ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ବଢ଼ିବ ଧାନକିଣା ଅବଧି, ଜାଣନ୍ତୁ କେତେଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୨୫ା୨: ଧାନକିଣା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏକ ବଡ଼ ସୂଚନା ଦେଇଛନ୍ତି। ଟୋକନ ସମୟ ସମାପ୍ତ ହୋଇଗଲେ ମଧ୍ୟ ଆଉ ୧୫ ଦିନ ପର୍ଯ୍ୟନ୍ତ ଏହି ଅବଧି ବଢ଼ାଯିବ। ରାଜ୍ୟରେ ସମସ୍ତ ଜିଲାପାଳ ଏହି ଅବଧି ସମୟ ବଢ଼ାଇ ପାରିବେ। ବିଳମ୍ବ କିମ୍ବା ସମସ୍ୟା ଯୋଗୁ ରାଜ୍ୟର ଚାଷୀଙ୍କୁ ବାଦ୍‌ ଦିଆଯିବ ନାହିଁ। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଧାନକିଣା ଜାରି ରହିବ ବୋଲି ମନ୍ତ୍ରୀ କହିଛନ୍ତି।

ଏହା ଅର୍ଥ ଧାନ କିଣା ଅବଧି ଆବଶ୍ୟକତା ଅନୁଯାୟୀ ବୃଦ୍ଧି ପାଇବ, ଯାହାଦ୍ୱାରା ଚାଷୀମାନେ ସୁବିଧା ପାଇବେ। ପୂର୍ବରୁ ଧାନ କ୍ରୟ ପ୍ରକ୍ରିୟାରେ କିଛି ବିଳମ୍ବ ଓ ଅଭିଯୋଗ ଥିବାବେଳେ, ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ସରକାର ସବୁ ଧାନ ଉଠାଇବାକୁ ପ୍ରତିବଦ୍ଧ। ମିଲର୍ସ ଓ ଚାଷୀଙ୍କ ସହ ଆଲୋଚନା କରି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି। ଚଳିତ ସିଜନ୍‌ରେ ଧାନ ଉତ୍ପାଦନ ଧିକ ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଚାଷୀମାନେ ଚିନ୍ତା କରନ୍ତୁ ନାହିଁ। ସରକାରୀ ଏମଏସ୍‌ପି ଅନୁଯାୟୀ ଧାନ ବିକ୍ରି ସୁନିଶ୍ଚିତ ହେବ। 
Dharitri –Odisha’s No.1 Trusted Odia Daily

Share