ନୁଭୋକୋ ପ୍ଲାଣ୍ଟକୁ ଗ୍ରୀନ୍‌ ପ୍ରୋ ଇକୋଲେବଲ ସ୍ବୀକୃତି

ନୂଆଦିଲ୍ଲୀ,୧୭।୧୧: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ନୁଭୋକୋ ଭିଷ୍ଟାସ୍‌ କର୍ପୋରେଶନ ଲିମିଟେଡ୍‌ (ଏନ୍‌ଭିସିଏଲ୍‌)ର ୬ଟି ରେଡି-ମିକ୍ସ କଂକ୍ରିଟ ପ୍ଲାଣ୍ଟକୁ ସମ୍ମାନଜନକ ଗ୍ରୀନ୍‌ ପ୍ରୋ ପ୍ରମାଣପତ୍ର ମିଳିଛି। ବିଶେଷକରି କମ୍ପାନୀର ପାଟେନଚେରୁ, ମିୟାପୁର(ହାଇଦ୍ରାବାଦ), ହ୍ବାଇଟ୍‌ଫିଲ୍ଡ (ବେଙ୍ଗାଲୁରୁ), ସନଥଲ୍‌(ଗୁଜରାଟ), ନୋଏଡା (ଉତ୍ତରପ୍ରଦେଶ) ଏବଂ ଗୁର୍‌ଗାଓଁ (ହରିୟାଣା)ଠାରେ ଅବସ୍ଥିତ ପ୍ଲାଣ୍ଟକୁ ଉପରୋକ୍ତ ସ୍ବୀକୃତି ପ୍ରଦାନ କରାଯାଇଛି। ଏପରିକି ଉପରୋକ୍ତ ପ୍ଲାଣ୍ଟଗୁଡ଼ିକ ଇକୋ ଡ୍ୟୋର-ଗ୍ରୀନ୍‌ କଂକ୍ରିଟ ଉତ୍ପାଦନ ପାଇଁ ଇଣ୍ଡିଆନ ଗ୍ରୀନ୍‌ ବିଲ୍ଡିଂ କାଉନସିଲ (ଆଇଜିବିସି-ସିଆଇଆଇ) ଦ୍ୱାରା ଗ୍ରୀନ୍‌ ପ୍ରୋର ମାନ୍ୟତା ହାସଲ କରିଛି।

ସେହିଭଳି ଗ୍ରୀନ ପ୍ରୋ ଇକୋଲେବଲ ଗ୍ଲୋବାଲ ଇକୋଲେବଲ ନେଟ୍‌ୱର୍କ (ଜିଇଏନ୍‌) ଦ୍ୱାରା ଜେନିସେସ୍‌ (ଜିଇଏନ ଇଣ୍ଟରନ୍ୟାଶନାଲ କୋ-ଅର୍ଡିନେଟେଡ୍‌ ଇକୋଲେବଲ ସିଷ୍ଟମ) ମାଧ୍ୟମରେ ମାନ୍ୟତା ଲାଭ କରିଛି। ଏ ସମ୍ପର୍କରେ ନୁଭୋକୋ ଭିଷ୍ଟାସ୍‌ କର୍ପୋରେଶନ ଲିମିଟେଡ୍‌ର ଚିଫ୍‌ ଷ୍ଟ୍ରାଟେଜି ଏବଂ ମାର୍କେଟିଂ ଅଫିସର ମଧୁସ୍ମିତା ବାସୁ କହିଛନ୍ତି, କମ୍ପାନୀର କନ୍‌ଷ୍ଟ୍ରକ୍ସନ ଡେଭଲପମେଣ୍ଟ ଏବଂ ଇନୋଭେସନ ସେଣ୍ଟରରୁ ଅଭିନବ ଏବଂ ସ୍ଥାୟୀ ଉତ୍ପାଦ ଉଭୟ ଅଂଶୀଦାର ଏବଂ ଗ୍ରାହକଙ୍କୁ ଯୋଗାଇ ଦେଇଆସୁଛୁ। ବିଶେଷ କରି ଆମର ହିତାଧିକାରୀଙ୍କ ପାଇଁ ମୂଲ୍ୟବୋଧ ସୃଷ୍ଟି କରିବା ପାଇଁ କମ୍ପାନୀକୁ ଏହା ହେଉଛି ଏକ ପ୍ରତିବଦ୍ଧତାର ଏକ ପ୍ରମାଣ। ପ୍ରୋଟେକ୍ଟ ଆୱାର ପ୍ଲାନେଟ୍‌ (ପିଓପି) ସ୍ଥାୟିତ୍ୱ ଏଜେଣ୍ଡାର ଏକ ଅଂଶ ଭାବେ ନୁଭୋକୋ ଏକ ବିସ୍ତୃତ ରଣନୀତି ପ୍ରସ୍ତୁତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri