେ ମୋର ହୋମ୍‌ଟାଉନ ରାଉରକେଲାକୁ ଫେରି ଆସିଥିଲି। ତେବେ ଆମ ପାଖରେ ଇନ୍ଦିରା ଟେକ୍ସଟାଇଲ ନାଁରେ ପୋଷାକ ଉପତ୍ାଦନ କରୁଥିବା ବ୍ୟବସାୟ ରହିଛି। ବର୍ତ୍ତମାନ ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ରେ ମାନ୍ୟବର ସଂସ୍ଥା ପାଇଁ ଆମେ ଫ୍ରାଞ୍ଚାଇଜ୍‌ ନେଇଛୁ। ଏହା ସହ ରାଉରକେଲାରେ ଫାବ୍‌ଇଣ୍ଡିଆ ଷ୍ଟୋର ମଧ୍ୟ ରହିଛି। ଆମେ ବର୍ତ୍ତମାନ ରାଉରକେଲା, ସମ୍ବଲପୁର ଏବଂ ଝାରସୁଗୁଡ଼ାରେ ତନିସ୍କ ବ୍ରାଣ୍ଡ୍‌ର ବ୍ୟବସାୟୀ ସହଯୋଗୀ ଅଟୁ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?