ଚାଇନାକୁ ବଡ଼ ଝଟ୍‌କା, ୫ଟି ଉତ୍ପାଦ ଉପରେ ଆଣ୍ଟି ଡମ୍ପିଙ୍ଗ୍‌ ଶୁଳ୍କ ଲାଗୁ କଲା ଭାରତ…

ନୂଆଦିଲ୍ଲୀ, ୨୭।୧୨: ଘରୋଇ ଉଦ୍ୟୋଗଗୁଡ଼ିକର ବିକାଶକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ଚାଇନାକୁ ବଡ଼ ଝଟ୍‌କା ଦିଆଯାଇଛି। ଚାଇନାରୁ ଶସ୍ତା ଆମଦାନୀ ରୋକିବା ଲାଗି କେତେକ ଆଲୁମିନିୟମ୍‌ ଏବଂ ରାସାୟନିକ ସାମଗ୍ରୀ ସହିତ ୫ଟି ଉତ୍ପାଦ ଉପରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଆଣ୍ଟି ଡମ୍ପିଙ୍ଗ୍‌ ଶୁଳ୍କ ଲାଗୁ କରାଯାଇଛି।

କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ବିଜ୍ଞପ୍ତି ଅନୁଯାୟୀ, କିଛି ଫ୍ଲାଟ ରୋଲଡ ଆଲୁମିନିୟମ ଉତ୍ପାଦ ଉପରେ ଶୁଳ୍କ ଲାଗୁ କରାଯାଇଛି । ବାଣିଜ୍ୟ ମନ୍ତ୍ରଣାଳୟର ଯାଞ୍ଚ୍‌ ଶାଖା, ବାଣିଜ୍ୟ ପ୍ରତିକାର ନିର୍ଦ୍ଦେଶାଳୟ (ଡିଜିଟିଆର)ଙ୍କ ସୁପାରିଶ ପରେ ଏହି ଶୁଳ୍କ ଲାଗୁ କରାଯାଇଛି।

ଡିଜିଟିଆର ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏହି ଉତ୍ପାଦଗୁଡିକ ସାଧାରଣ ମୂଲ୍ୟଠାରୁ କମ ମୂଲ୍ୟରେ ଭାରତୀୟ ବଜାରକୁ ରପ୍ତାନି କରାଯାଇଛି, ଫଳସ୍ବରୂପ ଡମ୍ପିଙ୍ଗ୍‌ ହେଉଛି ।

ଡିଜିଟିଆର୍‌ ଶୁଳ୍କ ଆଦାୟ ପାଇଁ ସୁପାରିଶ କରୁଥିବା କ୍ଷେତ୍ରରେ ଅର୍ଥ ମନ୍ତ୍ରଣାଳୟ ଏହାକୁ କାର୍ଯ୍ୟକାରୀ କରିଥାଏ। ଘରୋଇ ଶିଳ୍ପ ମୂଲ୍ୟଠାରୁ ଆମଦାନୀ ମୂଲ୍ୟ କମ ରହିଛି କି ନାହିଁ ତାହା ସ୍ଥିର କରିବା ପାଇଁ ଆଣ୍ଟି-ଡମ୍ପିଙ୍ଗ୍‌ ଯାଞ୍ଚ୍‌ କରାଯାଇଥାଏ। ନ୍ୟାୟଯୁକ୍ତ ବାଣିଜ୍ୟକୁ ସୁନିଶ୍ଚିତ କରିବା ଏବଂ ଘରୋଇ ଶିଳ୍ପକୁ ସମାନ ସୁଯୋଗ ପ୍ରଦାନ କରିବା ପାଇଁ ଆଣ୍ଟି-ଡମ୍ପିଙ୍ଗ୍‌ ପଦକ୍ଷେପ ଗ୍ରହଣ କରାଯାଇଥାଏ।

ଉଭୟ ଭାରତ ଏବଂ ଚାଇନା ଜେନେଭା ସ୍ଥିତ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ର ସଦସ୍ୟ ଅଟନ୍ତି। ଚାଇନାରୁ ଆମଦାନୀ ହୋଇଥିବା ଉତ୍ପାଦ ବିରୋଧରେ ଭାରତ ସର୍ବାଧିକ ଆଣ୍ଟି-ଡମ୍ପିଙ୍ଗ୍‌ ମାମଲା ଆରମ୍ଭ କରିଛି।

ଏପ୍ରିଲ-ସେପ୍ଟେମ୍ବର ୨୦୨୧ ମଧ୍ୟରେ, ଚାଇନାକୁ ଭାରତରୁ ରପ୍ତାନୀ ହୋଇଥିବା ପରିମାଣ ୧୨.୨୬ ବିଲିୟନ ଡ଼ଲାର ଥିଲା। ଅପରପକ୍ଷରେ ଚାଇନାରୁ ଭାରତକୁ ରପ୍ତାନୀ ହୋଇଥିବା ପରିମାଣ ୪୨.୩୩ ବିଲିୟନ ଡ଼ଲାରରେ ପହଞ୍ଚିଛି। ଯାହାଦ୍ୱାରା ବାଣିଜ୍ୟ ନିଅଣ୍ଟ ୩୦.୦୭ ବିଲିୟନ ଡ଼ଲାରରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟ: ୧୦ ବର୍ଷ ହେଲା ବିଚାରାଧୀନ ୧୦ ହଜାର ମାମଲା

ନୂଆଦିଲ୍ଲୀ, ୫ା୮:ସୁପ୍ରିମକୋର୍ଟରେ ଅଦ୍ୟାବଧି ୭୧ ହଜାରରୁ ଊର୍ଦ୍ଧ୍ୱ ମାମଲା ପଡ଼ିରହିଥିବାବେଳେ ସେଥିମଧ୍ୟରୁ ୧୦ ହଜାରରୁ ଅଧିକ ଗତ ଦଶନ୍ଧି ଧରି ଗଡ଼ୁଛି। ଏ ନେଇ ଆଇନମନ୍ତ୍ରୀ...

ଭୁବନେଶ୍ୱରରେ ପ୍ରାମା ବ୍ରାଣ୍ଡ୍‌ ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର,୫।୨: ଦେଶର ପ୍ରମୁଖ ସ୍ବଦେଶୀ ସୁରକ୍ଷା ଏବଂ ନିରୀକ୍ଷଣ ଉତ୍ପାଦ ଉତ୍ପାଦନକାରୀ କମ୍ପାନୀ ପ୍ରାମା ଇଣ୍ଡିଆ ପ୍ରା.ଲିଃ.ର ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋର ନିକଟରେ ଉଦ୍‌ଘାଟିତ...

ସ୍ତ୍ରୀଙ୍କ ଆତ୍ମହତ୍ୟାର ଭିଡିଓ ରେକର୍ଡ କଲେ ସ୍ବାମୀ

ନେଲୋର, ୨୪ା୯: ଆନ୍ଧ୍ରପ୍ରଦେଶର ନେଲୋର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ମହିଳା ଆତ୍ମହତ୍ୟା କରୁଥିବାବେଳର ଦୃଶ୍ୟକୁ ତାଙ୍କ ସ୍ବାମୀ ଭିଡିଓ ଶୁଟିଂ...

ସରିସ୍କା ଅଭୟାରଣ୍ୟରେ ନିଆଁ, ୨୭ ବାଘ-୨୫୦ରୁ ଅଧିକ ଚିତା ସଙ୍କଟରେ, ଜନବସତି ମୁହାଁ ବନ୍ୟପ୍ରାଣୀ…

ଅଲଓ୍ବର, ୩୦।୩ : ରାଜସ୍ଥାନର ଅଲୱାର ଜିଲାର ସରିସ୍କା ଟାଇଗର ରିଜର୍ଭରେ ଲାଗିଥିବା ନିଆଁ ଏପର୍ଯ୍ୟନ୍ତ ଲିଭିନି। ବାୟୁସେନା ହେଲିକପ୍ଟରଗୁଡିକ କ୍ରମାଗତ ଭାବରେ ପାଣି ଛିଞ୍ଚୁଛନ୍ତି।...

୭ ଦିନରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷ ଟପିବା ଆଶଙ୍କା

ନୂଆଦିଲ୍ଲୀ, ୨୧।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ମଙ୍ଗଳବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୫୫ହଜାର ୧୯୧ରେ ପହଞ୍ଚିଛି।...

ଓଡ଼ିଶାରେ ୫-ଜି ସେବା ଆରମ୍ଭ

ଭୁବନେଶ୍ୱର,୫ା୧(ବ୍ୟୁରୋ): ଆଜିଠୁ ଓଡ଼ିଶାରେ ୫-ଜି ସେବା ଆରମ୍ଭ ହୋଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଏହାର ଶୁଭାରମ୍ଭ କରିଛନ୍ତି। ଏଥିପାଇଁ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍‌କୁ...

୧୩ ବିମାନ ବନ୍ଦର ଘରୋଇକରଣକୁ ମଞ୍ଜୁରୀ

ନୂଆଦିଲ୍ଲୀ, ୧୦ା୯: କେନ୍ଦ୍ର ସରକାରଙ୍କ ନ୍ୟାଶନାଲ ମନେଟାଇଜେଶନ ପାଇପଲାଇନ ପ୍ରସ୍ତାବ ମୁତାବକ ୧୩ ବିମାନ ବନ୍ଦର ଘରୋଇକରଣକୁ ଚୂଡାନ୍ତ ମଞ୍ଜୁରୀ ମିଳିଛି। ଏହା ମଧ୍ୟରେ ଭୁବନେଶ୍ୱରର...

ରାଜ୍ୟ ଯୋଜନାରେ ସାମିଲ ହୋଇପାରିବ ଆଧାର

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର କ୍ୟାବିନେଟ ବୁଧବାର ଆଧାର ଏବଂ ଅନ୍ୟ ଆଇନ ସଂଶୋଧନ ବିଲ୍‌, ୨୦୧୯କୁ ଅନୁମୋଦନ କରିଛି। ଏହି ଆଇନରେ ଏକ ବ୍ୟବସ୍ଥା ଯୋଡାଯାଇଛି। ତଦନୁଯାୟୀ...

Advertisement
Archives

Model This Week