ଶିଳ୍ପ ବିହୀନ କନ୍ଧମାଳରେ ଗ୍ରାଫାଇଟ୍‌ ସନ୍ଧାନ: ଭୂତତ୍ତ୍ୱବିତ୍‌ଙ୍କ ଦ୍ୱାରା ସର୍ଭେ କାର୍ଯ୍ୟ ଜୋରଦାର

ଦାରିଙ୍ଗବାଡ଼ି,୨୮ା୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ହାତୀମୁଣ୍ଡା ପଞ୍ଚାୟତର ବିଜାଲି ଏବଂ କୁମ୍ଭାରିପଦର ଅଞ୍ଚଳରେ ଗ୍ରାଫାଇଟ୍‌ର ସନ୍ଧାନ ମିଳିଛି। ଏହାକୁ ନେଇ ବ୍ରହ୍ମପୁରରୁ ଭୂତତ୍ତ୍ୱବିତ୍‌ ବୈଜ୍ଞାନିକମାନେ ସର୍ଭେକୁ ଜୋରଦାର କରିଛନ୍ତି। ପ୍ରାୟ ୦.୨୫ ସ୍କୋୟାର କିଲୋମିଟର ସ୍ଥାନକୁ ଏବେ ମାପ କରାଯାଇ ଚିହ୍ନଟ କରାଯାଉଛି। କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଭୂତତ୍ତ୍ୱବିତ୍‌ ବୈଜ୍ଞାନିକ ଲାଜବନ୍ତି ଦେବୀଙ୍କ ନେତୃତ୍ୱରେ ବୈଜ୍ଞାନିକ ଜଗଜିତ ବେହେରା, ସୌରଭ ପ୍ରଧାନ ଏବଂ ସର୍ଭେ ଅଫିସର ଗୋପାଳ ଚନ୍ଦ୍ର ସାହୁ ପ୍ରମୁଖ ଏହି କାର୍ଯ୍ୟ କରୁଛନ୍ତି। ପ୍ରତିଦିନ ସକାଳ ୮ଟାରୁ ଅପରାହ୍ନ ପର୍ଯ୍ୟନ୍ତ ପାହାଡ଼ ଅଞ୍ଚଳରେ ଏହି ସର୍ଭେ କରାଯାଉଛି। ତେବେ କେତେ ପରିମାଣର ଗ୍ରାଫଇଟ୍‌ ଏଠାରୁ ଉତ୍ତୋଳନ ହୋଇପାରିବ ସେ ପ୍ରକ୍ରିୟା ବା ତା’ର ସର୍ଭେ ସରିନାହିଁ। ଏବେ କେବଳ ଗ୍ରାଫାଇଟ୍‌ ରହିଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଉଛି। ଏହି କାର୍ଯ୍ୟ ୩ ମାସରୁ ଅଧିକ ସମୟ ଧରି ଚାଲିଥିବା ବେଳେ ଆହୁରି ୧୫ ଦିନ ଲାଗିବ। ଡିଜିଟାଲ ଥିଓଡିଓଲାଇଟ ଯନ୍ତ୍ର ସାହାଯ୍ୟରେ ଏହି କାର୍ଯ୍ୟକୁ ନିଜେ ସର୍ଭେ ଅଧିକାରୀ ଗୋପାଳ ଚନ୍ଦ୍ର ସାହୁ ମାପ କରୁଥିବା ଓ ସର୍ଭେ କରୁଥିବା କହିଛନ୍ତି। ଏହି ଗ୍ରାଫାଇଟ୍‌ ଉତ୍ତୋଳନ ହେଲେ ଭାରତବର୍ଷ ଏକ ଶକ୍ତିଶାଳୀ ଦେଶ ହୋଇପାରିବ। ଏହି ଗ୍ରାଫାଇଟ୍‌ ଏକ ତରଳ ପଦାର୍ଥ ହୋଇଥିବା ବେଳେ ଏହା ଅନେକ ଅସ୍ତ୍ରଶସ୍ତ୍ରରେ ବ୍ୟବହାର କରାଯାଇପାରିବ। ରାଜ୍ୟରେ ଅନେକ ସ୍ଥାନରେ ଗ୍ରାଫାଇଟ୍‌ ରହିଥିବା ଚିହ୍ନଟ ହୋଇଥିଲେ ମଧ୍ୟ କେଉଁଠି ଚିହ୍ନଟ ହୋଇ ପାରିନାହିଁ। ଜିଲାର ତୁମୁଡ଼ିବନ୍ଧ ବ୍ଲକ୍‌ ଅଞ୍ଚଳରେ ଏହା ଚିହ୍ନଟ ହୋଇଥିଲେ ମଧ୍ୟ ଜଙ୍ଗଲ ଓ ପରିବେଶ ନଷ୍ଟ ହେବା ଆଶଙ୍କାରେ ସରକାର ସେଠାରୁ ଗ୍ରାଫାଇଟ୍‌ ଉତ୍ତୋଳନକୁ ସ୍ଥଗିତ ରଖିଛନ୍ତି। ଯଦି ଏହା ବିଜାଲିରେ ଉତ୍ତୋଳନ କରାଯାଏ, ତେବେ ଏହା ଜିଲା ତଥା ରାଜ୍ୟରେ ପ୍ରଥମ ଗ୍ରାଫାଇଟ୍‌ ଖଣି ଉତ୍ତୋଳନ ବୋଲି କୁହାଯାଇପାରିବ।
ପ୍ରକାଶ ଯେ, ଗତ ହୁଦ୍‌ହୁଦ୍‌, ତିତିଲି ଭଳି ଏକାଧିକ ବାତ୍ୟା, ବର୍ଷାରେ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରିପଦରରେ ଭୂସ୍ଖଳନ ହୋଇଥିଲା। ଏଥିରେ ଶହ ଶହ ଲୋକ ହଇରାଣ ହେବା ସହ ଲୋକଙ୍କ ଚାଷଜମି ନଷ୍ଟ ହୋଇଥିଲା। ବର୍ଷା ଓ ବାତ୍ୟା ଆସିଲେ କୁମ୍ଭାରିପଦର ଲୋକଙ୍କ ଛାତି ଥରୁଥିଲା। ବର୍ଷା ଓ ବାତ୍ୟା ଆସିଲେ ପ୍ରଶାସନ ସେଠାକାର ଲୋକଙ୍କୁ ଅସ୍ଥାୟୀ କ୍ୟାମ୍ପ କରି ରଖିବାକୁ ପଡୁଥିଲା। ଏଭଳି କିଛି ବର୍ଷ ବିତିଗଲା ପରେ ବ୍ରହ୍ମପୁର ଭୂତତ୍ତ୍ୱ ବିଭାଗର ଭୂତତ୍ତ୍ୱବିତ୍‌ ବୈଜ୍ଞାନିକ ଲାଜବନ୍ତି ଦେବୀ ତାଙ୍କ ଦଳ ସହ ଆସି କୁମ୍ଭାରିପଦର ଭୂସ୍ଖଳନ ଅଞ୍ଚଳରୁ ୨୦୨୩ରେ ପଥର, ମାଟି, ବାଲି ସଂଗ୍ରହ କରି ପରୀକ୍ଷା ପାଇଁ ନେଇଥିଲେ। ପରେ ସ୍ପଷ୍ଟ ହେଲା ଯେ, ଉକ୍ତ ଅଞ୍ଚଳରେ ଖଣିଜ ପଦାର୍ଥ ରହିଛି, ଯାହାଫଳରେ ବାରମ୍ବାର ଭୂସ୍ଖଳନ ଘଟୁଛି। ସେହିଦିନଠାରୁ ବୈଜ୍ଞାନିକମାନେ ଉକ୍ତ ପଞ୍ଚାୟତର ବିଭିନ୍ନ ସ୍ଥାନକୁ ଅନୁଧ୍ୟାନ କରି ବିଜାଲି ଅଞ୍ଚଳରେ ମଧ୍ୟ ଖଣିର ସନ୍ଧାନ ପାଇଥିଲେ। ସେବେଠାରୁ ଏହାର ସର୍ଭେ କାର୍ଯ୍ୟକୁ ଜୋରଦାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri