ଧାନ କିଣାବିକା ମନ୍ଥର: ସପ୍ତାହରେ ଉଠିଛି ୭.୧୧ ହଜାର ପ୍ୟାକେଟ

ଅତାବିରା,୬ା୧୨(ଯୁଧିଷ୍ଠିର ମହାପାତ୍ର):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ଅଚଳାବସ୍ଥା ଲାଗି ରହିଛି। ନଭେମ୍ବର ୨୮ତାରିଖରୁ ମଣ୍ଡି ଖୋଲିଛି ସତ, ହେଲେ ଏପର୍ଯ୍ୟନ୍ତ ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ଅଧୀନ ଥିବା ବିଭିନ୍ନ ମଣ୍ଡିରୁ କେବଳ ୭୦୧୧ ପ୍ୟାକେଟ ଧାନ ଉଠାଯାଇଛି। ବର୍ତ୍ତମାନ ସୁଦ୍ଧା ଅତାବିରା ଆର୍‌ଏମ୍‌ସି ଅଧୀନରେ ଅତାବିରା ବ୍ଲକର ବିଭିନ୍ନ ମଣ୍ଡିରେ ସରକାରୀ ଟୋକନ ଥିବା ଚାଷୀଙ୍କ ୧ଲକ୍ଷ ୭୩ ହଜାର ୫୬୭ ପ୍ୟାକେଟ ପଡ଼ିଥିବା ବେଳେ ବେସରକାରୀ ଭାବେ ଆଉ ଲକ୍ଷାଧିକ ପ୍ୟାକେଟ ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି। ଶୁକ୍ରବାର ୪ହଜାର ୫୦୫ ପ୍ୟାକେଟ ଉଠିଥିବା ସ୍ଥଳରେ ଆହୁରି ୧ଲକ୍ଷ ୬୯ହଜାର ୬୨ ପ୍ୟାକେଟ ବିକ୍ରି ଅପେକ୍ଷାରେ ମଣ୍ଡିଗୁଡିକରେ ପଡ଼ିଛି l ନାନା ଆଳ ଦେଖାଇ ଧାନକିଣାକୁ ମନ୍ଥର କରାଯାଉଥିବା ବେଳେ ଅଭାବୀ ଧାନ ବିକ୍ରିକୁ ଦେଖି ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଏହି କାରଣରୁ ଭିନ୍ନ ଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ ହୋଇ ସାରିଛି। ଅନ୍ୟପଟେ ଚଳିତବର୍ଷ କେନ୍ଦ୍ର ସରକାର ଏମ୍‌ଏସ୍‌ପି ଉପରେ ୬୯ ଟଙ୍କା ବୃଦ୍ଧି କରିଛନ୍ତି। ଯାହାକି ଧାନର ସହାୟକ ମୂଲ୍ୟ ୨୩୬୯ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ୮୦୦ଟଙ୍କା ବୋନସକୁ ମିଶାଇଲେ ଚାଷୀ ତା’ର ପ୍ରାପ୍ୟ କୁଇଣ୍ଟାଲ ପିଛା ୩୧୬୯ ଟଙ୍କା ପାଇବା କଥା। କିନ୍ତୁ ବର୍ତ୍ତମାନ ସରକାର କହିଛନ୍ତି ଚାଷୀ କେବଳ ୩୧୦୦ ଟଙ୍କା ହିଁ ପାଇବ। ତେବେ ବର୍ଦ୍ଧିତ ଏମ୍‌ଏସ୍‌ପି ଗଲା କୁଆଡ଼େ ବୋଲି ପ୍ରଶ୍ନ କରିଛନ୍ତି ଚାଷୀ। ଗତ ଖରିଫ ଧାନ କିଣାବିକା ବର୍ଷରେ ଆଜିର ଦିନରେ ଚାଷୀଙ୍କ ୬୦ ହଜାର ୬୩ ପ୍ୟାକେଟ ଧାନ ଉଠିଥିଲା ବେଳେ ବିଭିନ୍ନ ମଣ୍ଡିରେ କେବଳ ୮୫ ହଜାର ୧୬୭ ପ୍ୟାକେଟ ଧାନ ପଡ଼ି ରହିଥିଲା। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଧାନ କିଣାବିକାରେ ବହୁ ମନ୍ଥରତା ଦେଖି ଚାଷୀ ଚିନ୍ତିତ ରହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧: ବାଂଲାଦେଶର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ମଙ୍ଗଳବାର (ଜାନୁଆରୀ ୨୦, ୨୦୨୬) ସେଠାରେ ନିଯୁକ୍ତ ଭାରତୀୟ ଅଧିକାରୀଙ୍କ ପରିବାରକୁ ଫେରାଇ ନେବାକୁ...

ମୋଦି କ୍ୟାବିନେଟର ଦୁଇଟି ବଡ଼ ନିଷ୍ପତ୍ତି, ଅଟଳ ପେନସନ ପାଣ୍ଠିକୁ ମଞ୍ଜୁରୀ, ଦ୍ୱିତୀୟ ପ୍ରମୁଖ ନିଷ୍ପତ୍ତି ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ,୨୧।୧: ମୋଦି କ୍ୟାବିନେଟ ବୁଧବାର (୨୧ ଜାନୁଆରୀ) ଦିନ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କକୁ ଇକ୍ୱିଟି ସହାୟତା ମଞ୍ଜୁର କରିଛନ୍ତି। ଏହା ଅଟଳ ପେନସନ...

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri