ମାଲକାନଗିରି ତତ୍କାଳୀନ ଜିଲାପାଳ ମନୀଷ ଅଗ୍ରୱାଲଙ୍କୁ ମିଳିଲା ବଡ଼ ଆଶ୍ବସ୍ତି

କଟକ,୭ା୨(କାର୍ତ୍ତିକ ସାହୁ): ମାଲକାନଗିରିର ତତ୍କାଳୀନ ଜିଲାପାଳ ମନୀଷ ଅଗ୍ରୱାଲଙ୍କୁ ଶୁକ୍ରବାର ଏକ ବଡ଼ ଆଶ୍ବସ୍ତି ମିଳିଛି। ନିମ୍ନ ଅଦାଲତଙ୍କ ଏନ୍‌ବିଡବ୍ଲ୍ୟୁ ଜାରି ଉପରେ ହାଇକୋର୍ଟ ରୋକ ଲଗାଇ ଦେଇଛନ୍ତି।

ମାଲକାନଗିରିର ତତ୍କାଳୀନ ଜିଲାପାଳ ମନୀଷ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲାରେ ମାଲକାନଗିରି ଏସ୍‌ଡିଜେଏମ୍‌ କୋର୍ଟ ଏକ ଏନ୍‌ବିଡବ୍ଲ୍ୟୁ ଜାରି କରିଥିଲେ। କୋର୍ଟଙ୍କ ୨ ଥର ସମନ ସତ୍ତ୍ବେ ଅଗ୍ରୱାଲ କୋର୍ଟରେ ହାଜର ହୋଇ ନ ଥିଲେ। ଫଳରେ କୋର୍ଟ ଅଗ୍ରୱାଲଙ୍କ ନାମରେ ଏହି ଏନ୍‌ବିଡବ୍ଲ୍ୟୁ ଜାରି କରିଥିଲେ। ପରବର୍ତ୍ତୀ ସମୟରେ ଅଗ୍ରୱାଲ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ମାଲକାନଗିରି ଏସ୍‌ଡିଜେଏମ୍‌ କୋର୍ଟଙ୍କ ଜାରି ଏନ୍‌ବିଡବ୍ଲ୍ୟୁ ଉପରେ ରୋକ ଲଗାଇଦେଇଛନ୍ତି। ଫଳରେ ଅଗ୍ରୱାଲଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି।

ସୂଚନାଯୋଗ୍ୟ, ମାଲକାନଗିରିର ତତ୍କାଳୀନ ଜିଲାପାଳ ମନୀଷଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁର ପ୍ରାୟ ବର୍ଷକ ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ପୋଲିସ ଆଇପିସିର ଧାରା ୩୦୨, ୫୦୬, ୨୦୧, ୨୦୪, ୧୨୦(ବି), ୩୪ରେ ଏକ ମାମଲା ରୁଜୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ପ୍ରାକ୍‌ ବଜେଟ: ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ଆଜି

ଭୁବନେଶ୍ୱର, ୭।୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୫-୨୬ ଆର୍ଥିକବର୍ଷ ଲାଗି କରାଯାଇଥିବା ବଜେଟରୁ କେତେ ଅର୍ଥ ଖର୍ଚ୍ଚ ହୋଇଛି ଏବଂ ଆସନ୍ତା ୨୦୨୬-୨୭ ଆର୍ଥିକବର୍ଷ ପାଇଁ…

ଅଢ଼େଇ ବର୍ଷର ଝିଆରୀଙ୍କୁ ବଳାତ୍କାର କଲେ ଦାଦା, ଆଉ ତା’ପରେ…

ପିଲିଭିଟ୍‌(ୟୁପି),୭ା୨: ଉତ୍ତରପ୍ରଦେଶର ପିଲିଭିଟ୍‌ ଜିଲାରେ ୨୫ ବର୍ଷର ଦାଦା ନିଜର ଅଢ଼େଇ ବର୍ଷର ଝିଆରୀକୁ ବଳାତ୍କାର କରିବା ପରେ ଆତ୍ମହତ୍ୟା କରିଛନ୍ତି। ଗୁରୁବାର ରାତି ପ୍ରାୟ ୮ଟା…

ମାର୍ଚ୍ଚକୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି

ଭୁବନେଶ୍ୱର,୭।୨: ମହାନଦୀ ଜଳ ବିବାଦ ଶୁଣାଣି ମାର୍ଚ୍ଚ ୧୪ ତାରିଖକୁ ଘୁଞ୍ଚିଛି। ଫେବୃଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ସ୍ପଟ ଭିଜିଟ କରାଯିବ ।…

ବେରୋଜଗାରୀ ଯୁବତୀ-ଯୁବକଙ୍କ ପାଇଁ ଖୁସି ଖବର, ୨୩୮୦୦ ସରକାରୀ ପଦବୀ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ…

ନୂଆଦିଲ୍ଲୀ,୭।୨: ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶୁକ୍ରବାର ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧.୨୭ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ…

ଅତିରିକ୍ତ ତହସିଲଦାରଙ୍କ ଦୁର୍ବ୍ୟବହାରରେ କୀଟନାଶକ ପିଇଦେଲେ ପିଇଓ

ଚିକିଟି,୭ା୨(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି। ଅତିରିକ୍ତ ତହସିଲଦାର ଶାଶ୍ୱତୀ ଷଡ଼ଙ୍ଗୀଙ୍କ ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ ରାମଚନ୍ଦ୍ରପୁର ପଞ୍ଚାୟତ…

ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରୀଛାତ୍ର ହେଲେ ପୁରସ୍କୃତ

ଥୁଆମୂଳରାମପୁର, ୭ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଡୁମେରପଦର ସରକାରୀ (ଏସ୍‌ଏସ୍‌ଡି) ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୁଶାନ୍ତ…

ପଞ୍ଜାବୀ ଗୀତ ବୁଝି ପାରିଲେନି Vaibhav Suryavanshi! ବିଜୟ ପରେ ଡ୍ୟାନ୍ସ ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୭।୨: ୧୯ ବର୍ଷରୁ କମ ବିଶ୍ୱକପ ଇତିହାସର ସବୁଠାରୁ ଶକ୍ତିଶାଳୀ ପ୍ରଦର୍ଶନ ପରେ, Vaibhav Suryavanshi ଏକ ଜବରଦସ୍ତ ଉତ୍ସବ ସହିତ ଭାରତର ବିଜୟ ପାଳନ କଲେ,…

ଯୁବପିଢ଼ିଙ୍କ ମଧ୍ୟରେ ବୃଦ୍ଧି ପାଉଛି ଷ୍ଟୋନ ସମସ୍ୟା, ଜାଣନ୍ତୁ କାରଣ ଏବଂ ପ୍ରତିକାର

ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଷ୍ଟୋନକୁ ଗମ୍ଭୀରତାର ସହ ନିଅନ୍ତି ନାହିଁ । କିନ୍ତୁ ଏହି ଛୋଟ ସମସ୍ୟା ହୃଦରୋଗ, କ୍ରନିକ ବୃକକ୍ ରୋଗ ଏବଂ କିଡନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri