ଶିଳ୍ପ ବିହୀନ କନ୍ଧମାଳରେ ଗ୍ରାଫାଇଟ୍‌ ସନ୍ଧାନ: ଭୂତତ୍ତ୍ୱବିତ୍‌ଙ୍କ ଦ୍ୱାରା ସର୍ଭେ କାର୍ଯ୍ୟ ଜୋରଦାର

ଦାରିଙ୍ଗବାଡ଼ି,୨୮ା୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ହାତୀମୁଣ୍ଡା ପଞ୍ଚାୟତର ବିଜାଲି ଏବଂ କୁମ୍ଭାରିପଦର ଅଞ୍ଚଳରେ ଗ୍ରାଫାଇଟ୍‌ର ସନ୍ଧାନ ମିଳିଛି। ଏହାକୁ ନେଇ ବ୍ରହ୍ମପୁରରୁ ଭୂତତ୍ତ୍ୱବିତ୍‌ ବୈଜ୍ଞାନିକମାନେ ସର୍ଭେକୁ ଜୋରଦାର କରିଛନ୍ତି। ପ୍ରାୟ ୦.୨୫ ସ୍କୋୟାର କିଲୋମିଟର ସ୍ଥାନକୁ ଏବେ ମାପ କରାଯାଇ ଚିହ୍ନଟ କରାଯାଉଛି। କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଭୂତତ୍ତ୍ୱବିତ୍‌ ବୈଜ୍ଞାନିକ ଲାଜବନ୍ତି ଦେବୀଙ୍କ ନେତୃତ୍ୱରେ ବୈଜ୍ଞାନିକ ଜଗଜିତ ବେହେରା, ସୌରଭ ପ୍ରଧାନ ଏବଂ ସର୍ଭେ ଅଫିସର ଗୋପାଳ ଚନ୍ଦ୍ର ସାହୁ ପ୍ରମୁଖ ଏହି କାର୍ଯ୍ୟ କରୁଛନ୍ତି। ପ୍ରତିଦିନ ସକାଳ ୮ଟାରୁ ଅପରାହ୍ନ ପର୍ଯ୍ୟନ୍ତ ପାହାଡ଼ ଅଞ୍ଚଳରେ ଏହି ସର୍ଭେ କରାଯାଉଛି। ତେବେ କେତେ ପରିମାଣର ଗ୍ରାଫଇଟ୍‌ ଏଠାରୁ ଉତ୍ତୋଳନ ହୋଇପାରିବ ସେ ପ୍ରକ୍ରିୟା ବା ତା’ର ସର୍ଭେ ସରିନାହିଁ। ଏବେ କେବଳ ଗ୍ରାଫାଇଟ୍‌ ରହିଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଉଛି। ଏହି କାର୍ଯ୍ୟ ୩ ମାସରୁ ଅଧିକ ସମୟ ଧରି ଚାଲିଥିବା ବେଳେ ଆହୁରି ୧୫ ଦିନ ଲାଗିବ। ଡିଜିଟାଲ ଥିଓଡିଓଲାଇଟ ଯନ୍ତ୍ର ସାହାଯ୍ୟରେ ଏହି କାର୍ଯ୍ୟକୁ ନିଜେ ସର୍ଭେ ଅଧିକାରୀ ଗୋପାଳ ଚନ୍ଦ୍ର ସାହୁ ମାପ କରୁଥିବା ଓ ସର୍ଭେ କରୁଥିବା କହିଛନ୍ତି। ଏହି ଗ୍ରାଫାଇଟ୍‌ ଉତ୍ତୋଳନ ହେଲେ ଭାରତବର୍ଷ ଏକ ଶକ୍ତିଶାଳୀ ଦେଶ ହୋଇପାରିବ। ଏହି ଗ୍ରାଫାଇଟ୍‌ ଏକ ତରଳ ପଦାର୍ଥ ହୋଇଥିବା ବେଳେ ଏହା ଅନେକ ଅସ୍ତ୍ରଶସ୍ତ୍ରରେ ବ୍ୟବହାର କରାଯାଇପାରିବ। ରାଜ୍ୟରେ ଅନେକ ସ୍ଥାନରେ ଗ୍ରାଫାଇଟ୍‌ ରହିଥିବା ଚିହ୍ନଟ ହୋଇଥିଲେ ମଧ୍ୟ କେଉଁଠି ଚିହ୍ନଟ ହୋଇ ପାରିନାହିଁ। ଜିଲାର ତୁମୁଡ଼ିବନ୍ଧ ବ୍ଲକ୍‌ ଅଞ୍ଚଳରେ ଏହା ଚିହ୍ନଟ ହୋଇଥିଲେ ମଧ୍ୟ ଜଙ୍ଗଲ ଓ ପରିବେଶ ନଷ୍ଟ ହେବା ଆଶଙ୍କାରେ ସରକାର ସେଠାରୁ ଗ୍ରାଫାଇଟ୍‌ ଉତ୍ତୋଳନକୁ ସ୍ଥଗିତ ରଖିଛନ୍ତି। ଯଦି ଏହା ବିଜାଲିରେ ଉତ୍ତୋଳନ କରାଯାଏ, ତେବେ ଏହା ଜିଲା ତଥା ରାଜ୍ୟରେ ପ୍ରଥମ ଗ୍ରାଫାଇଟ୍‌ ଖଣି ଉତ୍ତୋଳନ ବୋଲି କୁହାଯାଇପାରିବ।
ପ୍ରକାଶ ଯେ, ଗତ ହୁଦ୍‌ହୁଦ୍‌, ତିତିଲି ଭଳି ଏକାଧିକ ବାତ୍ୟା, ବର୍ଷାରେ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରିପଦରରେ ଭୂସ୍ଖଳନ ହୋଇଥିଲା। ଏଥିରେ ଶହ ଶହ ଲୋକ ହଇରାଣ ହେବା ସହ ଲୋକଙ୍କ ଚାଷଜମି ନଷ୍ଟ ହୋଇଥିଲା। ବର୍ଷା ଓ ବାତ୍ୟା ଆସିଲେ କୁମ୍ଭାରିପଦର ଲୋକଙ୍କ ଛାତି ଥରୁଥିଲା। ବର୍ଷା ଓ ବାତ୍ୟା ଆସିଲେ ପ୍ରଶାସନ ସେଠାକାର ଲୋକଙ୍କୁ ଅସ୍ଥାୟୀ କ୍ୟାମ୍ପ କରି ରଖିବାକୁ ପଡୁଥିଲା। ଏଭଳି କିଛି ବର୍ଷ ବିତିଗଲା ପରେ ବ୍ରହ୍ମପୁର ଭୂତତ୍ତ୍ୱ ବିଭାଗର ଭୂତତ୍ତ୍ୱବିତ୍‌ ବୈଜ୍ଞାନିକ ଲାଜବନ୍ତି ଦେବୀ ତାଙ୍କ ଦଳ ସହ ଆସି କୁମ୍ଭାରିପଦର ଭୂସ୍ଖଳନ ଅଞ୍ଚଳରୁ ୨୦୨୩ରେ ପଥର, ମାଟି, ବାଲି ସଂଗ୍ରହ କରି ପରୀକ୍ଷା ପାଇଁ ନେଇଥିଲେ। ପରେ ସ୍ପଷ୍ଟ ହେଲା ଯେ, ଉକ୍ତ ଅଞ୍ଚଳରେ ଖଣିଜ ପଦାର୍ଥ ରହିଛି, ଯାହାଫଳରେ ବାରମ୍ବାର ଭୂସ୍ଖଳନ ଘଟୁଛି। ସେହିଦିନଠାରୁ ବୈଜ୍ଞାନିକମାନେ ଉକ୍ତ ପଞ୍ଚାୟତର ବିଭିନ୍ନ ସ୍ଥାନକୁ ଅନୁଧ୍ୟାନ କରି ବିଜାଲି ଅଞ୍ଚଳରେ ମଧ୍ୟ ଖଣିର ସନ୍ଧାନ ପାଇଥିଲେ। ସେବେଠାରୁ ଏହାର ସର୍ଭେ କାର୍ଯ୍ୟକୁ ଜୋରଦାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri