ଗ୍ରୀନ୍‌ଲାଣ୍ଡ ବିକ୍ରି ପାଇଁ ନୁହେଁ

ନୁକ୍‌,୧୯ା୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗ୍ରୀନ୍‌ଲାଣ୍ଡକୁ ଦଖଲ କରିବା ପାଇଁ ଚେତାବନୀ ଦେଇଥିବାବେଳେ ଏହାକୁ ବିରୋଧ କରି ସେଠାରେ ଟ୍ରମ୍ପ୍‌ ବିରୋଧୀ ବିକ୍ଷୋଭ ଜୋର୍‌ ଧରିଛି। ଅନେକ ହଜାର ଗ୍ରୀନ୍‌ଲାଣ୍ଡ ବାସିନ୍ଦା ତୁଷାର ଓ ବରଫାବୃତ ରାସ୍ତାରେ ଶୋଭାଯାତ୍ରାରେ ବାହାରି ଆମେରିକା ରାଷ୍ଟ୍ରପତିଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ସେମାନେ ନିଜ ଦେଶର ସ୍ବାୟତ୍ତ ଶାସନକୁ ସମର୍ଥନ କରିବା ସହ ‘ଗ୍ରୀନ୍‌ଲାଣ୍ଡ ବିକ୍ରି ପାଇଁ ନୁହେଁ’ ବୋଲି ସ୍ଲୋଗାନ ଦେଇଥିଲେ। ଗ୍ରୀନ୍‌ଲାଣ୍ଡ ରାଜଧାନୀ ନୁକ୍‌ ସହରରୁ ବିକ୍ଷୋଭକାରୀ ଶୋଭାଯାତ୍ରାରେ ଆମେରିକା ବାଣିଜି୍ୟକ ଦୂତାବାସ ଅଭିମୁଖେ ବାହାରିଥିଲେ। ବିନା ସଂଘର୍ଷରେ ଆମେ ପରାଜୟ ବରଣ କରିବୁ ନାହିଁ ବୋଲି ସେମାନେ କହିଛନ୍ତି। ରାଜଧାନୀ ନୁକ୍‌ ସହରର ଲୋକ ସଂଖ୍ୟା ୨୦,୦୦୦ ହୋଇଥିବାବେଳେ ବିକ୍ଷୋଭରେ ଏହାର ଏକଚତୁର୍ଥାଂଶ ସାମିଲ ହୋଇଥିଲେ। ଗ୍ରୀନ୍‌ଲାଣ୍ଡର ଅନ୍ୟ ସହର ସମେତ ଡେନ୍‌ମାର୍କର କୋପେନହାଗେନ୍‌ରେ ମଧ୍ୟ ଅନୁରୂପ ବିକ୍ଷୋଭ ଏବଂ ରାଲି କରାଯାଇଛି। ନୁକ୍‌ରେ ଅନୁଷ୍ଠିତ ବିକ୍ଷୋଭରେ ଗ୍ରୀନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ ଜେନ୍ସ ଫ୍ରେଡେରିକ୍‌ ନିଏଲ୍‌ସେନ୍‌ ଯୋଗଦେଇଥିଲେ।
ସେପଟେ ଆମେରିକାର ଗ୍ରୀନ୍‌ଲାଣ୍ଡ ନିୟନ୍ତ୍ରଣ ଯୋଜନାକୁ ବିରୋଧ କରୁଥିବା ୮ଟି ୟୁରୋପୀୟ ଦେଶରୁ ଆମଦାନୀ ସାମଗ୍ରୀ ଉପରେ ଫେବୃଆରୀରୁ ୧୦ ପ୍ରତିଶତ ଟାରିଫ୍‌ ଲଗାଇବେ ବୋଲି ଟ୍ରମ୍ପ୍‌ ଘୋଷଣା କରିଛନ୍ତି। ସେହି ଦେଶଗୁଡ଼ିକ ହେଲା ଡେନ୍‌ମାର୍କ, ନରଓ୍ବେ, ସୁଇଡେନ୍‌, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ, ନେଦରଲାଣ୍ଡସ ଏବଂ ଫିନ୍‌ଲାଣ୍ଡ। ଗ୍ରୀନ୍‌ଲାଣ୍ଡକୁ ସମ୍ପୂର୍ଣ୍ଣ କିଣିବା ପାଇଁ ଆମେରିକା ଚାହୁଁଥିବାବେଳେ ଏହି ଡିଲ୍‌ କାର୍ଯ୍ୟକାରୀ ହୋଇ ନ ପାରିଲେ ଜୁନ୍‌ ୧ରୁ ଟାରିଫ୍‌ ପରିମାଣ ୨୫%କୁ ବୃଦ୍ଧି କରିବେ ବୋଲି ଟ୍ରମ୍ପ୍‌ କହିଛନ୍ତି। ଟାରିଫ୍‌ ଧମକ ଟ୍ରମ୍ପ୍‌ ଏବଂ ନାଟୋ ସହଯୋଗୀଙ୍କ ମଧ୍ୟରେ ଗମ୍ଭୀର ଏବଂ ବିପଜ୍ଜନକ ଉତ୍ତେଜନା ସୃଷ୍ଟି କରିବ ବୋଲି କୁହାଯାଉଛି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri