ଗୋପାଳପୁରରେ ହେବ ଗ୍ରୀନ୍‌ ଆମୋନିଆ ପ୍ଲାଣ୍ଟ

ଭୁବନେଶ୍ୱର,୨୦।୨ (ଅନୁରାଧା ମହାରଣା):ଗ୍ରୀଡ୍‌କୋ ବିଦ୍ୟୁତ୍‌ ନିୟାମକ ଆୟୋଗ ଗ୍ରୀନ୍‌ ଏନର୍ଜି ଓପନ ଆକ୍ସେସ୍‌ ରେଗୁଲେଶନ୍ସ, ୨୦୨୩ ଅଧୀନରେ ମେସର୍ସ ଅଭାଡା ଗ୍ରୀନ୍‌ ଏଚ୍‌ ୨ ପ୍ରାଇଭେଟ୍‌ ଲିମିଟେଡ୍‌୍‌ ସହ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁସାରେ ୨୫ ବର୍ଷ ପାଇଁ ଗଞ୍ଜାମର ଗୋପାଳପୁରରେ ବାର୍ଷିକ ୦.୫ ମେଟ୍ରିକ ଟନ୍‌ ବିଶିଷ୍ଟ ଗ୍ରୀନ୍‌ ଆମୋନିଆ ପ୍ଲାଣ୍ଟ ପାଇଁ ୩୦୦ ମେଗାୱାଟର ସବୁଜ ପାୱାର ବ୍ୟାଙ୍କିଙ୍ଗ୍‌ ସୁବିଧା ପ୍ରଦାନ କରିବ। ଆସନ୍ତା ୨୫ ବର୍ଷ ପାଇଁ ଏହି ଚୁକ୍ତି ବୈଧ ରହିବ। ବୁଝାମଣାପତ୍ର ସ୍ବାକ୍ଷର ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି, ବର୍ତ୍ତମାନ ସୁଦ୍ଧା, ରାଜ୍ୟରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ନିବେଶ ଏବଂ ୨୨,୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସହିତ ୧୪ଟି ସବୁଜ ହାଇଡ୍ରୋଜେନ/ଆମୋନିଆ ପ୍ରକଳ୍ପକୁ ଅନୁମୋଦନ କରିଛୁ। ରାଜ୍ୟରେ ସବୁଜ ହାଇଡ୍ରୋଜେନ ଏବଂ ଆମୋନିଆ ଶିଳ୍ପ ପ୍ରତିଷ୍ଠାରେ ଏହା ଏକ ଐତିହାସିକ ଘଟଣା। ଜଳ ବ୍ୟତୀତ ସବୁଜ ହାଇଡ୍ରୋଜେନ ଏବଂ ଆମୋନିଆ ଉତ୍ପାଦନ ପାଇଁ ନବୀକରଣୀୟ ଶକ୍ତି ହେଉଛି ମୁଖ୍ୟ ଉପାଦାନ। ରାଜ୍ୟରେ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ ପାଇଁ ଓଡ଼ିଶା ସମସ୍ତ ସୁଯୋଗ ଏବଂ ପ୍ରୋତ୍ସାହନ ଯୋଗାଇଦେଉଛି । ଯେହେତୁ ଅକ୍ଷୟ ଶକ୍ତି ବିଦ୍ୟୁତ୍‌ ଉତ୍ପାଦନ ଅସ୍ଥିର, ଆମେ ସବୁଜ ଶକ୍ତିର ବ୍ୟାଙ୍କିଙ୍ଗ୍‌ ପାଇଁ ବ୍ୟବସ୍ଥା ସୃଷ୍ଟି କରିଛୁ, ଯାହା ସବୁଜ ହାଇଡ୍ରୋଜେନ ଏବଂ ଆମୋନିଆ ଡେଭଲପରମାନଙ୍କୁ ୨୪ ଘଣ୍ଟା ସବୁଜ ଶକ୍ତି ଯୋଗାଇବ । ସୂଚନା ଥାଉକି, ଗ୍ରୀନ୍‌ ହାଇଡ୍ରୋଜେନ ଏବଂ ଆମୋନିଆ ବିକାଶ ପାଇଁ ଓଡ଼ିଶା ଭାରତର ଅଗ୍ରଣୀ ରାଜ୍ୟ । ଅନୁକୂଳ ନୀତି, ବିକଶିତ ସାମୁଦ୍ରିକ ବନ୍ଦର ସହିତ ସବୁଜ ଶକ୍ତି ପାଇବା ପାଇଁ ଆବଶ୍ୟକ ଭିତ୍ତିଭୂମି, ସାର, ଇସ୍ପାତ ଏବଂ ଅନ୍ୟାନ୍ୟ ଧାତୁ ଶିଳ୍ପ ଏବଂ ତୈଳ ବିଶୋଧନାଗାରରେ ସବୁଜ ହାଇଡ୍ରୋଜେନ / ଆମୋନିଆର ଆବଶ୍ୟକ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri