Posted inଜାତୀୟ

ପାଠପଢ଼ା ଶେଷ, ଚାକିରି ନାହିଁ, ରାଜସ୍ଥାନରେ ଅଧିକ ବେକାର ଗ୍ରାଜୁଏଟ୍‌…

ନୂଆଦିଲ୍ଲୀ, ୩୧।୧ : ସାରା ଦେଶରେ ଯୁବକମାନେ ବେକାରି ସମସ୍ୟା ସହ ଲଢୁଛନ୍ତି। ଭଲ ଅଧ୍ୟୟନ ପରେ ଏହି ଅବସ୍ଥା । କେତେକ ବୃହତ ରାଜ୍ୟରେ ବେକାରୀ ଏତେ ବୃଦ୍ଧି ପାଇଛି ଯେ ସ୍ନାତକ ହାସଲ କରିଥିବା ଯୁବକମାନଙ୍କ ପାଖରେ ଚାକିରି ନାହିଁ। ଅଣ-ସରକାରୀ ସଂଗଠନ ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍‌ଆଇଇ) ପକ୍ଷରୁ ପ୍ରକାଶିତ ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।

ରିପୋର୍ଟ ଅନୁଯାୟୀ ରାଜସ୍ଥାନରେ ବେକାରି ସଂଖ୍ୟା ସର୍ବାଧିକ। ଜନସଂଖ୍ୟା ଦୃଷ୍ଟିରୁ ଏହି ରାଜ୍ୟ ଦେଶରେ ସାତ ନମ୍ବରରେ ରହିଛି। ରାଜସ୍ଥାନର ପ୍ରତି ୨ ଜଣରେ ଜଣେ ସ୍ନାତକ ବେକାର। ରାଜ୍ୟରେ ବେକାର ସ୍ନାତକଙ୍କ ସଂଖ୍ୟା ୨୦.୬୭ ଲକ୍ଷ। ରାଜ୍ୟରେ ମୋଟ ବେକାରଙ୍କ ସଂଖ୍ୟା ୬୫ ଲକ୍ଷ। ଦେଶର ସବୁଠାରୁ ଜନବହୁଳ ରାଜ୍ୟ ତୁଳନାରେ ଏହା ଦେଢ଼଼ରୁ ତିନି ଗୁଣା ଅଧିକ। ଏହା ବ୍ୟତୀତ ବିହାର, ଝାଡଖଣ୍ଡ ଏବଂ ହରିୟାଣାର ଶିକ୍ଷିତ ଲୋକଙ୍କ ମଧ୍ୟରେ ବେକାରୀ ହାର ଅଧିକ। ଏହି ତିନୋଟି ରାଜ୍ୟରେ ପ୍ରତି ତିନିଜଣ ସ୍ନାତକ ମଧ୍ୟରେ ଜଣେ ବେକାର।

ଗୁଜୁରାଟର ୧୩ ଜଣ ସ୍ନାତକ ମଧ୍ୟରେ ଜଣେ ବେକାର ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମଧ୍ୟପ୍ରଦେଶର ଅବସ୍ଥା ବଡ ରାଜ୍ୟମାନଙ୍କ ମଧ୍ୟରେ କିଛି ମାତ୍ରାରେ ଭଲ ରହିଛି। ଏଠାରେ ପ୍ରତ୍ୟେକ ୯ ସ୍ନାତକ ମଧ୍ୟରେ ଜଣେ ବେକାର। ସମୁଦାୟ ବେକାରି କ୍ଷେତ୍ରରେ ଗୁଜୁରାଟ ଏବଂ ମଧ୍ୟପ୍ରଦେଶର ସ୍ଥିତି ମଧ୍ୟ ଭଲ। ମୋଟ ବେରୋଜଗାର ଦୃଷ୍ଟିରୁ ବିହାର ରାଜସ୍ଥାନ ପରେ ଦ୍ୱିତୀୟ ସ୍ଥାନରେ ରହିଛି। ବିହାରରେ ୩୮.୮୪ ଲୋକ ବେକାର। ସେମାନେ କାମ ଖୋଜୁଛନ୍ତି। ବଡ଼ ରାଜ୍ୟ ଉତ୍ତରପ୍ରଦେଶରେ ସାତଜଣ ସ୍ନାତକମାନଙ୍କ ମଧ୍ୟରୁ ଜଣେ ବେକାର।

ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରର ତିନୋଟି ବଡ ରାଜ୍ୟରେ ବେକାରୀ ପରିସ୍ଥିତି ଅନ୍ୟମାନଙ୍କ ତୁଳନାରେ ଭଲ। ଉତ୍ତରପ୍ରଦେଶରେ ୧୩.୮୯ ଲକ୍ଷ ଯୁବକ ଯେଉଁମାନେ ସ୍ନାତକୋତ୍ତର ପର୍ଯ୍ୟନ୍ତ ଅଧ୍ୟୟନ କରିଛନ୍ତି ସେମାନେ କାମ ଖୋଜୁଛନ୍ତି। ମାତ୍ର କାମ ଅଭାବରୁ ବେକାର ହୋଇ ରହିଛନ୍ତି। ମୋଟ ବେକାରଙ୍କ ସଂଖ୍ୟା ଅନୁଯାୟୀ, ରାଜସ୍ଥାନ ଏବଂ ବିହାର ପରେ ଉତ୍ତରପ୍ରଦେଶ ତୃତୀୟ ସ୍ଥାନରେ ରହିଛି। ଉତ୍ତରପ୍ରଦେଶର ଜନସଂଖ୍ୟା ବିହାରର ଦୁଇଗୁଣ ଏବଂ ରାଜସ୍ଥାନ ତୁଳନାରେ ତିନି ଗୁଣ ଅଧିକ। ଦେଶରେ ୩ କୋଟିରୁ ଅଧିକ ଯୁବକ ବେକାର।

ସେଣ୍ଟର୍‌ ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍‌ଆଇଇ) ର ସମାନ ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର-ଡିସେମ୍ବର ୨୦୨୧ମଧ୍ୟରେ ଦେଶରେ ବେକାରଙ୍କ ସଂଖ୍ୟା ୩.୧୮ କୋଟିରେ ପହଞ୍ଚିଛି। ଏଥିମଧ୍ୟରୁ ୩.୦୩ କୋଟିଙ୍କ ବୟସ ୨୯ ବର୍ଷରୁ କମ ରହିଛି। ୨୦୨୦ ରେ ଦେଶବ୍ୟାପି ଲକଡାଉନ ସମୟ ଅପେକ୍ଷା ଏହି ସଂଖ୍ୟା ଅଧିକ।

ଲକ୍‌ଡାଉନ୍‌ ସମୟରେ ଦେଶରେ ୨.୯୩ କୋଟି ଯୁବକ ବେକାର ଥିଲେ। ବିଶେଷ କଥା ହେଉଛି ୩.୦୩ କୋଟି ଯୁବକ କାମ ଖୋଜୁଛନ୍ତି। ସେମାନଙ୍କ ମଧ୍ୟରେ ୧.୨୪ କୋଟି ଯୁବକ ଅଛନ୍ତି ଯେଉଁମାନେ ଚାକିରୀ ଚାହୁଁଛନ୍ତି, କିନ୍ତୁ କାମ ଖୋଜି ଖୋଜି ଥକି ଯାଇଛନ୍ତି। ସେମାନଙ୍କୁ ରିପୋର୍ଟରେ ଅନ୍ତର୍ଭୁକ୍ତ କଲେ ବେରୋଜଗାର ଯୁବକମାନଙ୍କ ସଂଖ୍ୟା ୪.୨୭ କୋଟି ଛୁଇଁବ।

ବେକାରି ତଥ୍ୟ ପ୍ରକାଶ କରିବାରେ ସିଏମ୍‌ଆଇଇ ହେଉଛି ଏକମାତ୍ର ସଂଗଠନ। ଏହାର ତଥ୍ୟ ରିଜର୍ଭ ବ୍ୟାଙ୍କ ସମେତ କେନ୍ଦ୍ର ସରକାରୀ ବିଭାଗ ଦ୍ୱାରା ମଧ୍ୟ ବ୍ୟବହୃତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri