ବେଦାନ୍ତର ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର,୮।୯:ବେଦାନ୍ତ ଆଲୁମିନିୟମ ପକ୍ଷରୁ ରାଷ୍ଟ୍ରୀୟ ଶିକ୍ଷକ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ୟୁନିଟ୍‌ ଲାଞ୍ଜିଗଡ଼ ଏବଂ ଝାରସୁଗୁଡା ସମେତ ଛତିଶଗଡ଼ର ବାଲ୍‌କୋ ୟୁନିଟ୍‌ରେ ମଧ୍ୟ ରାଷ୍ଟ୍ରୀୟ ଶିକ୍ଷକ ଦିବସ ପାଳନ କରାଯାଇଥିଲା। ଅପରପକ୍ଷରେ ଝାରସୁଗୁଡାର ସରବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟ ସହଯୋଗରେ ଏକ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଉକ୍ତ ଉତ୍ସବରେ ଝାରସୁଗୁଡ଼ା ଜିଲାର ବିଭିନ୍ନ ବିଦ୍ୟାଳୟର ୨୨ଜଣ ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ ସହ ସମ୍ମାନିତ କରାଯାଇଥିଲା। ସେହିଭଳି ବାଲ୍‌କୋରେ ଏକ ଜ୍ଞାନ ଆଦାନ ପ୍ରଦାନକକାରୀ ଅଧିବଶେନ ଅନୁଷ୍ଠିତ ହୋଇଥିଲା। ଏପରିକି ବାଲ୍‌କୋର କର୍ମଚାରୀଙ୍କୁ କୃତଜ୍ଞତା କାର୍ଡ ମଧ୍ୟ ବଣ୍ଟନ କରାଯାଇଥିଲା, ଯେଉଁମାନଙ୍କୁ ବୃତ୍ତିଗତ କ୍ଷେତ୍ରରେ ଶିକ୍ଷକର ଭୂମିକା ନିର୍ବାହ ଦୃଷ୍ଟିରୁ ସମ୍ମାନିତ କରାଯାଇଥିଲା। ସେହିପରି ସୁନ୍ଦରଗଡ଼ର ମୁଣ୍ଡେଲଖେଟ ଓ ଘୋଗରପଲିର ଶିକ୍ଷକମାନଙ୍କୁ ସମ୍ମାନିତ କରାଯାଇଥିଲା।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ସିଓଓ (ଆଲୁମିନିୟମ ବ୍ୟବସାୟ) ସୁନୀଲ ଗୁପ୍ତା କହିଛନ୍ତି। ଆମ ଭବିଷ୍ୟତକୁ ଉଜ୍ଜ୍ୱଳ କରୁଥିବା ଶିକ୍ଷାବିତ୍‌ମାନଙ୍କୁ ସମ୍ମାନ ଜଣାଇବା ଲାଗି ଆମେ ଏହି ଉତ୍ସବ ଆୟୋଜନ କରିଛୁ । ସେହିଭଳି ବାଲ୍‌କୋର ସିଇଓ ତଥା ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ରାଜେଶ କୁମାର କହିଛନ୍ତି, ଆମେ ଜୀବନ ଓ ଗୋଷ୍ଠୀ ଗଠନରେ ଶିକ୍ଷାର ପରିବର୍ତ୍ତନଶୀଳ ଶକ୍ତିକୁ ବୁଝିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri